ଏହି ଲକ୍ଷଣର ପତ୍ନୀ ପାଇଥିବା ପୁରୁଷ ଭାଗ୍ୟବାନ ହୋଇଥାନ୍ତି, ଆପଣ ସେହି ଭାଗ୍ୟବାନ କି?

ପତ୍ନୀଟିଏ ପୁରୁଷର ଭାଗ୍ୟ ବଦଳାଇପାରେ ବୋଲି ଆପଣ ଜାଣିଥିବେ ନିଶ୍ଚୟ। ପତ୍ନୀ ଯଦି ଭଲ ହୁଅନ୍ତି ଘର ମନ୍ଦିର ସମାନ ଆଉ ଯଦି ମନ୍ଦ ହୁଅନ୍ତି ନର୍କ ପାଲଟିଯାଏ। ତେବେ, କଥା ଉଠୁଛି କାହାକୁ ଭଲ କହିବା ଆଉ କାହାକୁ ମନ୍ଦ? ଆପଣ ଜାଣନ୍ତି କି କେଉଁ ଧରଣର ନାରୀ ସୁଲକ୍ଷଣୀ ଆଉ କେଉଁମାନେ କୁଲକ୍ଷଣୀ? ଶାସ୍ତ୍ର ଅନୁସାରେ କଳାଜାଇ, ଜନ୍ମଚିହ୍ନ କିମ୍ବା ଶରୀରରେ କୌଣସି ଦାଗ ନେଇ ଜନ୍ମ ହୋଇଥିବା ମହିଳା ସୁଲକ୍ଷଣୀ ହୋଇଥାନ୍ତି। ସେ ଧରଣର ନାରୀଙ୍କୁ ପାଇଲେ ପୁରୁଷଙ୍କ ଭାଗ୍ୟ ବଦଳି ଯାଇପାରେ ବୋଲି ଶାସ୍ତ୍ରରେ କୁହାଯାଇଛି। ଏହାବ୍ୟତୀତ ନାରୀମାନଙ୍କର ଲକ୍ଷଣ ବି ଗୁରୁତ୍ୱ ରଖେ। ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ କେଉଁ ଧରଣର ପତ୍ନୀ ପାଇଥିବା ପୁରୁଷ ଭାଗ୍ୟବାନ୍‌ ହୋଇଥାନ୍ତି।

ନିଜ ସମାସ୍କାନ୍ଦ ଘରର ଝିଅକୁ ବିବାହ କରିଥିବା ପୁରୁଷ ଭାଗ୍ୟବାନ୍‌ ହୋଇଥାନ୍ତି। ମନେ ରଖନ୍ତୁ, ନିଜଠାରୁ ଉଚ୍ଚ କିମ୍ବା ନିଜଠାରୁ ନୀଚ କୂଳରେ ବିବାହ କଲେ ବହୁ ବିବାଦ ପରବର୍ତ୍ତୀ ମୁହୂର୍ତ୍ତରେ ଉପୁଜିଥାଏ।

ବିବାହ ବେଳେ ଅଧିକାଂଶ ପୁରୁଷ ସୌନ୍ଦର୍ଯ୍ୟକୁ ପ୍ରାଧାନ୍ୟ ଦେଇଥାନ୍ତି। ମାତ୍ର ଶାସ୍ତ୍ର କହେ, ସୌନ୍ଦର୍ଯ୍ୟକୁ ଗୌଣ କରି ଶିକ୍ଷାଦିକ୍ଷା ଉପରେ ପ୍ରାଧାନ୍ୟ ଦେଇଥିବା ପୁରୁଷ ଖୁବ୍‌ ଭାଗ୍ୟଶାଳୀ ହୋଇଥାନ୍ତି।

ଯେଉଁ ମହିଳାଙ୍କ ଭିତରେ ଅନ୍ୟର ଭାବନା ପ୍ରତି ଭୟ ଥାଏ ସେ ସୁଲକ୍ଷଣୀ ହୋଇଥାନ୍ତି। ଉଭୟ ଉପର ଓ ତଳ ସ୍ଥର ଲୋକଙ୍କୁ ସମ୍ମାନ ପ୍ରଦର୍ଶନ କରିପାରୁଥିବା ମହିଳା ଜଣେ ଭଲ ପତ୍ନୀ ପ୍ରମାଣିତ ହୁଅନ୍ତି।

ନିଜର ସଂସ୍କୃତି ପ୍ରତି ସମ୍ମାନ ଦେଉଥିବା ମହିଳା ଆଦର୍ଶ ହୋଇଥାନ୍ତି। ଗୁରୁଜନ, ଲଘୁଜନ, ଓଷାବ୍ରତ, ଭଗବାନ ସ୍ମରଣ ପ୍ରତି ମନନିବେଶ କରିବା ଉତ୍ତମ ପତ୍ନୀଙ୍କ ଲକ୍ଷଣ ହୋଇଥାଏ।

ଅର୍ଥ ସଞ୍ଚୟ ଏକ ଭଲ ପତ୍ନୀଙ୍କ ଲକ୍ଷ୍ୟଣ। ନିଜ ସ୍ୱାମୀଙ୍କ ଉପାର୍ଜନ ଧନକୁ ମନଇଚ୍ଛା ବ୍ୟୟ ନକରି ତାହାକୁ ଭବିଷ୍ୟତ ପାଇଁ ସଞ୍ଚୟ କରିପାରୁଥିବା ପତ୍ନୀ ସ୍ୱାମୀଙ୍କ ବିପଦ ବେଳେ ଢାଲ ହୋଇ ଠିଆ ହେବାର ସାହସ ରଖିଥାନ୍ତି।

ବିବାହ ପୂର୍ବରୁ ନିଜ ଭାଇ-ଭଉଣୀଙ୍କୁ ପାଳି ପୋଷିବ ବଡ଼ କରିଥିବା ମହିଳା ବି ଜଣେ ଭଲ ପତ୍ନୀ ଓ ଭଲ ବୋହୂ ହୋଇଥାନ୍ତି। ସେମାନଙ୍କ ମଧ୍ୟରେ ଧୈର୍ଯ୍ୟ କ୍ଷମତା ବଢ଼ିଯାଇ ଥାଏ।

ସମ୍ବନ୍ଧିତ ଖବର