ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ହେବ। ନେତା ଓ ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ବଢ଼ିଆ କାମ ପାଇଁ ପ୍ରଶଂସା ମିଳିବ। ସୁଖ ସୁବିଧା ବୃଦ୍ଧି ହେବ। ଆପଣଙ୍କ ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମାଣିକେଶ୍ୱରୀ।

ବୃଷ: ଆଜି ଆପଣ ଯଥେଷ୍ଟ ରୋମାଣ୍ଟିକ ମନୋଭାବରେ ରହିବେ। ଜୀବନସାଥୀଙ୍କ ବିଚାର ସହିତ ମେଳ ରହିବ। ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନରୁ ଯଥେଷ୍ଟ ଲାଭ ମିଳିବ। ଆପଣଙ୍କୁ କଲେଜରେ ଅଧ୍ୟାପନାର ସୁଯୋଗ ମିଳିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ପ୍ରଭୁ ହନୁମାନ।


ମିଥୁନ: ଭାବନାରେ ସକାରାତ୍ମକ ବଜାୟ ରଖନ୍ତୁ। ନୂଆ କାମ କରିବା ପୂର୍ବରୁ ମାତାପିତାଙ୍କ ରାୟ ନିଅନ୍ତୁ; ଭଲ ହେବ। ବୈବାହିକ ଜୀବନରେ ଅଶାନ୍ତି ସୃଷ୍ଟି ହୋଇପାରେ। ଛାତ୍ରୀମାନେ ସମୟର ସଦୁପଯୋଗ କରନ୍ତୁ; ସଫଳତା ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।


କର୍କଟ: ଆପଣଙ୍କ ପାଇଁ ଦିନଟି ଅନୁକୂଳ। ଅଫିସରେ କୌଣସି ସିନିୟରଙ୍କ ସହଯୋଗରେ ସ୍ଥଗିତ ଥିବା କାମ ପୂରା ହୋଇଯିବ। ଆପଣଙ୍କୁ କେହି ଅଚାନକ ଉପହାର ଦେବେ। ବ୍ୟବସାୟ ବିସ୍ତାର ପାଇଁ ନୂଆ ସୁଯୋଗ ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଚନ୍ଦନେଶ୍ୱର।

ସିଂହ: ଆଜି ଆପଣଙ୍କ ମନ ଶାନ୍ତ ରହିବ। ଧର୍ମ ସମ୍ବନ୍ଧରେ ଲୋକଙ୍କୁ ବୁଝାଇବେ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରେ। ବ୍ୟବସାୟରେ ପରିଧି ବଢ଼ିବ। ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ଯାଇପାରନ୍ତି। ଶୁଭରଙ୍ଗ: ଧୂସର। ଆରାଧନା: ମାଆ କାଳୀଜାଈ।


କନ୍ୟା: ସକାରାତ୍ମକ ଭାବନାରେ ରହନ୍ତୁ, କଷ୍ଟ ମନେ ହେଉଥିବା କାମ ସହଜରେ କରିପାରିବେ। ବ୍ୟବସାୟରେ ନୂଆ ପ୍ରସ୍ତାବ ମିଳିବ। ଅଚାନକ ଧନଲାଭ ହେବ। ଚାକିରିରେ ବଦଳି ଯୋଗ ରହିଛି। ସ୍ୱାସ୍ଥ୍ୟ ସମ୍ବନ୍ଧରେ କିଛି ଚିନ୍ତା ରହିବ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ମହାମୃତ୍ୟୁଞ୍ଜୟଶ୍ୱର।

ତୁଳା: ଆପଣଙ୍କ ଆବଶ୍ୟକତାକୁ ପୂରା କରିବା ଲାଗି ବନ୍ଧୁବର୍ଗ ସାହାଯ୍ୟ ସହଯୋଗର ହାତ ବଢ଼ାଇ ଦେବେ। ଜମି କିଣିବା ପାଇଁ ଦିନଟି ଭଲ। ସରକାରୀ ଚାକିରିଆଙ୍କୁ ଲାଭ ମିଳିପାରେ। ବାହାରକୁ ବୁଲି ଯିବାର ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

ବିଛା: ଅଫିସକୁ ସୁନ୍ଦର ଭାବେ ସଜାଇପାରନ୍ତି। ଆପଣ ନିଜ ବ୍ୟବହାରରେ ଲୋକଙ୍କ ମନ ଜିଣିବେ। ବ୍ୟବସାୟରେ ଫାଇଦା ହେବ। ସଂପତ୍ତି ବିବାଦର ସମାଧାନ ହେବ। ପ୍ରିୟବନ୍ଧୁଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

ଧନୁ: ମାଆବାପାଙ୍କ ଆଶୀର୍ବାଦ ନିଅନ୍ତୁ, ଆପଣ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହଜ ହେବ। ବ୍ୟବସାୟ ଲାଗି ନୂଆ ସୁଯୋଗ ମିଳିବ; ଯାହା ଦ୍ଵାରା ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସନ୍ତୋଷୀ ମାତା।

ମକର: ନକାରାତ୍ମକ ଭାବନା ମନକୁ କବଳିତ କରିବ। ପରିଶ୍ରମ କରନ୍ତୁ; ସଫଳତା ପାଇବେ। ସହଯୋଗୀଙ୍କ ସହଯୋଗରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଧାର୍ମିକ ଅନୁଷ୍ଠାନରେ ରୁଚି ବଢ଼ିବ। ବିଦ୍ୟାର୍ଥୀମାନେ ଲେଖାପଢ଼ାରେ ଯୋଜନା ପରିବର୍ତ୍ତନ କରିବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଦୁର୍ଗା

କୁମ୍ଭ: ସୁଖ ଓ ସୌଭାଗ୍ୟ ପାଇବାର ଦିନଟିଏ। ଅଫିସରେ ଆପଣଙ୍କର ସ୍ଥିତି ମଜଭୁତ ହେବ। କୌଣସି ବିଶେଷ ଦାୟିତ୍ଵ ମିଳିପାରେ। କାରବାର ସମ୍ବନ୍ଧିତ ଭଲ ଖବର ପାଇବେ। ରାଜ୍ୟ ବାହାରେ ଚାକିରିର ସୁଯୋଗ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ମୀନ: ସମୟ ଆପଣଙ୍କ ଲାଗି ଅନୁକୂଳ। ବ୍ୟବସାୟ ବୃଦ୍ଧି ଲାଗି ନିକଟ ବନ୍ଧୁ ଆପଣଙ୍କୁ ସହଯୋଗ କରିବେ। ବେକାରଙ୍କୁ ନୂଆ ଚାକିରିର ସୁଯୋଗ ମିଳିପାରେ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ସୁସ୍ୱାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ବିରଜା।

ସମ୍ବନ୍ଧିତ ଖବର