ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ। ଖୋଦକୁ ଲୋକଙ୍କ ନଜରରେ ବଢ଼ିଆ ପ୍ରମାଣିତ କରିବେ। ସ୍ଥଗିତ ଥିବା ସରକାରୀ କାମ ପୂରା ହେବ। ଧନ ପ୍ରାପ୍ତିର ପ୍ରବଳ ସମ୍ଭାବନା ରହିଛି। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ପାଟଣେଶ୍ୱରୀ।

ବୃଷ: ସାରାଦିନ ଆଶାନ୍ତି ମୁକ୍ତ ରହିବେ। ଯିବାକୁ ଥିବା ଯାତ୍ରା ଆପଣଙ୍କ ଲାଗି ଲାଭଦାୟକ ହେବ। କ୍ୟାରିୟର ମାମଲାରେ କିଛି ଭଲ ହୋଇପାରେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।


ମିଥୁନ: ଧାର୍ମିକ କାର୍ଯ୍ୟରେ ସହଯୋଗ କରନ୍ତୁ, ଦୀର୍ଘ ଦିନର କୌଣସି ଆଶା ପୂରା ହେବ। କାରବାରରେ କିଛି ଏଭଳି ସୁଯୋଗ ଆସିବ ଯାହା ଭବିଷ୍ୟତରେ ଲାଭଦାୟୀ ହେବ। ଅଭିଭାବକଙ୍କ ଠାରୁ ଝିଅମାନେ ଉପହାର ପାଇପାରନ୍ତି। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

କର୍କଟ: ଦିନଟି ଆପଣଙ୍କ ଲାଗି ନୂଆ ସ୍ୱାଗତ ନେଇ ଆସିଛି। କାର୍ଯ୍ୟକ୍ଷେତ୍ରରେ ଏଭଳି ଅବସର ମିଳିବ ଯାହାଦ୍ଵାରା ଆମଦାନି ବୃଦ୍ଧି ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଛାତ୍ର ଆଜି କିଛି ନୂଆ ଶିକ୍ଷା ଲାଭ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସରସ୍ୱତୀ।

ସିଂହ: ପରିସ୍ଥିତି ଠାରୁ ଦୂରେଇ ନଯାଇ ତା’ର ମୁକାବିଲା କରନ୍ତୁ। ଆଜି ବିଶେଷ କାର୍ଯ୍ୟରେ ଯାତ୍ରାରେ ଯିବେ। ଅପରିଚିତଙ୍କ ସହିତ ସଂପର୍କ ସ୍ଥାପନ ହେବ ଯାହା ଦ୍ଵାରା ଭବିଷ୍ୟତରେ ଲାଭ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

କନ୍ୟା: ପୂଜାପାଠରେ ସମୟ ବିତିବ। ବହୁ ଦିନର ଚିନ୍ତା ଦୂର ହେବ। ଭାଗ୍ୟ ଆପଣଙ୍କ ସଙ୍ଗରେ ପାଦ ମିଶାଇ ଚାଲିବ। ବ୍ୟବସାୟରେ ନୂଆ ପ୍ରସ୍ତାବ ମିଳିବ। ଡାକ୍ତରୀ ଛାତ୍ରଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମହାଲକ୍ଷ୍ମୀ।

ତୁଳା: ରବିବାର: ଉନ୍ନତି ଲାଗି ଯୋଜନା କରିବେ। ସୋମ ଓ ମଙ୍ଗଳବାର: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବୁଧ ଓ ଗୁରୁବାର: ବେକାରଙ୍କୁ ରୋଜଗାର ମିଳିବ। ଶୁକ୍ର ଓ ଶନିବାର: ସୁସମ୍ବାଦ ମିଳିବ।

ବିଛା: ଆପଣଙ୍କ ଜୀବନଶୈଳୀ ପାଇଁ ଦିନଟି ବଢ଼ିଆ ରହିବ। ଅଧ୍ୟାପକଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

ଧନୁ: ଅଭାବୀ ଲୋକଙ୍କୁ ସାହାଯ୍ୟ କରନ୍ତୁ, ଆପଣଙ୍କୁ ମାନସିକ ଶାନ୍ତି ମିଳିବ। ବ୍ୟବସାୟରେ ତ୍ଵରିତ ଫଇସଲା ଲାଭପ୍ରଦ ହେବ। ଜୀବନସାଥୀଙ୍କ କଥାକୁ ଗମ୍ଭୀରତାର ସହ ଗ୍ରହଣ ନକଲେ ଅଶାନ୍ତି ଉତ୍ପନ୍ନ ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସନ୍ତୋଷୀ ମାତା।


ମକର: ଦିନଟି ସକାରାତ୍ମକ ଭରା ରହିବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ଓ ପ୍ରଶଂସା ମିଳିବା ଯୋଗ ରହିଛି। ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଆମୋଦ ପ୍ରମୋଦ ଓ ମନୋରଂଜନ କାର୍ଯ୍ୟରେ ସମୟ ବିତିବ। ଶୁଭରଙ୍ଗ: ନୀଳ। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ଆପଣଙ୍କ ଭାବନା ଓ ବିଚାର ସକାରାତ୍ମକ ରଖନ୍ତୁ। ବ୍ୟବସାୟ ଓ ଚାକିରିରେ ପୁରୁଣା ବିବାଦ ସମାପ୍ତ ହେବ। ଆର୍ଥିକ ସ୍ଥିତି ମଜଭୁତ ହେବ। କୌଣସି ସମାରୋହରେ ନିକଟ ସଂପର୍କୀୟଙ୍କ ସହିତ ଭେଟ ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ମୀନ: ଦୁନିଆକୁ ଜିଣି ନେବାର ଉତ୍ସାହ ଆପଣଙ୍କ ଭିତରେ ରହିବ। ମିଠା କଥା କହି ସ୍ଥଗିତ ଥିବା କାମ ସହଜରେ କରିନେବେ। ଉଧାର ଦେଇଥିବା ପଇସା ପାଇବେ। ପ୍ରିୟ ବନ୍ଧୁଙ୍କ ସହିତ ସମୟ ଭଲରେ କଟିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

ସମ୍ବନ୍ଧିତ ଖବର