ଖରାଦିନେ ଫୁଡ୍‌ ପଏଜନିଙ୍ଗ ଠାରୁ ମୁକ୍ତି ଦେଇଥାଏ ଏହି ସବୁ ଜିନିଷ

ପାଗ ବଦଳିବା ସହ ଖାଇବା-ପିଇବା ଏବଂ ଦୈନଦିନ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଖାସ୍‌ କରି ଖରାଦିନେ ଖାଦ୍ୟପେୟକୁ ନେଇ ଅଧିକ ସାବଧାନ ରହିବାକୁ ପଡ଼ିଥାଏ । କାରଣ ଖରାଦିନେ ଶରୀରର ପାଚନକ୍ରିୟା ଦୁର୍ବଳ ହୋଇଯିବା ସହ ଖାଦ୍ୟ ଠିକ୍‌ ଭାବରେ ହଜମ ହୋଇ ନଥାଏ । ଯାହାଦ୍ୱାରା ଫୁଡ୍‌ ପଏଜନିଙ୍ଗ୍‌ର ସମସ୍ୟା ଦେଖା ଯାଇଥାଏ । ଯଦି ଆପଣ ଖରାଦିନେ ଫୁଡ୍‌ ପଏଜନିଙ୍ଗ୍‌ରୁ ନିଜକୁ ରକ୍ଷା କରିବା ପାଇଁ ଚାହୁଁଛନ୍ତି, ତେବେ ଏହି ସବୁ ଖାଦ୍ୟ ଖାଇବା ଆରମ୍ଭ କରନ୍ତୁ ।

୧.ଫୁଡ୍‌ ପଏଜନିଙ୍ଗର ସମସ୍ୟା ଦେଖାଗଲେ କଦଳୀ ଖାଇବା ଆରମ୍ଭ କରନ୍ତୁ । କାରଣ ଏଥିରେ ପୋଟାସିୟମ ଅଧିକ ପରିମାଣରେ ରହିଥାଏ । ଯାହା ପେଟର ସଂକ୍ରମଣକୁ କମ କରିଥାଏ ।

Mayo Clinic News Network

୨. ଗୋଟେ ଚାମଚ ଅଦାର ରସ ପିଇ ଗୋଟେ ଗ୍ଲାସ ପାଣି ପିଇ ଦିଅନ୍ତୁ । ଅଦାରେ ଆଣ୍ଟି ବ୍ୟାକ୍ଟେରିଆଲ ଏବଂ ପେଟ ବିନ୍ଧା ଦୂର କରିବାର ଗୁଣ ରହିଥାଏ । ଦରକାର ଠାରୁ ଅଧିକ ଅଦା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ।
୩.ଜିରା ଖାଇବା ଦ୍ୱାରା ମଧ୍ୟ ଫୁଡ୍‌ ପଏଜନିଙ୍ଗର ସମସ୍ୟା ଦୂର ହୋଇଥାଏ । ଫୁଡ୍‌ ପଏଜନିଙ୍ଗର ସମସ୍ୟା ଦେଖାଗଲେ ଜିରାକୁ ଭାଜି ଚୁନା କରି ନିଜ ସୁପ୍‌ରେ ପକାଇ ପିଅନ୍ତୁ ।

NDTV Food
ସମ୍ବନ୍ଧିତ ଖବର