ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଜି ଆପଣ ସତ୍ୟର ସାଥ ଦେବେ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ବଜାୟ ରହିବ। କାରବାର ବୃଦ୍ଧି ହେବ। ସନ୍ଧ୍ୟାରେ କୌଣସି ଶୁଭ ଖବର ମିଳିବା ହେତୁ ପରିବାରରେ ଖୁସିର ମାହୋଲ ରହିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ କାଳୀଜାଈ।

 

ବୃଷ: ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ବିବାହିତ ପାରିବାରିକ ସମସ୍ୟା ନେଇ ଜୀବନସାଥୀଙ୍କ ସହିତ ଚର୍ଚ୍ଚା କରନ୍ତୁ, ସମାଧାନ ହୋଇପାରେ। ଛାତ୍ରୀଙ୍କୁ ପରୀକ୍ଷାରେ ଭଲ ଫଳାଫଳ ମିଳିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଦୁର୍ଗା।

 

ମିଥୁନ: ଦିନଟି ଆପଣଙ୍କ ଲାଗି ଖୁସିଭରା ରହିବ। ସାମାଜିକ କାର୍ଯ୍ୟରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କ ପ୍ରତିଭାରୁ ଅନ୍ୟମାନଙ୍କୁ ପ୍ରେରଣା ମିଳିବ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

 

କର୍କଟ: ନୂଆ ସକାରାତ୍ମକ ଊର୍ଜା ଅନୁଭବ କରିବେ। କୌଣସି ଭଲ ଖବର ପାଇବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ଜୀବନସାଥୀ ଆପଣଙ୍କ ପ୍ରତି ସମ୍ବେଦନଶୀଳ ରହିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

 


ସିଂହ: ଜୀବନସାଥୀଙ୍କ ସମର୍ଥନ ଓ ପ୍ରେମ ପାଇବେ। ଉତ୍ସାହର ସହିତ ସବୁ କାମ କରିବେ। ଅଫିସରେ ଆପଣଙ୍କର ଆତ୍ମବିଶ୍ୱାସ ଉଚ୍ଚା ରହିବ। କ୍ରିକେଟ୍‌ ଖେଳାଳିଙ୍କର ପ୍ରଦର୍ଶନ ବଢ଼ିଆ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

 

କନ୍ୟା: ମାତାପିତାଙ୍କ ଆଶୀର୍ବାଦ ନିଅନ୍ତୁ; ଦିନଟି ଭଲରେ କଟିବ। ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ। କାର୍ଯ୍ୟକ୍ଷେତ୍ରରେ ପ୍ରସ୍ତୁତ କରିଥିବା ଯୋଜନାକୁ ଗୁପ୍ତ ରଖନ୍ତୁ; ଅନ୍ୟଥା ଅନ୍ୟମାନେ ତା’ର ଫାଇଦା ନେବେ। ଶୁଭରଙ୍ଗ: ସବୁଜ। ଆରାଧନା: ମହାଲକ୍ଷ୍ମୀ।

 

ତୁଳା: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ବନ୍ଧୁଙ୍କ ସମ୍ମୁଖରେ ଆପଣଙ୍କ ବିଚାର ଖୋଲି ଦେବେ। ଆପଣଙ୍କୁ କୌଣସି ଭଲ ଖବର ମିଳିବ। ଧନଲାଭର ଯୋଗ ରହିଛି। କାରବାର ମାମଲାରେ ବିଦେଶ ଯାତ୍ରା କରିପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

 

 

ବିଛା: ସମୟ ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ। ସାମାଜିକ ଆୟୋଜନରେ ସହଯୋଗ କରିବେ। କଳାକାରଙ୍କୁ ସିନେମାରେ ସୁଯୋଗ ମିଳିବ। ପ୍ରିୟବନ୍ଧୁଙ୍କ ସହିତ ମିଶିବା ପାଇଁ ବ୍ୟଗ୍ର ହେବେ। ଶୁଭରଙ୍ଗ: ମାଜେଣ୍ଡା। ଆରାଧନା: ଶ୍ରୀକୃଷ୍ଣ।

 

ଧନୁ: ଆପଣଙ୍କ ମନୋବଳ ଦୃଢ଼ ରହିବ। ନିଜ କାମରେ କମ୍‌ ପରିଶ୍ରମ କରି ଯଥେଷ୍ଟ ସଫଳତା ଓ ଲାଭ ପାଇବେ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। ସମାଜରେ ମାନସମ୍ମାନ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

 


ମକର: ମନରେ ନକାରାତ୍ମକ ଭାବନା ଆସିପାରେ। ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟରେ ଉତ୍‌ଥାନ-ପତନ ଲାଗି ରହିବ। ଖର୍ଚ୍ଚ ବଢ଼ିପାରେ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ନୀଳ। ଆରାଧନା: ସନ୍ତୋଷୀ ମାତା।

 

କୁମ୍ଭ: ବେପାରୀଙ୍କ ଲାଗି ଭଲ ଦିନଟିଏ। ଭାବିଥିବା କାମ ଅଚାନକ ପୂରା ହୋଇଯିବ। ଆର୍ଥିକ ସ୍ଥିତି ବୃଦ୍ଧି ହେବ। ଜୀବନସାଥୀଙ୍କ ସହିତ ମନୋମାଳିନ୍ୟ ଦୂର ହେବ। ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 

ମୀନ: ଲକ୍ଷ୍ୟପ୍ରାପ୍ତି ଦିଗକୁ ଅଗ୍ରସର ହେବେ। ପରିଶ୍ରମରୁ ଯଥେଷ୍ଟ ଫାଇଦା ମିଳିବ। ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ ରହିବ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲୋକନାଥ।

ସମ୍ବନ୍ଧିତ ଖବର