କାର୍ଯ୍ୟବ୍ୟସ୍ତତା ପାଇଁ ଖାଇବାରେ ଠିକଣା ରହୁ ନ ଥିବାରୁ ଲୋକମାନେ ବିଭିନ୍ନ ରୋଗରେ ପଡ଼ିଥାନ୍ତି । ଖାଦ୍ୟ ଠିକ୍ ସମୟରେ ନ ଖାଉଥିବାରୁ ଲୋକମାନଙ୍କ ପାଚନ ପ୍ରକ୍ରିୟାରେ ସମସ୍ୟା ଦେଖା ଯାଉଥିବା ବେଳେ କିଡ଼୍ନିରେ ଷ୍ଟୋନର ସମସ୍ୟା ମଧ୍ୟ ଦେଖା ଯାଇଥାଏ । ଏହାର କାରଣ ଅନ୍ୟ କିଛି ନୁହେଁ ବରଂ ପ୍ରତିଦିନ ଆପଣ ଖାଉଥିବା ଖାଦ୍ୟରେ ହିଁ ହୋଇଥାଏ । ପ୍ରତିଦିନ ଖାଉଥିବା କିଛି ଖାଦ୍ୟରେ ଓକ୍ସାଲେଟ୍ ରହିଥାଏ, ଯାହା କ୍ୟାଲ୍ସିୟମକୁ ଜମା କରି ଦେବା ସହ ୟୁରିନ୍ରେ ଯିବାକୁ ଦେଇ ନଥାଏ । ଯାହାଫଳରେ ଷ୍ଟୋନ୍ ତିଆରି କରିଥାଏ । ଆସନ୍ତୁ ଜାଣିବା, ନିତିଦିନିଆ ଜୀବନରେ ଆପଣ ଖାଉଥିବା କେଉଁ ଜିନିଷଗୁଡ଼ିକ ଶରୀରରେ ଷ୍ଟୋନ୍ ତିଆରି କରିଥାଏ ।
Sambad is now on WhatsApp
Join and get latest news updates delivered to you via WhatsApp
୧.ପୋଇ ଏବଂ ଭେଣ୍ଡିରେ ଓକ୍ସାଲେଟ୍ ରହିଥାଏ, ଯାହା କ୍ୟାଲ୍ସିୟମକୁ ଜମା କରି ଦେବା ସହ ମୂତ୍ରରେ ଯିବାକୁ ଦେଇ ନଥାଏ । ଧିରେ ଧିରେ ଏହି କ୍ୟାଲ୍ସିୟମ ଅଂଶ ଶରୀରରେ ଜମା ହୋଇ ପଥରର ରୁପ ଧାରଣ କରିଥାଏ ।
୨.ବହୁତ ଲୋକ ଏମିତି ଅଛନ୍ତି, ଯେଉଁମାନେ ନିଜର ଦିନର ଆରମ୍ଭ ଚା’ରୁ କରିଥାନ୍ତି । କିନ୍ତୁ ପ୍ରତିଦିନ ଏହାକୁ ପିଇବା ଦ୍ୱାରା ଷ୍ଟୋନ ହେବାର ଆଶଙ୍କା ବଢ଼ି ଯାଇଥାଏ । ଯଦି ଆପଣଙ୍କର ଏହି ସମସ୍ୟା ରହିଛି ତେବେ ଚା’ ଆଦୌ ପିଅନ୍ତୁ ନାହିଁ । ଏହା ଦ୍ୱାରା ଷ୍ଟୋନ କମିବା ପରିବର୍ତ୍ତେ ବଢ଼ିଥାଏ ।
୩.ଟମାଟୋରେ ଅଧିକ ପରିମାଣରେ ଓକ୍ସାଲେଟ୍ ରହିଥାଏ । ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଟମାଟୋରେ ଥିବା ମଞ୍ଜି ଠିକ୍ ଭାବରେ ହଜମ ନ ହୋଇ ଷ୍ଟୋନରେ ପରିଣତ ହୋଇ ଯାଇଥାଏ ।
୪.ଖାଦ୍ୟ ରାନ୍ଧିବା ଏବଂ ଖାଇବା ସମୟରେ ଲୁଣର ବ୍ୟବହାର କମ କରିବା ଦରକାର । କାରଣ ଏଥିରେ ଥିବା ସୋଡ଼ିୟମ ପେଟକୁ ଯାଇ କ୍ୟାଲସିୟମରେ ପରିଣତ ହୋଇ ଯାଇଥାଏ । ଯାହା ଫଳରେ ଷ୍ଟୋନର ସମସ୍ୟା ଦେଖା ଯାଇଥାଏ ।
୫.କିଡ଼୍ନି ଷ୍ଟୋନରୁ ବଞ୍ଚିବା ପାଇଁ ଚକୋଲେଟ୍ ଖାଇବା ତୁରନ୍ତ କମାନ୍ତୁ । ଏଥିରେ ଓକ୍ସାଲେଟ୍ର ପରିମାଣ ଅଧିକ ମାତ୍ରାରେ ଥିବାରୁ ଖୁବ୍ ଶୀଘ୍ର ଏହା ଷ୍ଟୋନର ରୂପ ନେଇଥାଏ ।