ଦାନ୍ତ ଉପରେ ଦାନ୍ତ, ଛାତିରେ ଅଧିକ କେଶ, ପତଳା ଜଙ୍ଘ ଏମିତି ବ୍ୟକ୍ତିଙ୍କ ସ୍ୱଭାବ କିପରି ହୋଇଥାଏ ଜାଣନ୍ତୁ

ଶାରୀରିକ ଅଂଗଗୁଡ଼ିକର ବିଶ୍ଳେଷଣ କରି ବ୍ୟକ୍ତିର ସ୍ୱଭାବକୁ ବ୍ୟଖ୍ୟା ସାମୁଦ୍ରିକ ଶାସ୍ତ୍ରରେ କରାଯାଇଛି। ଆଜି ଆମେ ଆପଣଙ୍କୁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ,ବ୍ୟକ୍ତିର ଶରୀରିକ ଅଂଗ ଅନୁଯାୟୀ ତାହାର ସ୍ୱଭାବ ବିଷୟରେ ଜଣାଇବୁ।

୧- ଦାନ୍ତ ଉପରେ ଦାନ୍ତ ରହିଥିବା ବ୍ୟକ୍ତି: ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଦାନ୍ତ ଉପରେ ଦାନ୍ତ ହୋଇଥିବା ବ୍ୟକ୍ତିଙ୍କୁ ଅଧିକ ଭାଗ୍ୟଶାଳୀ ବୋଲି ଆଖ୍ୟା ଦିଆଯାଇଛି। ଏଥିସହିତ ଏହି ଧରଣର ବ୍ୟକ୍ତି କମ୍‌ କିନ୍ତୁ ସର୍ବଦା ସେମାନଙ୍କ ସାଥ୍‌ ଦେଉଥିବା ବ୍ୟକ୍ତିକୁ ହିଁ ତାଙ୍କର ବନ୍ଧୁ କରିଥାଆନ୍ତି।

 

୨-ଶରୀରରେ ଅଧିକ କେଶ ଥିବା ବ୍ୟକ୍ତି: ତେବେ ଯେଉଁ ବ୍ୟକ୍ତିଙ୍କର ଶରୀରରେ ଅଧିକ ଲୋମ ବା କେଶ ରହିଥାଏ,ସେମାନେ କାମୀ ହେବା ସାଙ୍ଗକୁ ଭୋଗ-ବିଳାସ ଉପରେ ସେମାନଙ୍କର ଅଧିକ ମହତ୍ୱ ଦେଇଥା’ନ୍ତି। ଏତଦ୍‌ବ୍ୟତୀତ ଏହି ଧରଣର ବ୍ୟକ୍ତି ମଧ୍ୟ ଅତ୍ୟନ୍ତ ଖାଦ୍ୟ ପ୍ରିୟ ହେବା ସହ କଠିନ ପରିଶ୍ରମୀ ଓ ନୂତନ କାର୍ଯ୍ୟ କରିବାକୁ ଭଲ ବି ପାଇଥାଆନ୍ତି।

୩-ଛାତିରେ ଅଧିକ କେଶ ଥିବା ବ୍ୟକ୍ତି: ଏଥିସହିତ ଯେଉଁ ବ୍ୟକ୍ତିଙ୍କ ଛାତିରେ ଅଧିକ କେଶ ରହିଥାଏ,ସେମାନେ ସାଧାରଣ ଭାବରେ ସନ୍ତୋଷୀ ପ୍ରବୃତ୍ତିର ହୋଇଥାନ୍ତି। ଏମାନେ ନିଜର ଦିନଚର୍ଯ୍ୟା ଅନୁସାରେ ହିଁ ଜୀବନକୁ ବିତାଇଥା’ନ୍ତି। ଏଥିସହିତ ଏହି ଧରଣର ବ୍ୟକ୍ତି ସର୍ବଦା ଧନୀ ହୋଇଥାନ୍ତି ନତୁବା ଆଦୌ ଧନୀ ହୋଇନଥାନ୍ତି। ତେବେ ଏମାନଙ୍କ ଜୀବନରେ ସେତିକି ଧନ ରହିଥାଏ,ଯେତିକି କି ସେ ଆବଶ୍ୟକ କରିଥାଆନ୍ତି।

୪- ଲୋମହୀନ ଛାତି: ତେବେ ଅଧିକ ଲୋମଥିବା ବ୍ୟକ୍ତିଙ୍କର ଠିକ୍‌ ବିପରୀତ ଅଟନ୍ତି ଲୋମହୀନ ବ୍ୟକ୍ତି।ତେଣୁ ଯେଉଁ ବ୍ୟକ୍ତିଙ୍କର ଛାତିରେ ଜନ୍ମ ସମୟରୁ ହିଁ ଗୋଟାଏ ବି କେଶ ରହିନଥାଏ,ସେମାନେ ଲଜ୍ଜ୍ୟାହୀନ ଓ ସ୍ୱାର୍ଥପର ପ୍ରକୃତିର ହୋଇଥାଆନ୍ତି। ଯେଉଁ କାରଣରକୁ ନେଇ ଏହି ଧରଣର ବ୍ୟକ୍ତି କାହାରି ମଧ୍ୟ ବିଶ୍ୱାସର ପାତ୍ର ହୋଇନଥା’ନ୍ତି। ତେବେ ଏମାନଙ୍କର ଏକରୁ ଅଧିକ ପ୍ରେମସମ୍ବନ୍ଧ ରହିଥାଏ।

୫-ହାତରେ ଛଅଟି ଆଙ୍ଗୁଠି ରହିଥିବା ବ୍ୟକ୍ତି: ହାତରେ ଛଅଟି ଆଙ୍ଗୁଠି ରହିଥିବା କଥା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ,ହେଲେ ଏହା ସଂପୂର୍ଣ୍ଣ ସତ ଅଟେ।କାରଣ ଏପରି ଅନେକ ଲୋକ ରହିଛନ୍ତି,ଯେଉଁମାନଙ୍କର ୫ଟି ନୁହେଁ ବରଂ୬ଟି ଆଙ୍ଗୁଠି ରହିଛି। ତେବେ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଏଭଳି ଲୋକ ଭାଗ୍ୟଶାଳୀ ହୋଇଥାଆନ୍ତ। ତେବେ ୬ଟି ଆଙ୍ଗୁଠି ଥିବା ବ୍ୟକ୍ତି ସମସ୍ତ କାର୍ଯ୍ୟରେ ସଫଳ ହେବା ସାଂଗକୁ ପ୍ରତ୍ୟେକ କାର୍ଯ୍ୟରେ ଅଧିକ ଲାଭପ୍ରଦ ହୁଅନ୍ତି ଓ ତାଙ୍କର ସବୁ କାର୍ଯ୍ୟକୁ ପୁଙ୍ଖାନୁପୁଙ୍ଖ କରୁଥିବା ପ୍ରକୃତିର ହୋଇଥାଆନ୍ତି। ଏହାସହିତ ଏହି ଧରଣର ବ୍ୟକ୍ତି ସଚ୍ଚୋଟ ଏବଂ କଠିନ ପରିଶ୍ରମୀ ମଧ୍ୟ ଅଟନ୍ତି।

୬-ପତଳା ଜଙ୍ଘ ଥିବା ବ୍ୟକ୍ତି: ତେବେ ପତଳା ଜଙ୍ଘଥିବା ବ୍ୟକ୍ତି ଶାନ୍ତ ସ୍ୱଭାବର ଅଟନ୍ତି ବୋଲି ସାମୁଦ୍ରିକ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହାବ୍ୟତୀତ ଏମାନେ ସାହାସୀ ବି ଅଟନ୍ତି। ତେବେ ପରିଶ୍ରମ କରିବାକୁ ଏହି ଧରଣର ବ୍ୟକ୍ତି କଦାପି ପଛଘୁଞ୍ଚା ଦିଅନ୍ତି ନାହିଁ କି ଏମାନଙ୍କୁ ଚତୁରତାରେ ମଧ୍ୟ କେହି ପାରିପାରନ୍ତିନି। ଏହି କାରଣକୁ ନେଇ ପତଳା ଜଙ୍ଘ ଥିବା ବ୍ୟକ୍ତି ନିଜ ଶତ୍ରୁଠାରୁ ମଧ୍ୟ କାର୍ଯ୍ୟ ହାସଲ କରିଦିଅନ୍ତି।

୭-ମୁହଁରେ କେଶ ରହିଥିବା ମହିଳା: କିଛି ମହିଳାଙ୍କ ମୁହଁରେ ସାଧାରଣତଃ କେଶ ରହିଥିବାର ଦେଖାଯାଇଥାଏ।ତେବେ ଏମିତି କହିବାକୁଗଲେ ପ୍ରତ୍ୟେକ ସ୍ତ୍ରୀଙ୍କ ମୁହଁରେ କେଶ ରହିଥାଏ।ହେଲେ ସମାନ୍ୟରୁ ଅଧିକ କେଶ ଥିବା ମହିଳା ରାଗୀ ସ୍ୱଭାବର ହୋଇଥାନ୍ତି।

୮-ସ୍ତ୍ରୀଙ୍କ ମୁହଁରେ ନିଶ ହେଉଥିଲେ:ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ,ଏମିତି ସ୍ତ୍ରୀ ସାଧାରଣତଃ ନିଜର କଥା ରଖିବାରେ ଏବଂ ପତିଙ୍କ ଉପରେ ନିଜର ହୁକୁମ୍‌ ଚଳାଇବାରେ ମାହିର୍‌ ଅଟନ୍ତି। ଏଥିସହିତ ଏହି ଧରଣର ସ୍ତ୍ରୀ ଜିଦି ସ୍ୱଭାବର ହେବା ସାଂଗକୁ ନିଜ କଥା ରଖିବାକୁ ଯାଇ ଯେ କୌଣସି ସ୍ତରକୁ ବି ଓହ୍ଲାଇ ଆସନ୍ତି।

୯-ଉଠା ପିଠି: ତେବେ ଆପଣ ହୁଏତ ଦେଖିଥିବେ କି କିଛି ଲୋକଙ୍କ ପିଠି ଉପରକୁ ଉଠିକି ରହିଥାଏ।ଯାହାକୁ ନେଇ ସାମୁଦ୍ରିକ ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ,ଏହି ଧରଣର ବ୍ୟକ୍ତି ସ୍ୱାର୍ଥୀ ସ୍ୱଭାବର ହୋଇଥାନ୍ତି। ଏଥିସହିତ ଏମାନେ ଅନ୍ୟ ଶକ୍ତିର ଅନୁଚିତ ଲାଭ ମଧ୍ୟ ଉଠାଇଥାନ୍ତି। ଏଥିସହିତ ଏହି ଧରଣର ବ୍ୟକ୍ତି ଅନ୍ୟର ଧନରେ ନିଜର ବ୍ୟବସାୟ ଚଳାଇବା ସହିତ ଅନେକ ଫାଇଦା ବି ହାସଲ କରନ୍ତି। ଏତଦ୍‌ବ୍ୟତୀତ ଏମାନଙ୍କ ବ୍ୟବହାର ଅତ୍ୟନ୍ତ ଖରାପ ହୋଇଥିବା ହେତୁ ଏମାନଙ୍କୁ ଲୋକେ ଭଲପାଇନଥାନ୍ତି।

୧୦-ନାକରେ ଛିଦ୍ର ଥିବା ବ୍ୟକ୍ତି: ନାକରେ ଛିଦ୍ର ଛୋଟ ହେବା ବା ବଡ଼ ହେବାକୁ ନେଇ ସାମୁଦ୍ରିକ ଶାସ୍ତ୍ରରେ ବ୍ୟକ୍ତିର ବ୍ୟକ୍ତିତ୍ୱ ବହୁତ ହିଁ ରୋମାଞ୍ଚକର ବୋଲି ଉଲ୍ଲେଖ କରାଯାଇଛି। ଯେଉଁ କାରଣକୁ ନେଇ ଯେଉଁ ବ୍ୟକ୍ତିଙ୍କ ନାକର ଛିଦ୍ର ଛୋଟ ସେମାନେ ସଂକୁଚିତ ବିଚାରର ହେବାସାଂଗକୁ କେବେବି କାହାରି ପ୍ରିୟ ହୋଇନଥା’ନ୍ତି। ହେଲେ ଯେଉଁ ବ୍ୟକ୍ତିଙ୍କର ନାକର ଛିଦ୍ର ବଡ଼ ଅଟେ,ସେମାନେ ସାଧାରଣତଃ ଦୂରଦର୍ଶୀ ବା ସ୍ୱତନ୍ତ୍ର ସ୍ୱଭାବର ହୋଇଥାଆନ୍ତି। ଏଥିସହିତ ଏହି ଧରଣର ବ୍ୟକ୍ତି ନିଜଠୁ ବଡ଼ ହୋଇଥିବା ବ୍ୟକ୍ତିଙ୍କୁ ଆଦର କରନ୍ତି ଓ ଏମାନଙ୍କୁ ପରିବାରିକ ସୁଖ ମଧ୍ୟ ପ୍ରାପ୍ତି ହୋଇଥାଏ।

ସମ୍ବନ୍ଧିତ ଖବର