ଜାଣନ୍ତୁ , ଏସବୁ ଘଟିଲେ ମଣିଷ ଦୁର୍ଭାଗ୍ୟର ଶିକାର ହୋଇଥାଏ !

ମଣିଷ ନିଜର ଦୁର୍ଭାଗ୍ୟକୁ ନେଇ ଅନେକ ସମୟରେ ବ୍ୟତିବ୍ୟସ୍ତ ହୋଇଥାଏ। ଠିକ୍‌ ସେହିପରି ମଣିଷ ନିଜ ଭାଗ୍ୟକୁ ସବୁ ଦୋଷ ଦେଇ କିଛି କାମ କରି ନଥାଏ, ବରଂ ଅଳସୁଆ ହୋଇଯାଇଥାଏ।
ବିଶେଷ କରି ଯେତେବେଳେ ମଣିଷ ବିଭିନ୍ନ ପ୍ରକାରର ପ୍ରୟାସ କରି ମଧ୍ୟ ସଫଳ ହୁଏନା, ସେତେବେଳେ ଭାବେ ବୋଧହୁଏ ଏସବୁ ଭାଗ୍ୟର ଦୋଷ। ତେବେ ଆସନ୍ତୁ ଜାଣିବା ମଣିଷ ପାଇଁ ସବୁଠାରୁ ଦୁର୍ଭାଗ୍ୟଜନକ କଥା କ’ଣ? ପ୍ରଥମତଃ ଯଦି କଷ୍ଟ ଅର୍ଜିତ ଧନ ନଷ୍ଟ ହୋଇଯାଏ, ବା ତା’ର ଉପଯୁକ୍ତ ବିନିଯୋଗ ହୋଇପାରେ ନା, ସେତେବେଳେ ତାହା ଦୁର୍ଭାଗ୍ୟ ବୋଲି ମନେ କରାଯିବା ସ୍ୱାଭାବିକ।
ବୃଦ୍ଧ ବୟସରେ ପତ୍ନୀଙ୍କ ମୃତ୍ୟୁ ମଣିଷକୁ ନିଃସଙ୍ଗ କରିଥାଏ। କାରଣ ସେତେବେଳେ ଦ୍ୱିତୀୟ ବିବାହ କରି ହେବ ନାହିଁ। ଏହା ଉକ୍ତ ମଣିଷକୁ ମାନସିକ ଅବସାଦ ଆଡକୁ ଟାଣି ନେଇଥାଏ। ଏହାକୁ ଏକ ବଡ଼ ଦୁର୍ଭାଗ୍ୟ ବୋଲି ମନେ କରାଯାଏ।
ରାଜନୀତି ନ ଜାଣି ସେଭଳି କାର୍ଯ୍ୟ କରିଲେ ଅନେକ ବ୍ୟକ୍ତି ଅସଫଳ ହୋଇଥାନ୍ତି। ଚାଣକ୍ୟଙ୍କ ଅନୁଯାୟୀ ଏଭଳି ଲୋକେ ଦୁର୍ଭାଗ୍ୟଗ୍ରସ୍ତ ହୋଇଥାନ୍ତି। ଠିକ୍‌ ସେହିପରି କୂଟନୀତିରେ ବିଫଳ ବ୍ୟକ୍ତି ମଧ୍ୟ ଦୁର୍ଭାଗ୍ୟଗ୍ରସ୍ତ ହୋଇଥାଆନ୍ତି।

photo- speaking tree

ନିଜେ ସ୍ୱଚ୍ଛନ୍ଦଭାବେ ନ ରହି ଯଦି କାହାରି ଘରେ କ୍ରୀତଦାସ ଭଳି ରହିବାକୁ ପଡ଼େ, ତେବେ ତାହା ମଧ୍ୟ ଏକ ପ୍ରକାରର ଦୁର୍ଭାଗ୍ୟ ବୋଲି ଧରିବାକୁ ହେବ ବୋଲି ଚାଣକ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର