ଜାଣନ୍ତୁ କେଉଁ ଖାଦ୍ୟ ଅକାଳରେ ବାର୍ଦ୍ଧକ୍ୟ ଆଣିଥାଏ

ନୂଆଦିଲ୍ଲୀ: ବୟସ ବୃଦ୍ଧି ଏକ ପ୍ରାକୃତିକ ପ୍ରକ୍ରିୟା ହୋଇଥିଲେ ହେଁ, ଆଜିକାଲି କେତେକ ମନ୍ଦ ଅଭ୍ୟାସ ଦ୍ୱାରା ଯୁବପିଢ଼ି ଅକାଳ ବାର୍ଦ୍ଧକ୍ୟରେ ପଡ଼ୁଛନ୍ତି। ଜୀବନଶୈଳୀରେ ପରିବର୍ତ୍ତନ ଓ ଖରାପ ଖାଦ୍ୟାଭ୍ୟାସ ଏହାର କାରଣ ହୋଇପାରେ।

ଅଧିକ ଆଲ୍‌କୋହଲ୍‌ ସେବନ ଅସମୟରେ ବୟସ ବୃଦ୍ଧିର ମୁଖ୍ୟ କାରଣ। ଏହା ଦ୍ୱାରା ଶରୀରରେ ଫେଟି ଏସିଡ୍‌ର ମାତ୍ରା କମିଯାଏ ଓ ଜଳଶୁଷ୍କତା ବଢ଼େ। ଚର୍ମକୁ ଉଜ୍ୱଳ କରାଉଥିବା କୋଲାଜେନ୍‌ର ପରିମାଣ ହ୍ରାସ ହେବା ସହିତ ଚର୍ମ-କୁଞ୍ଚନ ଆରମ୍ଭ ହୁଏ। ଏଥିରୁ କ୍ଷାନ୍ତ ରହନ୍ତୁ। ଚିନି ଓ ଲୁଣ ଖାଇବା କମାନ୍ତୁ, ନଚେତ୍‌ ଅକାଳରେ ବାର୍ଦ୍ଧକ୍ୟ ମାଡ଼ିବସିବ। କାରଣ ଏଗୁଡ଼ିକ ଓଜନ ଓ ଉଚ୍ଚ ରକ୍ତଚାପ ବଢ଼ାଏ। ବୃକ୍କ ରୋଗ ମଧ୍ୟ ସୃଷ୍ଟି କରାଏ। ଦୀର୍ଘଦିନ ପର୍ଯ୍ୟନ୍ତ ସଂରକ୍ଷିତ ପ୍ୟାକେଟ୍‌ ଖାଦ୍ୟ, ଫାଷ୍ଟ୍‍ ଫୁଡ୍‌ ବର୍ଜନ କରନ୍ତୁ। ଏଗୁଡ଼ିକ ଧମନିର ରକ୍ତ ପ୍ରବାହ କମାଇଦିଏ ଏବଂ ଚର୍ବି ଜମା କରେ। ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ଗହମ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ ନାହିଁ। ଶକ୍ତିବୃଦ୍ଧିକାରୀ ପାନୀୟ ଓ କାଫେନ୍‌ ମଧ୍ୟ ଅକାଳ ବାର୍ଦ୍ଧକ୍ୟର କାରଣ। ଏ ବାବଦରେ ସତର୍କ ରହନ୍ତୁ।

ସମ୍ବନ୍ଧିତ ଖବର