ପେଟ ବିନ୍ଧାଠାରୁ ଆରମ୍ଭ କରି କର୍କଟ ରୋଗ ପର୍ଯ୍ୟନ୍ତ, ଏ ସବୁ ସମସ୍ୟାରୁ ଦୂରରେ ରଖେ ଏହି ୪ଟି ଜିନିଷ

ଭୁଲ ସମୟରେ ଏବଂ ଭୁଲ ଖାଦ୍ୟ ଖାଇବା ଦ୍ୱାରା ଆଜିକାଲି ଅଧିକାଂଶ ଲୋକମାନଙ୍କ ମଧ୍ୟରେ ଅନେକ ପ୍ରକାରର ଶାରୀରିକ ସମସ୍ୟା ଦେଖା ଦେଉଛି । ସୁସ୍ଥ ରହିବା ପାଇଁ ଲୋକମାନେ ବ୍ୟାୟାମ କରୁଥିଲେ ମଧ୍ୟ ସ୍ୱାସ୍ଥ୍ୟକର ଖାଦ୍ୟ ଉପରେ ଗୁରୁତ୍ୱ ଦେଉ ନାହାନ୍ତି । ଯାହାଦ୍ୱାରା ସେମାନଙ୍କ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖା ଯାଉଛି । ନିଜର  ପ୍ରତିଦିନର ଖାଦ୍ୟରେ କିଛି ଏଭଳି ଜିନିଷ ରଖିବା ଦରକାର, ଯାହା ଆପଣଙ୍କୁ ଅନେକ ଗମ୍ଭୀର ରୋଗରୁ ଦୂରରେ ରଖିବ । ଆସନ୍ତୁ ଜାଣିବା ସେ ବିଷୟରେ..

୧. ଡ଼ାଳିମ୍ବରେ ଭିଟାମିନ୍‌, ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଫଲିକ୍‌ ଏସିଡ୍‌ ଭରପୂର ମାତ୍ରାରେ ରହିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦୂର ହେବା ସହ କର୍କଟ ଭଳି ରୋଗ ହେବାର ଆଶଙ୍କା କମ ହୋଇଥାଏ । ପ୍ରତିଦିନ ଏହାର ସେବନ କରିବା ଦ୍ୱାରା ସ୍ତନ କର୍କଟ ଏବଂ ପ୍ରୋଷ୍ଟେଟ୍‌ କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ କମ ହୋଇଥାଏ ।

nari.punjabkesari

୨. ଚିନ୍ତା ଏବଂ ଅବସାଦକୁ ଦୂର କରିବା ପାଇଁ କଦଳୀ ହେଉଛି ରାମବାଣ ସଦୃଶ । ଯେତେବେଳେ କୌଣସି କଥାକୁ ନେଇ ଆପଣ ଚିନ୍ତିତ ଅଛନ୍ତି  ସେ ସମୟରେ କଦଳୀ ଖାଆନ୍ତୁ । ଆପଣଙ୍କ ସବୁ ଚିନ୍ତା ଦୂର ହୋଇଯିବ ।

୩. ପୋଟାସିୟମରେ ଭରପୂର ଥିବା କିସ୍‌ମିସ୍‌ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ୩ଥର ମୁଠାରେ କିସ୍‌ମିସ୍‌ ଚୋବାଇବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।

୪. ଦହି ଖାଇବା ଦ୍ୱାରା ପେଟଜନିତ ସମସ୍ୟା ଦୂର ହୋଇଥାଏ । କୋଷ୍ଠକାଠିନ୍ୟ ସମସ୍ୟାକୁ ସହଜରେ ଦୂର କରିଥାଏ ଦହି । ଖରାଦିନେ ଏହାର ସେବନ କରିବା ଦ୍ୱାରା ପେଟ ଥଣ୍ଡା ରହିବା ସହ ପେଟଜନିତ ସମସ୍ୟା ବି ଦୂର ହୋଇଥାଏ ।

nari.punjabkesari.in
ସମ୍ବନ୍ଧିତ ଖବର