ଜାଣନ୍ତୁ , କ୍ଳାନ୍ତିଜନିତ ସମସ୍ୟାରୁ କିଭଳି ରକ୍ଷା ପାଇବେ

ହୃଦୟ ରୋଗ,ମାନସିକ ଅବସାଦ,ଚିନ୍ତା ,ଅନିଦ୍ରା ଓ ଅବସାଦ ହେଉଛି କ୍ଳାନ୍ତିର ମୁଖ୍ୟ କାରଣ ।ଅତ୍ୟଧିକ ମାତ୍ରାରେ କୈଫିନ୍‌ ବା ଆଲ୍‌କହଲର ସେବନ ବି ଅନିଦ୍ରା ସମସ୍ୟା ବଢ଼ାଇଥାଏ,ଯାହାଦ୍ୱାରା କି ବ୍ୟକ୍ତିକୁ କ୍ଳାନ୍ତି ଅନୁଭବ ହୁଏ।କ୍ଳାନ୍ତିଜନିତ ସମସ୍ୟାରୁ ମୁକୁଳିବାକୁ ହେଲେ କ’ଣ କରିବେ ଜାଣନ୍ତୁ

୧-କ୍ଳାନ୍ତିଜନିତ ସମସ୍ୟାରୁ ମୁକୁଳିବାକୁ ହେଲେ ଆପଣ ନିୟମିତ ଭାବେରେ ଏକ ସପ୍ତାହ ମଧ୍ୟରେ ଅତିକମ୍‌ରେ ୨ ଘଣ୍ଟା ବ୍ୟାୟାମ କରନ୍ତୁ।
୨-ଧ୍ୟାନ,ଯୋଗ ଏବଂ ଡିପ୍‌ ବ୍ରିଦିଙ୍ଗ୍‌ ଏକ୍ସରସାଇଜ୍‌ ଦ୍ୱାରା ଆପଣ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ।
୩- ପୁଷ୍ଟିକର ଭୋଜନ ବି ଏଥିପାଇଁ ଅତ୍ୟନ୍ତ ଜରୁରୀ, ଯେଉଁଥିରେ କି କାର୍ବୋହାଇଡ୍ରେଟ୍‌,ପ୍ରୋଟିନ୍‌ ,ମିନେରଲ ଏବଂ ଭିଟାମିନ୍‌ର ସନ୍ତୁଳନ ମାତ୍ରା ରହିଥାଏ।
୪-ଏହାସହିତ ଆପଣ ଆପଣଙ୍କ ଭୋଜନରେ ଅଧିକ ମାତ୍ରାରେ ଫଳ ଓ ସବୁଜ ପନିପରିବା ସାମିଲ୍‌ କରନ୍ତୁ।


୫-ତେବେ ଅନିଦ୍ରା କ୍ଳାନ୍ତଜନିତ ସମସ୍ୟାର ପ୍ରମୁଖ କାରଣ ହୋଇଥିବାରୁ ଆପଣ ଶୋଇବା ଓ ଉଠିବାର ନିୟମ ସମୟ କରନ୍ତୁ।
୬-ନିଶାଦ୍ରବ୍ୟର ସେବନଠୁଁ ନିଜକୁ ଦୂରେଇ ରଖନ୍ତୁ।

ସମ୍ବନ୍ଧିତ ଖବର