ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଧୁରା କାମ ଯଥା ସମୟରେ କରିନେବେ। ହଜିଥିବା ଦ୍ରବ୍ୟର ସନ୍ଧାନ ପାଇବେ। ଅଫିସରେ କିଛି ବଡ଼ ସଉଦା କରିବାର ସୁଯୋଗ ମିଳିପାରେ। ବନ୍ଧୁଙ୍କ ସହିତ ନାଟକ ଦେଖିବା ପାଇଁ ଯୋଜନା କରିପାରନ୍ତି। ଶୁଭରଙ୍ଗ:ଧଳା। ଆରାଧନା: ହର ପାର୍ବତୀ।

 

ବୃଷ: ଦିନଟି ଆପଣଙ୍କ ପାଇଁ ଅନୁକୂଳ। ଆଗକୁ ବଢ଼ି ଚାଲନ୍ତୁ ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। କୌଣସି ନିକଟ ସଂପର୍କିୟ ଦ୍ଵାରା ଫାଇଦା ହେବ। ଆଜି ପରିବାର ସହିତ ଆନନ୍ଦ ଉଲ୍ଲାସରେ ସମୟ କଟିବ। ଶୁଭରଙ୍ଗ:ଲାଲ। ଆରାଧନା:ମାଆ ଅମ୍ବିକା।

 

ମିଥୁନ: ମନରେ ନକାରାତ୍ମକ ଭାବନା ଆସିବା ହେତୁ ମାନସିକ ଅଶାନ୍ତି ବଢ଼ିବ। ଆପଣଙ୍କ ଯୋଜନା ସମ୍ବନ୍ଧରେ ପରିବାର ସହିତ ଚର୍ଚ୍ଚା କରନ୍ତୁ ଫାଇଦା ହେବ। ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ:ଧଳା। ଆରାଧନା: ସୂର୍ଯ୍ୟଦେବ।

 

କର୍କଟ: କାର୍ଯ୍ୟ କ୍ଷେତ୍ରରେ କିଛି ପରିବର୍ତ୍ତନ ଆଣିବା ଲାଗି ଭାବି ପାରନ୍ତି। ରାଜନୀତିରେ ଲାଭ ପାଇବେ। ଚାକିରିଆଙ୍କ ପାଇଁ ସମୟ ଠିକ୍‌ ରହିବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ଆହୁରି ବଢ଼ିଆ ହେବ। ଶୁଭରଙ୍ଗ:ଧଳା। ଆରାଧନା:ସନ୍ତୋଷୀମାତା।

 

ସିଂହ: ବେପାରୀଙ୍କ ଲାଗି ଭଲ ଦିନଟିଏ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ଭଲ କାମ ପାଇଁ ପଦୋନ୍ନତି ମିଳିପାରେ। ଶୁଭରଙ୍ଗ:ଧଳା। ଆରାଧନା:ମାଆ ବିରଜା।

 


କନ୍ୟା: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ସକାରାତ୍ମକ ମିଠା ମିଠା କଥା କହି ଆପଣଙ୍କ କାମ କରିନେବେ। କଳା କ୍ଷେତ୍ରରେ ଆପଣଙ୍କର ନାମ ହେବ। ଅଫିସରେ ଶାନ୍ତିର ବାତାବରଣ ରହିବ। ଶୁଭରଙ୍ଗ:କପିରଙ୍ଗ। ଆରାଧନା:ମହାଲକ୍ଷ୍ମୀ।

 

ତୁଳା: ଦେବ ଦର୍ଶନ କରିବେ। ଆଧ୍ୟାତ୍ମିକ ଭାବନାରେ ସମୟ କଟିବ। ଅଚାନକ ଖୁସି ଖବର ମିଳିବ। କ୍ୟାରିୟରକୁ ନେଇ କିଛି ଫଇସଲା ନେଇ ପାରନ୍ତି। ପାରିବାରିକ ଜୀବନ ଶାନ୍ତିମୟ ହେବ। ଶୁଭରଙ୍ଗ:ସବୁଜ। ଆରାଧନା:ମାଆ ଭଦ୍ରକାଳୀ।

 

 

ବିଛା: ଆପଣଙ୍କର ଆଗ୍ରହ ନୂଆ କାମ ଆଡ଼କୁ ରହିବ। ପ୍ରିୟବନ୍ଧୁଙ୍କ ସହଯୋଗ ପାଇବେ। ବିଲଡ଼ରଙ୍କୁ ନୂଆ ସଉଦାରୁ ଲାଭ ହେବ। ପ୍ରେମିକା ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଶୁଭରଙ୍ଗ:ବାଦାମୀ। ଆରାଧନା:ମାଆ ଭୈରବୀ।

 

ଧନୁ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଆୟ ବଢ଼ିବା ହେତୁ ଆର୍ଥିକ କଷ୍ଟ ଦୂର ହେବ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିିଁ। ଜୀବନସାଥୀଙ୍କ ଠାରୁ ସୁଖଦ ସମାଚାର ମିଳିପାରେ। ଶୁଭରଙ୍ଗ:ଧଳା। ଆରାଧନା: ଶ୍ରୀକୃଷ୍ଣ।

 

ମକର: ଆପଣଙ୍କ ଜୀବନ ଲାଗି ସଫଳତାର ଦିନଟିଏ। ବିଭିନ୍ନ ଲୋକଙ୍କ ସହିତ ମିଶିବେ। ଭାବି ଥିବା କାମ ବିନା ବିଘ୍ନ ବାଧାରେ ସଂପନ୍ନ ହେବ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ:ଧଳା। ଆରାଧନା:ମାଆ ସମଲେଶ୍ୱରୀ।

 

କୁମ୍ଭ: ଆଜି କୌଣସି କାମ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ। ଘରକୁ ବନ୍ଧୁ ଆସିବା ଯିବା ଲାଗି ରହିବ। ନ୍ୟାୟିକ ମାମଲା ଆପଣଙ୍କୁ ବିରକ୍ତ କରିପାରେ। ଶିକ୍ଷାର୍ଥୀମାନେ ଲେଖାପଢ଼ାରେ ଯୋଜନା ପରିବର୍ତ୍ତନ କରିବେ। ଶୁଭରଙ୍ଗ:କଫିରଙ୍ଗ। ଆରାଧନା:ପ୍ରଭୁ ଶ୍ରୀଜଗନ୍ନାଥ।

ମୀନ: ଆପଣଙ୍କ ବୀରତ୍ଵକୁ ବଳ ମିଳିବ। ପ୍ରତ୍ୟେକ କ୍ଷେତ୍ରରେ ଭୟଶୂନ୍ୟତାର ପରିଚୟ ଦେବେ। ନେତାଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ବେପାରୀଙ୍କୁ ଆୟର ନୂଆ ସ୍ରୋତ ମିଳିବ। ଶୁଭରଙ୍ଗ:ମେରୁନ। ଆରାଧନା:ମାଆ ବିରଜା।

ସମ୍ବନ୍ଧିତ ଖବର