ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଜି ଆପଣ ଖୁବ୍‌ ଊର୍ଜାବାନ ଅନୁଭବ କରିବେ। କୌଣସି କାମରୁ ଆପଣଙ୍କୁ ଆଶାରୁ ଅଧିକ ଧନଲାଭ ହେବ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରି ପାରିବେ ନାହିଁ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଭଦ୍ରକାଳୀ।

 

ବୃଷ: ସକାରାତ୍ମକ ଭାବନାରେ ରହନ୍ତୁ, କାମ କରିବା ସହଜ ହେବ। ଶତ୍ରୁ ବନ୍ଧୁତାର ହାତ ବଢ଼ାଇବେ। କୌଣସି ନୂଆ ପରିଯୋଜନା ଲାଗି ମନରେ କଳ୍ପନା ଆସିବ। ଅବିବାହିତଙ୍କୁ ମନ ଚାହୁଁଥିବା ଜୀବନସାଥୀ ମିଳିପାରେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ପ୍ରଭୁ ହନୁମାନ।

 

ମିଥୁନ: ଯଶପ୍ରାପ୍ତିର ଦିନଟିଏ। ଆପଣ ଯାହାଙ୍କୁ କିଛି କହିବେ ସେ ମନା କରିବେ ନାହିିଁ। ନେତା ଆପଣଙ୍କୁ ବଡ଼କାର୍ଯ୍ୟ ଅର୍ପଣ କରିବେ। ଜୀବନସାଥୀଙ୍କ ସହିତ ବସି ଭବିଷ୍ୟତର ଯୋଜନା ପ୍ରସ୍ତୁତ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

 

କର୍କଟ: ଅବିରତ ପ୍ରୟାସରେ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପରିବାରରେ ହସଖୁସିର ବାତାବରଣ ରହିବ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ମଉଜ ମଜଲିସ କରିବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ସମଲେଶ୍ୱରୀ।

 

ସିଂହ: ଭାଗ୍ୟର ସହଯୋଗ ପାଇବେ। ଆପଣ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ। ବିରୋଧୀପକ୍ଷ ଗୁପ୍ତ ରୂପେ ଆପଣଙ୍କର ଗୁଣଗାନ କରିବେ। ଜୀବନସାଥୀଙ୍କ ସହିତ ମତଭେଦ ଦୂର ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

 

କନ୍ୟା: ଯୋଜନାକୁ ନେଇ ଅନ୍ୟମାନଙ୍କ ସହିତ ଆଲୋଚନା କରନ୍ତୁ, ଆପଣଙ୍କ କାମ ହୋଇଯିବ। ସାମାଜିକ ସମାରୋହରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ଆହୁରି ମଧୁର ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମହାଲକ୍ଷ୍ମୀ।

 

ତୁଳା: କାମ ପ୍ରତି ଆପଣଙ୍କ ଭାବନା ସକାରାତ୍ମକ ରଖନ୍ତୁ। ଉନ୍ନତିର ନୂଆ ଅବସର ମିଳିବ। ଅଫିସରେ କାହାରିକୁ ବନ୍ଧୁଭାବେ ଗ୍ରହଣ କରିବେ। ବିବାହିତ କୌଣସି ମନୋରମ ସ୍ଥାନକୁ ବୁଲି ଯାଆନ୍ତୁ, ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମାଣିକେଶ୍ୱରୀ।

 


ବିଛା: ଆପଣଙ୍କ ମହତ୍ତ୍ଵାକାଂକ୍ଷାକୁ ବଳ ମିଳିବ। ସବୁ କାମ ସହଜରେ ସଂପନ୍ନ ହେବ। ଚାକିରି ତଲାସରେ ଥିବା ମହିଳାଙ୍କୁ ଶୁଭ ଖବର ମିଳିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ଶ୍ରୀକୃଷ୍ଣ।

 


ଧନୁ: ମନରେ ଧାର୍ମିକ ଭାବନା ଉଦୟ ହେବ। ମାତାପିତାଙ୍କ ସେବା କରନ୍ତୁ ଭଲ ଫଳ ପାଇବେ। ଚାକିରିଆଙ୍କୁ ଆଗକୁ ବଢ଼ିବା ପାଇଁ ସୁବର୍ଣ୍ଣ ସୁଯୋଗ ମିଳିବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସୂର୍ଯ୍ୟଦେବ।

 


ମକର: ଇଷ୍ଟଦେବଙ୍କୁ ଆରାଧନା କରନ୍ତୁ; ସମ୍ଭାବ୍ୟ ସଂକଟ ଦୂର ହେବ। କାର୍ଯ୍ୟ କ୍ଷେତ୍ରରେ ଏଭଳି କିଛି ଅବସର ପ୍ରାପ୍ତ ହେବ ଯାହା ଦ୍ଵାରା ଭବିଷ୍ୟତ ଜୀବନ ଉଜ୍ଜ୍ଵଳମୟ ହେବ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ଶୁଭରଙ୍ଗ: ନୀଳ। ଆରାଧନା: ମହାଲକ୍ଷ୍ମୀ।

 

କୁମ୍ଭ: ବିଭିନ୍ନ ପ୍ରକାର ମାମଲାରେ ବ୍ୟସ୍ତ ରହିବେ। ନକାରାତ୍ମକ ଭାବନା ଆସିପାରେ। କୌଣସି ବିବାଦ କିମ୍ବା ମକଦ୍ଦମାକୁ ନେଇ ଜଟିଳତା ବଢ଼ିବ। କାରବାରରେ ବିପଦପୂର୍ଣ୍ଣ ପଦକ୍ଷେପ ନିଅନ୍ତୁ ନାହିିଁ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।


ମୀନ: ଆଜି ଊର୍ଜାରେ ପରିପୂର୍ଣ୍ଣ ରହିବେ। ସୌଭାଗ୍ୟବଶତଃ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବନାହିଁ। ଶତ୍ରୁଙ୍କୁ ପରାସ୍ତ କରିବେ। ସଉଦାରୁ ଯଥେଷ୍ଟ ଫାଇଦା ହେବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଦୁର୍ଗା।

ସମ୍ବନ୍ଧିତ ଖବର