ଏହି ଭଳି କରନ୍ତୁ ନିଜ ଦିନର ଆରମ୍ଭ, ସବୁଦିନ ରହିବେ ସୁସ୍ଥ…

ସକାଳ ସମୟ ଦିନର ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ସମୟ ହୋଇଥାଏ । ଯାହର ଉପଯୋଗ ଠିକ୍‌ ଭାବରେ କଲେ ଶରୀରକୁ ଅନେକ ଫାଇଦା ମିଳିଥାଏ । ସକାଳର ଆରମ୍ଭ ଠିକ୍‌ ଭାବରେ କରିବା ଦ୍ୱାରା ସାରାଦିନ ଆପଣ ସୁସ୍ଥ ଅନୁଭବ କରିବା ସହ ଏହା ଆପଣଙ୍କୁ ଅନେକ ରୋଗରୁ ମଧ୍ୟ ରକ୍ଷା କରିଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ଦିନର ଆରମ୍ଭ କିପରି କରିବା ଦରକାର । ଯାହାଦ୍ୱାରା ଆପଣ ସାରା ଜୀବନ ସୁସ୍ଥ ରହି ପାରିବେ ।

୧. ସକାଳୁ ଶୀଘ୍ର ଉଠିଲେ ଶରୀର ଫୁର୍ତ୍ତି ରୁହେ ବୋଲି ଲୋକମାନେ ଜାଣି ମଧ୍ୟ କାମର ଚାପ ରହୁଥିବାରୁ ସେମାନେ ସକାଳୁ ୁଠି ପାରନ୍ତି ନାହିଁ । ରାତିରେ ବିଳମ୍ବରେ ଶୋଇବା ଏବଂ ସକାଳେ ବିଳମ୍ବରେ ଉଠିବା ଦ୍ୱାରା ଶରୀରରେ ଅନେକ ପ୍ରକାରର ରୋଗ ଦେଖାଯିବାକୁ ଲାଗିଥାଏ । ବେଳେ ଲୋକମାନେ କମ ସମୟ ଶୋଇ ମଧ୍ୟ ରୋଗଗ୍ରସ୍ତ ହୋଇଥାନ୍ତି । ସେଥିପାଇଁ ଆଜିଠାରୁ ଶୀଘ୍ର ଶୋଇବା ପାଇଁ ଚେଷ୍ଟା କରନ୍ତୁ । ଶୀଘ୍ର ଶୋଇ ଶୀଘ୍ର ଉଠିବା ଦରକାର ମାନସିକ ଅବସ୍ଥା ଠିକ୍‌ ରହିବା ସହ ସାରାଦିନ କାମ କରିବାକୁ ଫୁର୍ତ୍ତି ଲାଗିଥାଏ ।

୨. ସକାଳୁ ଉଠିବା ପରେ ଲୋକମାନେ ବିଭିନ୍ନ ପ୍ରକାରର ପାନୀୟ ଜିନିଷ ପିଇଥାନ୍ତି । ଚା’, କଫି, ଗ୍ରୀନ୍‌ ଟି ଇତ୍ୟାଦି । କିନ୍ତୁ ସକାଳୁ ଉଠିବା ପରେ ପରେ ପାଣି ପିଅନ୍ତୁ । ଯାହା ଆପଣଙ୍କ ପାଚକ ତନ୍ତ୍ରକୁ ସୁସ୍ଥ ରଖିବା ସହ ଶରୀରରୁ ଅନେକ ରୋଗକୁ ଦୂର କରିଥାଏ । ଖାଲି ପାଣିରେ ଆପଣ ଲେମ୍ବୁର ରସ ମିଶାଇ ମଧ୍ୟ ପିଇ ପାରିବେ ।

nari.punjabkesari.in

୩. ପ୍ରତିଦିନ କାମର ଚିନ୍ତା ଏବଂ ପରିବାରର ଚିନ୍ତା ଲୋକମାନଙ୍କ ଅଧିକ ରୋଗଗ୍ରସ୍ତ କରାଇଥାଏ । ସେଥିପାଇଁ ନିଜର ଦିନ ଆରମ୍ଭ କରିବା ପୂର୍ବରୁ ୧୦ମିନିଟ୍‌ ଯୋଗ ନିହାତି ଭାବରେ କରନ୍ତୁ । ଯାହାଦ୍ୱାରା ଆପଣଙ୍କ ଦିନ ଭଲରେ ବିତି ପାରିବ ।

ସମ୍ବନ୍ଧିତ ଖବର