ଏହି ୫ଟି ଭୁଲ୍‌ ଲିଭର୍‌କୁ ଖରାପ କରିଥାଏ! ଆପଣ କରୁ ନାହାନ୍ତି ତ?

ଦୈନନ୍ଦିନର ଏହି ୫ଟି ବଦଭ୍ୟାସ ଆପଣଙ୍କ ଲିଭରକୁ ଦୁର୍ବଳ କରିଦିଏ

ଲିଭର ଶରୀରର ଏମିତି ଏକ ଅଙ୍ଗ, ଯିଏ ୫୦୦ରୁ ଅଧିକ କାର୍ଯ୍ୟ କରିଥାଏ। ଏହା ରକ୍ତକୁ ସଫା କରିବା ସହ ଶରୀରରୁ ଟକ୍ସିନ୍‌ ବା ବିଷାକ୍ତ ପଦାର୍ଥ ବାହାର କରିଥାଏ। ଡାକ୍ତରଙ୍କ କହିବା ଅନୁସାରେ, ଲିଭରକୁ ସୁସ୍ଥ ରଖିବାକୁ, ଏମିତି ଭୁଲ୍‌ କରନ୍ତୁ ନାହିଁ, ଜାଣନ୍ତୁ କେଉଁ ୫ଟି ବଦଭ୍ୟାସ ଛାଡ଼ିବା ବା ବନ୍ଦ କରିବା ଆବଶ୍ୟକ…

 

ଷ୍ଟ୍ରେସ୍‌ରେ ରହିବା: ଅଧିକ ଷ୍ଟ୍ରେସ୍‌ ନେବା ମଧ୍ୟ ଲିଭର୍‌ ଖରାପ ହେବାର କାରଣ ହୋଇଥାଏ। ଅନୁସନ୍ଧାନ ଅନୁସାରେ ଆଙ୍କଯାଇଟି ଓ ଡିପ୍ରେସନ୍‌ ଲିଭର ରୋଗର କାରଣ ହୋଇଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଲିଭର ଆପଣଙ୍କ ରାଗ ଦ୍ୱାରା ବି ପ୍ରଭାବିତ ହୋଇଥାଏ। ରାଗ ଲିଭରର ଏନର୍ଜି ଫ୍ଲୋ କୁ ବନ୍ଦ କରିଦିଏ।

ବ୍ୟାୟାମ ନ କରିବା: ବ୍ୟାୟାମ ନ କରିଲେ ଲିଭର ଦୁର୍ବଳ ହୋଇଯାଏ। ବ୍ୟାୟାମ କରିବା ଦ୍ୱାରା ଲିଭରକୁ ଡିଟକ୍ସିଫିକେସନ୍‌ ପ୍ରୋସେସ୍‌ରେ ସାହାଯ୍ୟ ମିଳିଥାଏ। ଏଥିପାଇଁ ଲିଭରକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ କରିବା ଜରୁରି।

ମୋଟାପଣ ବଢ଼ିବା ଓ ନ୍ୟୁଟ୍ରିସନ୍‌ର ଅଭାବ: ଖାଦ୍ୟରେ ପୌଷ୍ଟିକ ତତ୍ତ୍ୱର ଅଭାବ ସମୟକ୍ରମେ ଆପଣଙ୍କ ଲିଭରକୁ ଖରାପ କରିଥାଏ। ଖରାପ ଖାଦ୍ୟ ଆପଣଙ୍କ ଲିଭରରେ ଫ୍ୟାଟ୍‌ ଜମା କରିଦିଏ, ଯାହା ଲିଭରକୁ ଦୁର୍ବଳ କରିଦିଏ।

ଭଲ ନିଦ ନ ନେବା: ଠିକ୍‌ ଭାବେ ନିଦ ନ ନେଲେ ଲିଭରରେ ଖରାପ ପ୍ରଭାବ ପଡ଼ିଥାଏ। ଅନେକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ନିଦର କମି ଯୋଗୁଁ ଲିଭରରେ ଅକ୍ସିଡେଟିଭ୍‌ ଷ୍ଟ୍ରେସ୍‌ ପଡ଼ିଥାଏ ଯାହା ଫଳରେ ଲିଭର ଦୁର୍ବଳ ହୋଇଯାଏ।

କମ୍‌ ପାଣି ପିଇବା: ଯଦି ଆପଣ ଦିନକୁ ୮ ଗ୍ଲାସ୍‌ରୁ କମ୍‌ ପାଣି ପିଉଛନ୍ତି, ତା’ହେଲେ ଆପଣଙ୍କ ଶରୀର ଡିହାଇଡ୍ରେଡ୍‌ ହୋଇଯାଏ ଓ ଏହାର ସିଧା ପ୍ରଭାବ ଲିଭରରେ ପଡ଼େ। ଡିହାଇଡ୍ରେସନ୍‌ ଲିଭରେ ସିଧା ପ୍ରଭାବ ପକାଇଥାଏ, ଯାହା ଦ୍ୱାରା ଲିଭର ଦୁର୍ବଳ ହୋଇଯାଏ ଓ ଠିକ୍‌ ଭାବେ ଡିଟକ୍ସିଫିକେସନ୍‌ କରିପାରି ନ ଥାଏ।

ସମ୍ବନ୍ଧିତ ଖବର