ଏହି ପୁରୁଷଙ୍କୁ ବିବାହ କରିବା ଅନୁଚିତ

କେତେକ ହିନ୍ଦୁ ପୁରାଣରେ କେଉଁ ଧରଣର ପୁରୁଷଙ୍କୁ ବିବାହ କରିବା ଅନୁଚିତ, ସେ ସମ୍ପର୍କରେ ବର୍ଣ୍ଣିତ ଅଛି। ଆସନ୍ତୁ ଜାଣିବା ସେ ସମ୍ପର୍କରେ…

୧. କେବଳ ଧନ ବା ରୂପ ଦେଖି ପୁରୁଷର ଚୟନ କରିବା ଅନୁଚିତ। ଦେବୀ ଭାଗବତ ପୁରାଣ ଅନୁଯାୟୀ ଜ୍ଞାନ ଓ ବିଦ୍ୟାହୀନ ପୁରୁଷଙ୍କୁ ବିବାହ କରିବା ଠିକ୍‌ ନୁହେଁ।

୨. ନିଜକୁ ନେଇ ଅହଙ୍କାର କରୁଥିବା ପୁରୁଷ ମଧ୍ୟ ବିବାହ ଯୋଗ୍ୟ ନୁହେଁ।

୩. ବିଷ୍ଣୁ ପୁରାଣ ନିୟମ ଅନୁସାରେ ଗମ୍ଭୀର ରୋଗର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ବି ବିବାହ କରିବା ଠିକ୍‌ ନୁହେଁ।

୪. ଯେଉଁ ପୁରୁଷ ଶିକ୍ଷା ଗ୍ରହଣ କରୁଛନ୍ତି, କିନ୍ତୁ ରୋଜଗାର ମିଳିନାହିଁ, ସେଭଳି ଯୁବକ ଯେତେ ସୁନ୍ଦର ହେଲେ ବି ବିବାହ ପାଇଁ ଉପଯୁକ୍ତ ନୁହଁନ୍ତି। ସମସ୍ତ ପୁରାଣରେ କୁହାଯାଇଛି ଯେ, ଶିକ୍ଷା ସମାପ୍ତି ପରେ ଅନ୍ନସଂସ୍ଥାନ ପାଇବା ପରେ ହିଁ ଯୁବକ ବିବାହ ଯୋଗ୍ୟ ହୋଇଥାଏ।

୫. ଦେବୀ ଭାଗବତ ପୁରାଣରେ କୁହାଯାଇଛି ଯେ, ଯେଉଁ ମନୁଷ୍ୟର ସଙ୍ଗୀତ ପ୍ରତି ରୁଚି ନାହିଁ, ଯାହାର ସ୍ୱରତାଳ ଲୟ ଠିକ୍‌ ନାହିଁ, ସେହି ପୁରୁଷ କେବେ ବି ପତ୍ନୀଙ୍କୁ ସୁଖୀ ରଖି ପାରନ୍ତି ନାହିଁ। ଏଭଳି ପୁରୁଷଙ୍କୁ ବିବାହ କରିବା ଅନୁଚିତ।

ସମ୍ବନ୍ଧିତ ଖବର