ଦେହର ସବୁ ଯନ୍ତ୍ରଣା ଦୂର କରିବ ଏଇ ଗୋଟିଏ ପତ୍ର; ବିଶେଷ କରି ଆଣ୍ଠୁଧରା

କାହିଁ କେଉଁ କାଳରୁ ଆୟୁର୍ବେଦ ମଣିଷଙ୍କ ଠାରୁ ଆରମ୍ଭ କରି ଜୀବଜନ୍ତୁମାନଙ୍କ କଷ୍ଟ ଲାଘବ କରିଆସୁଛି। ଆୟୁର୍ବେଦ ସମ୍ମତ ଚେରମୂଳୀ ଶରୀରର ଅଭ୍ୟନ୍ତରୁ ରୋଗ ଉପସମ ପ୍ରକ୍ରିୟା ଆରମ୍ଭ କରିଥାଏ। ତେଣୁ ଅଧିକରୁ ଅଧିକ ଲୋକ ଏବେ ଆୟୁର୍ବେଦ ଆଡ଼କୁ ଢଳୁଛନ୍ତି।

କେବେ ଚେରମୂଳୀ ମିଶ୍ରଣ ପ୍ରସ୍ତୁତ ଆୟୁର୍ବେଦ ଔଷଧ ରୋଗ ଉପସମ କରେ ତ କେବେ ଖାଲି ପତ୍ରଟିଏ ବିଚିତ୍ର କରାମତି ଦେଖାଇ ଥାଏ।
ସେମିତି ଗୋଟାଏ ପତ୍ର ହେଉଛି ନିର୍ଗୁଣ୍ଡୀ ବା ନେଳି ବେଗୁନିଅାଁ ପତ୍ର। ଏହାର ଗୁଣ ଅସୀମ। କେଉଁ କାଳୁ ଏହା ଯନ୍ତ୍ରଣାହାରକ ଭାବେ ବ୍ୟବହୃତ ହେଉଛି।

ସାଧାରଣତଃ ନିର୍ଗୁଣ୍ଡୀ ପତ୍ରକୁ ପାଣିରେ ସିଝା ଯିବା ପରେ ସେହି ପାଣିକୁ ବିଭିନ୍ନ କାମରେ ବ୍ୟବହାର କରାଯାଏ। ଶରୀରୁ ଯନ୍ତ୍ରଣା ନାଶ କରିବା ପାଇଁ ନୂଆ ଜନ୍ମ ଦେଇଥିବା ମାଆଙ୍କୁ ଏହି ପାଣିରେ ସ୍ନାନ କରାଯାଏ। ଆୟୁର୍ବେଦିକ ବିଧି ଅନୁସାରେ ଏହି ପାଣିରେ ପୋଖତୀମାନେ ୩ ମାସ ଧରି ଗାଧୋଇବା କଥା।

ଅଷ୍ଟିଓଆଥ୍ରାଇଟିସ୍‌ ଠାରୁ ଆରମ୍ଭ କରି ଗଣ୍ଠିବିନ୍ଧା ଭଳି ଆଣ୍ଠୁ ଯନ୍ତ୍ରଣା ପାଇଁ ଏହି ପତ୍ରର ଅର୍କ ବଡ଼ ଉପକାରୀ। ଫୁଲା ଆଣ୍ଠୁ ଏବଂ ଗଣ୍ଠି ଆଦି ଏହି ପତ୍ରର ଅର୍କର ଯୋଗେ ଉପସମ ହେଉଥିବା କଥା ବିଭିନ୍ନ ଆୟୁର୍ବେଦୀୟ ଫୋରମ୍‌ରେ ଚିକିତ୍ସକମାନେ ସେମାନଙ୍କର ଅଭିଜ୍ଞତା ବଖାଣନ୍ତି।

ଗଣ୍ଠିବାତ ବା ଯନ୍ତ୍ରଣା ଉପସମ କରିବା ଛଡ଼ା ନିର୍ଗୁଣ୍ଡୀ ପତ୍ରର ରସ ତୁଣ୍ଡଘା, ଋତୁକାଳୀନ ଯନ୍ତ୍ରଣା, ଶୁଖିଲା କାଶ ଆଦି ପାଇଁ ବ୍ୟବହାର କରାଯାଏ। ନିର୍ଗୁଣ୍ଡି ଅର୍କରେ ମୁଣ୍ଡ ଧୋଇଲେ ରୁପି ଛାଡ଼ିଯାଏ।

ସମ୍ବନ୍ଧିତ ଖବର