ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ବନ୍ଧୁଙ୍କ ମାଧ୍ୟମରେ ଆର୍ଥିକ ଲାଭ ହେବ। କଳାକାରଙ୍କୁ ଚଳଚ୍ଚିତ୍ରରେ ସୁଯୋଗ ମିଳିବ। ପରିବାରରେ ହସଖୁସିର ବାତାବରଣ ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ସୁରେଶ୍ୱରୀ।

ବୃଷ: ଆପଣ ନିଜର ଭଲ ମନୋଭାବ ଅନୁଭବ କରିବେ। ପରିବାରରେ ଏକତା ଓ ପ୍ରେମ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଆୟର ନୂଆ ମାଧ୍ୟମ ଦୃଷ୍ଟିଗୋଚର ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବଗଳାମୁଖୀ।


ମିଥୁନ: ଆପଣଙ୍କ ଦୃଷ୍ଟିକୋଣ ପ୍ରଗତିଶୀଳ ରହିବ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ଚାକିରିଆଙ୍କୁ ସହକର୍ମୀଙ୍କ ସହଯୋଗ ମିଳିବ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ସମଲେଶ୍ୱରୀ।

କର୍କଟ: ଆଜି ଆପଣ ସକାରାତ୍ମକ ତରଙ୍ଗରେ ପୂର୍ଣ୍ଣ ରହିବେ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ସୁଅବସର ମିଳିବ। ଯୌଥ କାରବାରରୁ ଯଥେଷ୍ଟ ଲାଭ ମିଳିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ସିଂହ: ଦିନଟି ଧନଲାଭର ସୁଯୋଗ ନେଇ ଆସିଛି। ବ୍ୟବସାୟରେ ବଡ଼ ସଉଦା କରିବେ। ସିନିୟରଙ୍କ ସହଯୋଗରେ ପ୍ରମୋସନର ସୁଯୋଗ ମିଳିବ। ପରିବାରରେ ଆପଣଙ୍କର ପ୍ରାଧାନ୍ୟ ବୃଦ୍ଧି ହେବ। ଶୁଭରଙ୍ଗ: ବାଦାମୀ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

କନ୍ୟା: ଧର୍ମ ପ୍ରତି ଆସ୍ଥା ବଢ଼ିବ। ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ବୁଦ୍ଧିଜୀବୀଙ୍କ ସହିତ ସଂପର୍କ ମଜଭୁତ ହେବ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ଘରୋଇ ଜୀବନରେ ସୁଖ ସୁବିଧା ବଢ଼ିବ। ଶୁଭରଙ୍ଗ: ସବୁଜ। ଆରାଧନା: ସନ୍ତୋଷୀ ମାତା।

ତୁଳା: ଆତ୍ମଚିନ୍ତନରେ ସମୟ ବିତିବ। ଜୀବନସାଥୀଙ୍କ ପରାମର୍ଶ ନେଇ କାମ କରନ୍ତୁ ଲାଭ ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ସମୟ ଦେବେ। ସ୍ୱାସ୍ଥ୍ୟ ଭଲ ରଖିବା ଲାଗି ପ୍ରତିଦିନ ଯୋଗାସନ କରନ୍ତୁ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଭଦ୍ରକାଳୀ।

ବିଛା: ଆପଣଙ୍କର ହାସ୍ୟ କୌତୁକ ସ୍ୱଭାବ ସମସ୍ତଙ୍କୁ ଭଲ ଲାଗିବ। କାରବାରରେ ନୂଆ ସଉଦା ହେବ। କଂପାନିରେ ଚାକିରି କରୁଥିବା ବ୍ୟକ୍ତିଙ୍କର ପଦୋନ୍ନତି ହୋଇପାରେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ କୀଚକେଶ୍ୱରୀ।

ଧନୁ: ଆପଣଙ୍କ ବୀରତ୍ଵକୁ ବଳ ମିଳିବ। ବିଭିନ୍ନ ପ୍ରକାର ସ୍ଥିତିର ମୁକାବିଲା କରିବାରେ ସକ୍ଷମ ହେବେ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ। ଅବିବାହିତ ଲୋକଙ୍କ ଲାଗି ବିବାହର ଭଲ ପ୍ରସ୍ତାବ ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ମକର: ଦିନଟି ଆପଣଙ୍କ ପାଇଁ ଖାସ୍‌ ରହିବ। କୌଣସି ବିଶେଷ କାର୍ଯ୍ୟ ଅତି ଶୀଘ୍ର କରି ଦେବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପ୍ରେମ ବ୍ୟବହାରରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ନାରାୟଣୀ।

କୁମ୍ଭ: ପୁରୁଣା କଥା ଭୁଲି ନୂଆ କାମ ଆରମ୍ଭ କଲେ ଫାଇଦା ହେବ। ପରିଶ୍ରମୀ ଲୋକଙ୍କୁ ନିଜ ପରିଶ୍ରମର ମିଠାଫଳ ମିଳିବ। ଶତ୍ରୁ ବନ୍ଧୁତାର ହାତ ବଢ଼ାଇବେ। ପ୍ରେମିକପ୍ରେମିକା ବାହାରକୁ ବୁଲି ଯିବେ। ଶୁଭରଙ୍ଗ: ମାଜେଣ୍ଡା। ଆରାଧନା: ବାବା ସାଇରାମ।

ମୀନ: ଦିନଟି ଆପଣଙ୍କ ପାଇଁ ଅନୁକୂଳ। ଚାକିରି ଓ ବ୍ୟବସାୟରେ ଆର୍ଥିକ ଲାଭ ହେବ। କୌଣସି ସମାରୋହରେ ଯାଆନ୍ତୁ, ଆପଣଙ୍କ ମାନସମ୍ମାନ ବଢ଼ିବ। ପ୍ରେମ ପ୍ରସଙ୍ଗରେ ସଫଳତା ନିଶ୍ଚିତ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

ସମ୍ବନ୍ଧିତ ଖବର