ଏମିତି କଥା ହେଲେ ଶୁଣିବା ଲୋକ ଖୁସି ହୁଅନ୍ତି!

ବେଳେ ବେଳେ ବହୁ ମୂଲ୍ୟବାନ କଥା ଶୁଣିବାକୁ ବିରକ୍ତ ଲାଗିଥାଏ ତ କେବେ ପୁଣି ଅତି ଭିତ୍ତିହୀନ କଥା ବି ଶୁଣବାକୁ ଭଲ ଲାଗେ। ଏ ସବୁ କହିବା ଲୋକର ଶୈଳୀ ଉପରେ ନିର୍ଭର କରେ। ଆପଣ ଯଦି ଠିକ୍‌ ଭାବେ କୌଣସି କଥାକୁ ଉପସ୍ଥାପନା କରି ପାରୁଛନ୍ତି ତେବେ ସାମ୍ନା ଲୋକ ଶିଣିବାକୁ ବିରକ୍ତ ହେବେ ନାହିଁ।

-କଥା କହିବା ବେଳେ ମୁହଁର ଅଙ୍ଗୀଭଙ୍ଗୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କ ମୁଖ କ୍ରିୟା ଠିକ୍‌ ନ ରହିଲେ ସାମ୍ନା ଲୋକ ବିରକ୍ତ ଭାବ ପ୍ରଦର୍ଶନ କରିବା ସ୍ୱାଭାବିକ।

-ଶବ୍ଦ ଓ ବାକ୍ୟର ଗୁରୁତ୍ୱ ବୁଝନ୍ତୁ। କେଉଁ ଶବ୍ଦ ପାଇଁ କେତିକି ଚାପ ବା କେଉଁ ବାକ୍ୟ ପାଇଁ କେତିକି କମ୍ପନ ଆବଶ୍ୟକ ତାହା ବିଚାର କରି କୁହନ୍ତୁ। ଅନେକ ଲୋକ ବହୁ ଅନାବଶ୍ୟକ ଶବ୍ଦରେ ଚାପ ପ୍ରୟୋଗ କରି କଥାକୁ ଅସୁନ୍ଦର କରନ୍ତି।

-ବହୁତଗୁଡ଼ିଏ କଥା ଗପନ୍ତୁ ମାତ୍ର ଗୋଟାଏ କଥାକୁ ପୁନର୍ବାର କୁହନ୍ତୁ ନାହିଁ। ଏମିତି କଲେ ଆପଣଙ୍କ କଥାର ଗୁରୁତ୍ୱ ହ୍ରାସ ପାଇବ।

-କଥା କହିବା ବେଳେ ସାମ୍ନା ଲୋକର ଆଗ୍ରହକୁ ମଧ୍ୟ ଲକ୍ଷ୍ୟ କରନ୍ତୁ। ସାମ୍ନା ଲୋକର ମୁହଁରେ ସାମନ୍ୟ ଅନାଗ୍ରହ୍ୟ ଲକ୍ଷ୍ୟ କଲେ କଥା ପରିବର୍ତ୍ତନ କରନ୍ତୁ।

-ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିଜ କଥାରେ ଶୁଣିବା ଲୋକର ସଂପୃକ୍ତିକୁ ଗୁରୁତ୍ୱ ଦିଅନ୍ତୁ। ଏକତରଫା ଗପ ପରିସ୍ଥିତିକୁ ମାନ୍ଦା କରିଥାଏ।

ସମ୍ବନ୍ଧିତ ଖବର