ଏହି ଉପାୟ ଆପଣାନ୍ତୁ ଇସ୍ତ୍ରୀ କରିବାର ଆବଶ୍ୟକତା ପଡ଼ିବ ନାହିଁ

ଆଜିକା ସମୟରେ ସମସ୍ତେ ଏତେ ବ୍ୟସ୍ତ ହୋଇପଡ଼ିଛନ୍ତି କି ନିଜ ପାଇଁ ବି ସମୟ ବାହାର କରିବା କଷ୍ଟ ହୋଇପଡ଼ିଛି। ଅଫିସ୍‌ରୁ କାମ ସାରି ଆସିବା ପରେ ଯେତିକି ସମୟ ବି ଆମ ପାଖରେ ବଳି ପଡ଼ିଥାଏ, ସେତିକି ସମୟ ଆମେ ଫୋନ୍‌ କିମ୍ବା ସୋସିଆଲ ମିଡିଆରେ ବ୍ୟସ୍ତ ହୋଇଯାଇଥାଏ। ଏମିତିରେ ଏହା ଆମର ଜୀବନଶୈଳୀ, ସ୍ୱାସ୍ଥ୍ୟ ସହିତ ଆମର ରହିବା ଚଳିବା ଉପରେ ବି ପ୍ରଭାବ ପକାଇଥାଏ। ଏହି ପ୍ରସଙ୍ଗରେ ଆଉ ଏକ ଆତ୍ୟାବଶ୍ୟକ କାମ ସାମ୍ନାକୁ ଆସିଥାଏ। ଯାହା ପ୍ରତିଦିନ ଜରୁରୀ ହୋଇଥାଏ। ଅଫିସ ବାହାରିବା ସମୟରେ ପୋଷାକକୁ ଇସ୍ତ୍ରୀ କରିବା। କିନ୍ତୁ ଅଫିସ ବାହାରିବା ସମୟରେ ଇସ୍ତ୍ରୀ କରିବା ପାଇଁ ସମୟର ବହୁତ ଅଭାବ ହୋଇଥାଏ। ତେବେ ଆସନ୍ତୁ ଏମିତି ଏକ ଉପାୟ ଜାଣିବା ଯଦ୍ୱାରା ପୋଷାକ ଇସ୍ତ୍ରୀ କରିବାର କୌଣସି ଆବଶ୍ୟକ ପଡ଼ିବ ନାହିଁ।

ଯେଉଁ ପୋଷାକରୁ ଆପଣ ଲୋଚାକୋଚାକୁ ହଟାଇବାକୁ ଚାହୁଁଛନ୍ତି, ତାହାକୁ ପ୍ରଥମେ ଓ୍ଵାସିଂ ମେସିନ୍‌ର ଡ୍ରାଏରରେ ପକାନ୍ତୁ। ଏହାସହିତ ସେଥିରେ ୧-୨ ଦୁଇତିନିଟି ଓଦା ପୋଷାକ ପକାଇ ଦିଅନ୍ତୁ ଓ ଦୁଇରୁ ତିନିଟି ବରଫ ଖଣ୍ଡ ପକାନ୍ତୁ। ଏବେ କିଛି ସମୟ ପାଇଁ ସ୍ପିନ୍‌ କରନ୍ତୁ। ବରଫ ଖଣ୍ଡ ଯେମିତି ତରଳୁ ଥିବ ଆପଣଙ୍କ ପୋଷାକରୁ ଲୋଚାକୋଚା ଯେତିକି ଲିଭିବାରେ ଲାଗିଥିବ। ଏହା ପରେ ପୋଷାକକୁ ସେଥିରୁ ବାହାର କରି ହ୍ୟାଙ୍ଗରରେ ସିଧା ଟାଙ୍ଗି ଦିଅନ୍ତୁ। ଏମିତିରେ ଆପଣ ଭାବୁ ଥାଇ ପାରନ୍ତି ଏହା କିପରି ସମ୍ଭବ, ତେବେ ଡାଏର ଗର୍ମ ହେବା ହେତୁ ଏଥିରେ ବରଫ ତରଳି ଥାଏ, ଏଥିରୁ ବାହାରୁ ଥିବା ଷ୍ଟିମ୍‌ ଇସ୍ତ୍ରୀ ଭଳି କମା କରିଥାଏ।

ସମ୍ବନ୍ଧିତ ଖବର