ଆପଣଙ୍କ ମୁହଁର ଚର୍ମ ବି ଲୋଚାକୋଚା ହେଲାଣି କି, ଘରୋଇ ଉପଚାରରେ କରନ୍ତୁ ପୁଣି ଏହାକୁ ଟାଇଟ୍‌ ଓ ସୁନ୍ଦର

୩୦ ବର୍ଷ ବୟସ ପରେ ଚର୍ମ ଲୋଚାକୋଚା ହେବା ଆରମ୍ଭ ହୋଇଯାଏ, ଘରୋଇ ଉପଚାରରେ କରନ୍ତୁ ଠିକ୍‌

୩୦ ବର୍ଷ ବୟସ ହେଲାପରେ ଆପଣଙ୍କୁ ନିଜ ଚର୍ମ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ, କାରଣ ଏହା ଧୀରେ ଧୀରେ ଲୋଚାକୋଚା ହେବାକୁ ଲାଗେ। ଏଥିପାଇଁ କିଛି ଲୋକ ଅନେକ ଔଷଧ ମଧ୍ୟ ବ୍ୟବହାର କରିଥା’ନ୍ତି। ଔଷଧ ବ୍ୟବହାର ନ କରି ରୋଷେଇ ଘରେ ମିଳୁଥିବା ଘରୋଇ ଉପଚାରରେ କେମିତି କରିବେ ସ୍କିନ୍‌କୁ ପୁଣି ସୁସ୍ଥ, ସୁନ୍ଦର ଓ ଟାଇଟ୍‌ ଜାଣନ୍ତୁ…

ଅଣ୍ଡା: ଗୋଟିଏ ଅଣ୍ଡାରୁ କେଶର କାଢ଼ି ତାହାକୁ ଚର୍ମରେ ଲଗାଇ କିଛି ସମୟ ରଖନ୍ତୁ। ଏହା ପରେ ଉଷୁମ ପାଣିରେ ଧୋଇ ପକାନ୍ତୁ। ଏହାଦ୍ୱାରା ଚର୍ମ ଟାଇଟ୍‌ ହେବା ସହ ଭାଙ୍ଗ ଲିଭିଯିବ।

ମୁଲତାନୀ ମାଟି: ସ୍କିନ୍‌କୁ ସୁସ୍ଥ କରିବା ପାଇଁ ଅନ୍ୟ ଏକ ଘରୋଇ ଉପଚାର ହେଉଛି ମୁଲତାନୀ ମାଟି। ମହୁ ଓ ଗି୍ଲସେରିନ୍‌ ସହ ମୁଲତାନୀ ମାଟିକୁ ମିଶାଇ ମୁହଁରେ ଲଗାନ୍ତୁ, କିଛି ସମୟ ପରେ ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁ।

ମହୁ: ଏକ ଚାମଚ ମହୁ ଗି୍ଲସେରିନ୍‌ ସହ ମିଶାଇ ମୁହଁ ଓ ବେକରେ ଲଗାନ୍ତୁ। ୨-୩ ମିନିଟ୍‌ ମସାଜ୍‌ କରନ୍ତୁ ଓ ଶୁଖିବା ଯାଏଁ ଛାଡ଼ି ଦିଅନ୍ତୁ। ଏହା ପରେ ଥଣ୍ଡା ପାଣିରେ ମୁହଁ ସଫା କରି ଶୁଖିଲା କପଡ଼ାରେ ପୋଛନ୍ତୁ।

କ୍ଷୀର: ଗୋଟିଏ ପାତ୍ରରେ କ୍ଷୀର ଆଣି ଏଥିରେ ମୁଲତାନୀ ମାଟି ମିଶାନ୍ତୁ ଓ ମୁହଁରେ ଲଗାନ୍ତୁ। ଏହା ପ୍ରାକୃତିକ ପ୍ରଣାଳୀରେ ସ୍କିନ୍‌କୁ ଟାଇଟ୍‌ କରିଥାଏ।

ବସା ଦହି: ଆପଣ ବସା ଦହି ମଧ୍ୟ ଲୋଚାକୋଚା ହୋଇ ଯାଇଥିବା ଚର୍ମରେ ବ୍ୟବହାର କରିପାରିବେ। ବସା ଦହି ଚର୍ମକୁ ପୁନଃ ସୁଗଠିତ ଓ ସୁନ୍ଦର କରିବା ସହ ଚର୍ମକୁ ସଫ୍ଟ ଓ ସାଇନି କରିଥାଏ।

ସମ୍ବନ୍ଧିତ ଖବର