ଆପଣଙ୍କ ହାତର ବୁଢ଼ା ଆଙ୍ଗୁଳି ଜଣାଇ ଦେବ ଅନେକ କଥା , ଜାଣନ୍ତୁ କିପରି

ଆମର ହାତର ଆକାର ଯେମିତି ଭିନ୍ନ ଭିନ୍ନ ଠିକ୍‌ ସେମିତି ଆଙ୍ଗୁଠିର ଆକାର ବି ଅଲଗା ଅଲଗା। କାହାର ହାତର ଆଙ୍ଗୁଠିର ଲମ୍ବା, ତ କାହାର ଛୋଟ। ଏହି ଅଙ୍ଗୁଠିର ସଂରଚନାରୁ କେମିତି ଜାଣିବେ ଜଣଙ୍କ ଚରିତ୍ର ବିଷୟରେ, ଆସନ୍ତୁ ଜାଣିବେ । ଯାହାର ବୁଢ଼ା ଆଙ୍ଗୁଠି ତର୍ଜନୀ ଆଙ୍ଗୁଳିର ମଧ୍ୟ ଭାଗ ଯାଏଁ ଥାଏ, ଏହା ସାମାନ୍ୟ ଲମ୍ବା ଅଟେ । ଏହିପରି ଆଙ୍ଗୁଳି ଥିବା ଲୋକମାନଙ୍କର କିଛି ଖାସ୍‌ ଗୁଣ ଥାଏ । ଏମାନେ ନିଜ କଥା ଶୁଣନ୍ତି ଏବଂ ନିଜ ବିଚାର ଅନୁସାରେ କାମ କରନ୍ତି । ଏମାନଙ୍କର ମତ ସମସ୍ତଙ୍କ ଠାରୁ ଅଲଗା ହୋଇଥାଏ । ପ୍ରତ୍ୟେକ ବିଷୟ ଉପରେ ସକାରାତ୍ମକ ରାୟ ଦେଇଥାନ୍ତି ।

ଯଦି ହାତର ବୁଢ଼ା ଆଙ୍ଗୁଳି ଛୋଟ ଥାଏ, ଏହି ଲୋକମାନେ ଅନ୍ୟର ବିଚାରରେ ଚାଲନ୍ତି ଏବଂ ବହୁତ ପରିଶ୍ରମୀ ହୋଇଥାଆନ୍ତି । କିଛି ଲୋକଙ୍କର ବୁଢ଼ା ଆଙ୍ଗୁଳି ଶରୀର ତ୍ୱଚା ତୁଳନାରେ ଅଲଗା ଥାଏ । ସେହି ଲୋକମାନେ ବହୁତ ଭାବିଚିନ୍ତି କାମ କରିଥାନ୍ତି । ଏମାନଙ୍କୁ ମନେଇବା ବହୁତ କଷ୍ଟ । ଏମିତି ବି ଲୋକ ଅଛନ୍ତି ଯାହାଙ୍କର ବୁଢ଼ା ଆଙ୍ଗୁଳିକୁ ସେ କୌଣସି ଦିଗରେ ବୁଲେଇପାରିବେ । ଏମିତି ଲୋକଙ୍କର ବ୍ୟବହାର ବି ଏହିପରି । କୌଣସି ପରିସ୍ଥିତିରେ ସେ ନିଜକୁ ଚଳେଇପାରିବେ । ଏମାନଙ୍କୁ ଧନ କମେଇବା ପାଇଁ ବହୁତ ଆଗ୍ରହ ଥାଏ । ସମକୋଣୀ ବୁଢ଼ା ଆଙ୍ଗୁଳି: ଯଦି ଆଙ୍ଗୁଳିକୁ ସିଧା ଟାଣିବା ପରେ, ଏହା ରାଇଟ୍‌ ଆଙ୍ଗଲ୍‌ ଭଳି ରହିଥାଏ। ଏପରି ଲୋକମାନଙ୍କୁ କେହି ହରେଇପାରିବେ ନାହିଁ । ଯଦି କେବେ ହାରିଯାଆନ୍ତି, ତା’ହେଲେ ଆଉଥରେ ଚେଷ୍ଟା କରନ୍ତି ।

ଯଦି ଆଙ୍ଗୁଳିକୁ ସିଧା କରିବା ପରେ ଏହା ଭିତରକୁ ରହିଥାଏ, ଏହାକୁ ଆକ୍ୟୁଟ୍‌ ଆଙ୍ଗେଲ ବୁଢ଼ା ଆଙ୍ଗୁଳି କହନ୍ତି । ଏମିତି ଲୋକମାନଙ୍କର ଭାବତା ନକାରାତ୍ମକ ହୋଇଥାଏ । ଲୋକମାନଙ୍କୁ ହଇରାଣ କରିବା, ଖରାପ କାର୍ଯ୍ୟରେ ଲିପ୍ତ ରହିବା ଆଦି ଏହି ଲୋକମାନଙ୍କର ଅଭ୍ୟାସ । ଏହି ଲୋକମାନେ ଭୂତ-ପ୍ରେତ, ଗୁଣିଗାରେଡି କୁ ବିଶ୍ୱାସ କରନ୍ତି ।

ସମ୍ବନ୍ଧିତ ଖବର