ଏହି ସବୁ ଘରୋଇ ଉପଚାର ବି କ୍ଷତିକାରକ ହୋଇପାରେ !

ଆମ ସମାଜରେ ବହୁ ପୁରୁଣା କାଳରୁ ଘରୋଇ ଉପଚାର ଚାଲିଆସୁଛି । ଘରୋଇ ଉପଚାର ପାଇଁ ମିଳୁଥିବା ଜିନିଷ ସହଜରେ ମିଳିଯାଏ। କିନ୍ତୁ ସବୁବେଳେ ଏହି ଉପଚାର ଆପଣଙ୍କ ସମସ୍ୟାର ସମାଧାନ କରିପାରିବ ନାହିଁ । ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର ବିଷୟରେ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଏ ।

ଛୁଆ ଜନ୍ମ ହେବା ପରେ ତା’ର ନାଡିରେ ଗୋବର ଲଗାଇବା ପରମ୍ପରା ବହୁତ ଘରେ ଏ ପର୍ଯ୍ୟନ୍ତ ରହିଛି । ଜନ୍ମ ସମୟରେ ଯଦି ଛୁଆର ନାଡି ସଂକ୍ରମିତ ହୋଇଥାଏ, ବଡ ଲୋକମାନେ କହନ୍ତି ଯେ ଗୋବର ଲଗେଇଦେଲେ ସଂକ୍ରମଣ ଦୂର ହୋଇଯାଏ । କିନ୍ତୁ ଏହା ଭୁଲ । ଗାଈର ଗୋବରରେ ଯେଉଁ ବ୍ୟାକ୍ଟେରିଆ ଅଛି ଯାହା ଶରୀର ଉପରେ ନକରାତ୍ମକ ପ୍ରଭାବ ପକେଇଥାଏ । ତେଣୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ବହୁତ ଲୋକ ଖୁସି କିମ୍ବା ଦୁଃଖରେ ମଦ ପିଇବା ପସନ୍ଦ କରନ୍ତି । ତାଙ୍କୁ ଲାଗେ ଯେ ସବୁ ସମସ୍ୟାର ସମାଧାନ ମଦ୍ୟପାନ କଲେ ଠିକ୍‌ ହୋଇଯାଏ। କିଛି ଲୋକ ଦାନ୍ତ ଉଠିବାକୁ ଉପକ୍ରମ କରୁଥିବା ଛୁଆମାନଙ୍କର ମାଢିରେ ମଦ ଲଗେଇଥାଆନ୍ତି । ଦାନ୍ତ ଉଠିବା ସମୟରେ କିଛି ଯନ୍ତ୍ରଣା ହୋଇଥାଏ । ସେଥିପାଇଁ ସେମାନେ ଭାବନ୍ତି ମଦରେ ଥିବା ଆଲକୋହଲ ମାଢ଼ିରେ ଲଗେଇଲେ ଯନ୍ତ୍ରଣା ଦୂର ହୋଇଯିବ ଓ ଦାନ୍ତ ଶୀଘ୍ର ଉଠିବ। ଏହା ସଂପୂର୍ଣ୍ଣ ଭୁଲ କଥା।

କିଛି ଲୋକ ଜଳିଯାଇଥିବା ଅଂଶରେ ତେଲ କିମ୍ବା ଲହୁଣି ଲଗାଇ ଥାଆନ୍ତି । ଏହା ଦ୍ୱାରା ଘା’ଟି ଶୀଘ୍ର ଶୁଖିବା ସହିତ ଥଣ୍ଡା ଲାଗିଥାଏ । ଏହା ସତ ଯେ କିଛି ସମୟ ପାଇଁ ଘା’ ଥଣ୍ଡା ଲାଗିଥାଏ । କିନ୍ତୁ ସଂକ୍ରମଣ ହେବାର ଅଧିକ ଆଶଙ୍କା ଥାଏ । ତେଣୁ କୌଣସି ଔଷଧ ବ୍ୟବହାର କରିବା ଭଲ।
ପୁରୁଣା କାଳରେ ଯଦି କାହା ମୁଣ୍ଡରେ ଉ କୁଣି ହେଉଥିଲା, ତା’ହେଲେ ତାଙ୍କ କେଶରେ କିରୋସିନି, ପେଟ୍ରୋଲ ଆଦି ପଦାର୍ଥ ଲଗାହେଉଥିଲା । ଯଦି ଏହା ଆପଣଙ୍କ ଶରୀରରେ ପ୍ରବେଶ କରିବ, ତେବେ ବଡ଼ ସମସ୍ୟା ସୃଷ୍ଟି କରିବ ।

ମୁହଁରେ ହେଉଥିବା ବ୍ରଣରେ ଟୁଥପେଷ୍ଟ ଲଗେଇବା ଦ୍ୱାରା ଭଲ ହୋଇଯାଏ ବୋଲି ଧାରଣା ରହିଛି । କିନ୍ତୁ ଏହା ବ୍ରଣ ବଡ ହେବାରେ ସାହାଯ୍ୟ କରିଥାଏ ।

ସମ୍ବନ୍ଧିତ ଖବର