ଏହି ସମସ୍ତ ସାଧାରଣ ପନିପରିବା ଖାଇ ମଧ୍ୟ ଓଜନ କମ୍‌ କରିପାରିବେ

ଜୀବନଶୈଳୀ ବଦଳିବା ସହ ଲୋକଙ୍କ ଓଜନ ବଢ଼ିବା ସମସ୍ୟା ବର୍ତ୍ତମାନ ସାଧାରଣ ହୋଇଯାଇଛି। କିଛି ଖାଦ୍ୟ-ପାନୀୟର ବ୍ୟବହାର କଲେ ଏହି ସମସ୍ୟାରୁ ସହଜରେ ମୁକ୍ତି ପାଇ ପାରିବେ। ଜାଣନ୍ତୁ ଏମିତି କିଛି ପନିପରିବା ବିଷୟରେ ଯାହାକୁ ଖାଇଲେ ଆପଣଙ୍କ ଓଜନ କମିପାରେ।

ଏହି ସବୁ ପନିପରିବା ଖାଇବା ଦ୍ୱାରା ଓଜନ କମ ହୋଇପାରିବ

 

ଗାଜର: ଗାଜରକୁ ସିଝାଇ ଖାଆନ୍ତୁ ବା କଞ୍ଚା ଖାଆନ୍ତୁ, ଯେମିତି ଖାଇଲେ ମଧ୍ୟ ଏହା କାମ ଦେବ। ଏହାକୁ ଆପଣ ସାଲାଡ କରି ମଧ୍ୟ ଖାଇ ପାରିବେ। ଓଜନ କମ୍‌ କରିବା ପାଇଁ ଏହା ବେଶ୍‌ ଲାଭଦାୟକ।

 

ଛତୁ: ଛତୁ ସୁଆଦ ହେବା ସହ ଏହାର ଅନେକ ଗୁଣ ରହିଛି। ସେଥିରୁ ଗୋଟିଏ ହେଉଛି ମୋଟାପଣକୁ କମ୍‌ କରିବା। ଚିକେନ୍‌, ମାଛ କିମ୍ବା ମିକ୍ସ୍‍ଡ ହର୍ବସ୍‌ ସହ ଛତୁ ଖାଇଲେ ଏହା ଖୁବ୍‌ ଲାଭଦାୟକ ହୋଇଥାଏ।

 

କାକୁଡ଼ି: କାକୁଡ଼ିରେ ବହୁ ପରିମାଣରେ ପାଣି ଓ ତନ୍ତୁ ମିଳିଥାଏ। ଏଥିରେ ଫ୍ୟାଟ୍‌ କିମ୍ବା କାର୍ବୋହାଇଡ୍ରେଟ୍‌ ନ ଥାଏ। ତେଣୁ ଏଥିରେ ଓଜନ ବଢ଼ିବାର ସମସ୍ୟା ନ ଥାଏ। ଏହାକୁ ଖାଇବା ବେଶ୍‌ ଫଳପ୍ରଦ।

 

ଫୁଲକୋବି: ଫୁଲକୋବି ଖୁବ୍‌ ଉପକାରୀ ଅଟେ। ଏଥିରେ ଫ୍ୟାଟ୍‌ ନ ଥାଏ। ବହୁ ଅଧିକମାତ୍ରରେ ତନ୍ତୁ ରହିଥାଏ। ଓଜନ କମ୍‌ କରିବା ପାଇଁ ଏହା ଏକ ଉତ୍ତମ ପରିବା ଅଟେ।

 

ଲଙ୍କା: କଞ୍ଚା ହେଉ କିମ୍ବା ଶୁଖିଲା ଲଙ୍କା, ଉଭୟ ଲାଭଦାୟକ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ଶରୀରରେ ମେଟାବଲିଜମ୍‌ ବଢ଼ିଥାଏ। ଶରୀରର ଫ୍ୟାଟ୍‌ ବର୍ଣ୍ଣ୍‍ ହେବାରେ ଏହା ସହାୟକ ହୋଇଥାଏ।

 

ସମ୍ବନ୍ଧିତ ଖବର