ବିଭିନ୍ନ ରୋଗରୁ ନିଜକୁ ଦୂରରେ ରଖିବା ପାଇଁ ଚାହୁଁଛନ୍ତି କି? ଆପଣାନ୍ତୁ ଆର୍ୟୁବେଦର ଏହି ୬ଟି ସୂତ୍ର

ଆଜିକାଲି ପ୍ରଦୂଷଣ ବଢ଼ିବା ସହ ଲୋକମାନେ ଏହାର ଶିକାର ହୋଇ ଅନେକ ପ୍ରକାରର ରୋଗରେ ପଡ଼ୁଛନ୍ତି। ଏହାର ଗୋଟିଏ କାରଣ ପ୍ରଦୂଷଣ ହୋଇଥିବା ବେଳେ ଅନ୍ୟ ଏକ କାରଣ ହେଉଛି ଖାଦ୍ୟପେୟରେ ଠିକ୍‌ ଠିକଣା ନ ରହିବା। ସମୟ ଅଭାବ ହେତୁ ଲୋକମାନେ ନିଜ ଖାଇବା ପିଇବାକୁ ଠିକ ନ କରୁଥିବାରୁ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି । ଠିକ୍‌ ସମୟରେ ନ ଖାଇବା ବା ଲମ୍ବା ସମୟ ପର୍ଯ୍ୟନ୍ତ ଭୋକିଲା ରହିବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ଦେଖା ଦେଇଥାଏ । ତେବେ ଫିଟ୍‌ ରହିବା ପାଇଁ ପ୍ରତିଦିନର କାର୍ଯ୍ୟସୂଚୀରେ ଏହି ସବୁ ନିୟମର ପାଳନ କରିବା ନିହାତି ଆବଶ୍ୟକ । ଆର୍ୟୁବେଦ ଅନୁସାରେ ଏହି ୬ଟି ନିୟମର ପାଳନ କରିବା ଦ୍ୱାରା ଆପଣ ସବୁଦିନ ପାଇଁ ରୋଗମୁକ୍ତ ହୋଇ ପାରିବେ ।

୧. ସକାଳୁ ଉଠିବା ପରେ ଜଳଖିଆ ୭ଟାରୁ ୯ଟା ଭିତରେ ଖାଆନ୍ତୁ । ଏହି ସମୟ ମଧ୍ୟରେ ଖାଇଲେ ଆପଣଙ୍କ ଶରୀରକୁ ଭରପୂର ଶକ୍ତି ମିଳିବା ସହ ଆପଣ ପୂରା ଦିନ ଆକ୍ଟିଭ୍‌ ରହିବେ ।

Hungry Girl

୨. ଠିକ୍‌ ସମୟରେ ଠିକ୍‌ ଖାଦ୍ୟ ଖାଇବା । ଏପରି କଲେ ପେଟ ଜନିତ ସମସ୍ୟା ଉପୁଜିବ ନାହିଁ ।
୩. ଖାଦ୍ୟ ଖାଇବାର ତୁରନ୍ତ ପରେ ଗାଧାନ୍ତୁ ନାହିଁ । ଏହା ସହ କୌଣସି ପରିଶ୍ରମ ପଡ଼ିଲା ଭଳି କାମ ମଧ୍ୟ କରନ୍ତୁ ନାହିଁ ।

Natural Way of Living – Blogger

୪.ପ୍ରତିଦିନ ଗୋଟେ ବା ଦୁଇ ଗ୍ଲାସ ଉଷୁମ ପାଣି ପିଅନ୍ତୁ । ଏପରି କଲେ ହୃଦ୍‌ଜନିତ ସମସ୍ୟା ହେବ ନାହିଁ ।
୫.ଖାଦ୍ୟ ଖାଇବାର ୪୦ ମିନିଟ ପର୍ଯ୍ୟନ୍ତ ପାଣି ପିଅନ୍ତୁ ନାହିଁ । ଏପରି କଲେ ଖାଦ୍ୟ ଠିକ ଭାବରେ ହଜମ ହେବ ।
୬. ପ୍ରତିଦିନ ୮ରୁ ୯ଘଣ୍ଟା ନିଶ୍ଚୟ ଶୋଇବା ଶରୀର ପାଇଁ ଭଲ ।

Indiatimes.com
ସମ୍ବନ୍ଧିତ ଖବର