ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟବସାୟରେ ପରିବର୍ତ୍ତନ ଯୋଗୁଁ ଆପଣଙ୍କ ଭାଗ୍ୟ ଉଜ୍ଜ୍ଵଳ ହେବ। ନାରାଜ ଥିବା ଜୀବନସାଥୀଙ୍କୁ ମନାଇବା ପାଇଁ ଦିନଟି ଭଲ। ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଦେବ।

 

ବୃଷ: ପୂଜାର୍ଚ୍ଚନାରେ ଅଧିକ ଏକାଗ୍ରତା ଅନୁଭବ କରିବେ। କୌଣସି ଶୁଭ ସୂଚନା ମିଳିବା ହେତୁ ଖୁସି ରହିବେ। ଆପଣ ନିଜ କାମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବେ। ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ରାମଚଣ୍ଡୀ।

 

ମିଥୁନ: ନକରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ। ଆପଣଙ୍କ କାର୍ଯ୍ୟରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଉଧାର ନେବା ଓ ଦେବାରୁ ନିବୃତ୍ତ ରହନ୍ତୁ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

 


କର୍କଟ: ଦିନଟି ବଢ଼ିଆ ରହିବ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବନ୍ଧୁବର୍ଗଙ୍କ ସାହାଯ୍ୟ ସହଯୋଗ ପାଇବେ। କାରବାରରେ କୌଣସି ନୂଆ ସଉଦା ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ୱରୀ।

 


ସିଂହ: ଆପଣଙ୍କ ଊର୍ଜା ସହଯୋଗୀଙ୍କୁ ପ୍ରଭାବିତ କରିବ। ଚାକିରି ବୃତ୍ତିରୁ ଆଶାନୁରୂପ ଫଳ ପାଇବେ। ପାରିବାରିକ ଅଶାନ୍ତିର ସମାଧାନ ହୋଇଯିବ। ଛାତ୍ରୀମାନେ ପରିଶ୍ରମର ଫଳ ନିଶ୍ଚୟ ପାଇବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଗାୟତ୍ରୀ।

 


କନ୍ୟା: ନୂଆ ଚାକିରି ମିଳିବାର ଯୋଗ ରହିଛି। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ସମାଜିକ କ୍ଷେତ୍ରରେ ଯଶ ମିଳିବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ପରିବାର ସହିତ ବୁଲି ଯିବାର ଅବସର ମିଳିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ସୁରେଶ୍ୱରୀ।

 

ତୁଳା: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ବନ୍ଧୁଙ୍କ ମାଧ୍ୟମରେ କୌଣସି ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟ ପୂରା ହେବ। ସମାଜରେ ମାନସମ୍ମାନ ପାଇବେ। ନୂଆ ବାହନ କିଣିବା ଲାଗି ଦିନଟି ଶୁଭ। ପ୍ରେମିକପ୍ରେମିକା ବାହାରକୁ ବୁଲି ଯିବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ପାଟଣେଶ୍ୱରୀ।

 

 

ବିଛା: ଆଜି ଆପଣଙ୍କ ଭିତରେ ଆତ୍ମବିଶ୍ୱାସର ଝଲକ ଦେଖାଦେବ। ଯେଉଁ କାମ ହାତକୁ ନେବେ ପୂରା ମନରେ କରିବେ। ଅଫିସରେ କିଛି ବଡ଼ ସଉଦା କରିବାର ସୁଯୋଗ ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

 

ଧନୁ: ସାହସ ବଜାୟ ରଖନ୍ତୁ, ଆଜି ଆପଣଙ୍କୁ ଅଧିକତର କାମରେ ସଫଳତା ମିଳିବ। ଅଚାନକ ଧନପ୍ରାପ୍ତି ହେବ। ପ୍ରେମ ପ୍ରସଙ୍ଗରେ ସଫଳତା ନିଶ୍ଚିତ ମିଳିବ। ବେକାରଙ୍କୁ ରୋଜଗାର ମିଳିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ଗାୟତ୍ରୀ।

 


ମକର: ମନରେ ନକରାତ୍ମକ ଭାବନା ଆସିବା ହେତୁ ମାନସିକ ଅଶାନ୍ତି ବଢ଼ିବ। କୌଣସି ବିବାଦ ଠାରୁ ଆପଣ ଦୂରେଇ ରହନ୍ତୁ। ଆପଣଙ୍କ ଯୋଜନା ସମ୍ବନ୍ଧରେ ପରିବାର ସହିତ ଚର୍ଚ୍ଚା କରନ୍ତୁ; ଫାଇଦା ହେବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

 

କୁମ୍ଭ: ଶାସନରେ ଥିବା ଲୋକଙ୍କ ସହିତ ସଂପର୍କ ବଢ଼ିବ। କୌଣସି ଜରୁରୀ କାମରେ ଯାତ୍ରାରେ ଯିବେ। ଆପଣଙ୍କର ସମସ୍ତ କାମ ନିର୍ଦ୍ଦିଷ୍ଟ ସମୟରେ ପୂରା କରନ୍ତୁ। ଜୀବନସାଥୀଙ୍କ ଠାରୁ ଉପହାର ମିଳିପାରେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଶାରଳା।

 

ମୀନ: ଧୈର୍ଯ୍ୟ ଧରି କାମ କରନ୍ତୁ; ସଫଳ ହେବେ। ରାଜନୈତିକ ସଂପର୍କରୁ ସ୍ଥଗିତ ଥିବା କାମ ଆଗକୁ ବଢ଼ିବ। ଅଫିସରେ ଭଲ କାମର ପୁରସ୍କାର ସ୍ୱରୂପ ପଦୋନ୍ନତି ମିଳିପାରେ। ବ୍ୟବସାୟରେ ବଡ଼ ସଉଦା କରିପାରନ୍ତି। ଶୁଭରଙ୍ଗ: ଲାଲ। ଆରାଧନା: ମାଆ କୀଚକେଶ୍ୱରୀ।

ସମ୍ବନ୍ଧିତ ଖବର