ଜାଣନ୍ତୁ ଆଜିର ରାଶିଫଳ

ମେଷ: ସାରାଦିନ ଖୁସି ମନରେ ରହିବେ। ଜୀବନସାଥୀଙ୍କର ଖୁବ୍‌ ପ୍ରେମ ପାଇବେ। ଧନ ପ୍ରାପ୍ତିର ପ୍ରବଳ ଯୋଗ ରହିଛି। ଆଜି କିଛି କାର୍ଯ୍ୟରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ଶିକ୍ଷାର୍ଥୀଙ୍କ ଲାଗି ସମୟ ଅନୁକୂଳ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ପାଟଣେଶ୍ୱରୀ।

 

ବୃଷ: ନିଜର କାମ ଉତ୍ସାହର ସହ କରିବେ। ଉଚ୍ଚ ଅଧିକାରୀ ଆପଣଙ୍କ କାମକୁ ପ୍ରଶଂସା କରିବେ। କୌଣସି ମଞ୍ଚରେ ସମ୍ମାନିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଛାତ୍ରଙ୍କ ପାଇଁ ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

 

ମିଥୁନ: ସମୟର ସଦୁପଯୋଗ କରନ୍ତୁ। ଲକ୍ଷ୍ୟ ପ୍ରାପ୍ତି ଦିଗରେ ଗମ୍ଭୀରତାର ସହିତ ପ୍ରୟାସ କରନ୍ତୁ; ସଫଳ ହେବେ। ମ୍ୟୁଚୁଆଲ୍‌ ଫଣ୍ଡରେ ନିବେଶ କରନ୍ତୁ ଫାଇଦା ହେବ। ପରିବାର ଲୋକଙ୍କ ସହିତ ଜୀବନ ଆନନ୍ଦମୟ ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ଶ୍ରୀକୃଷ୍ଣ।

 


କର୍କଟ: ଦୀର୍ଘଦିନରୁ ସ୍ଥଗିତ ଥିବା କାମ ପୂରା ହେବ। ରାଜନୀତିରେ ଆଦର ସମ୍ମାନ ପାଇବେ। ଅଫିସରେ କୌଣସି ଭଲ ଖବର ମିଳିବ। ଜୀବନସାଥୀଙ୍କ ସହିତ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀ ମାତା।

 

ସିଂହ: ଆଜି ଆପଣଙ୍କ କ୍ୟାରିୟର ଲାଗି କୌଣସି ଅବସର ମିଳିବ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ବେପାରୀବର୍ଗଙ୍କୁ ଧନଲାଭ ହେବ। ଶତ୍ରଙ୍କୁ ଜୟ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବିରଜା।

 

କନ୍ୟା: ପ୍ରଭୁଙ୍କ ଧ୍ୟାନରେ ମନକୁ ଶାନ୍ତି ମିଳିବ। ପରିବାର ଲାଗି ଦିନଟି ଅନୁକୂଳ ରହିବ। ଆଜି କୌଣସି କାମରେ ଯାତ୍ରାରେ ଯିବେ। ଏହି ଯାତ୍ରା ଆପଣଙ୍କ ଲାଗି ଲାଭପ୍ରଦ ହେବ। ଚାକିରି ଖୋଜୁଥିବା ମହିଳାଙ୍କୁ ବଢ଼ିଆ ଚାକିରି ମିଳିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

 

ତୁଳା: ଆଜି କୌଣସି କଥାକୁ ନେଇ ମନରେ ଦ୍ଵନ୍ଦ୍ୱ ରହିବ। ଆପଣଙ୍କ ସ୍ଥଗିତ ଥିବା କାମରେ କେହି ସାହାଯ୍ୟ କରିବେ। ବ୍ୟବସାୟରୁ ଅଚାନକ ଧନଲାଭ ହୋଇପାରେ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ କୀଚକେଶ୍ୱରୀ।

 

 

ବିଛା: ଅଫିସକୁ ସୁନ୍ଦର ଭାବେ ସଜାଇ ପାରନ୍ତି। ବନ୍ଧୁଙ୍କ ଠାରୁ ସୁଖଦ ଖବର ମିଳିପାରେ। ରାଜନୀତିରେ ସୀମା ବଢ଼ାଇବେ। ବ୍ୟବସାୟରେ ନୂଆ ଉପାୟ ଗ୍ରହଣ କରନ୍ତୁ ଲାଭ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

 


ଧନୁ: ସକାରାତ୍ମକ ଭବିଷ୍ୟତକୁ ନେଇ ମହତ୍ତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବେ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ମିଶିବାର ସୁଯୋଗ ରହିଛି। ପଇସା ସମ୍ବନ୍ଧୀୟ ମାମଲା ସହଜରେ ସମାଧାନ ହୋଇଯିବ। ରାଜନୀତିକ କାମରେ ରୁଚି ରହିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

 

ମକର: ଚାକିରିରେ ଉତ୍ସାହର ସହିତ କାମ କରିବେ। ସହକର୍ମୀଙ୍କ ସହିତ ବୁଝାମଣା ଠିକ୍‌ ରହିବ। ଅଚାନକ ଧନଲାଭ ହେବ। ପ୍ରେମିକପ୍ରେମିକାଙ୍କ ପାଇଁ ଦିନଟି ଭଲ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ଯୋଜନା ପରିବର୍ତ୍ତନ କରିବେ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମହାଲକ୍ଷ୍ମୀ।

 

କୁମ୍ଭ: ମନ ଅସ୍ଥିର ରହିବା ହେତୁ ଟିକେ ଅଶାନ୍ତିରେ ରହିବେ। ମନ୍ଦିରକୁ ଯାଇ ଠାକୁର ଦର୍ଶନ କରନ୍ତୁ ଆପଣଙ୍କର ଗୋଟେ ପରେ ଗୋଟେ କାମ ପୂରା ହୋଇଯିବ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ବିମଳା।

 

ମୀନ: ପରିଜନ ଓ ବନ୍ଧୁଙ୍କ ସହଯୋଗ ପାଇବେ। କାରବାରକୁ ନେଇ ମନରେ ନୂଆ ବିଚାର ଆସିବ। ନାରାଜ ଥିବା ବନ୍ଧୁଙ୍କୁ ମନାଇବାରେ ସଫଳ ହେବେ। ଠିକାଦାରଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଗୁପ୍ତେଶ୍ୱର।

ସମ୍ବନ୍ଧିତ ଖବର