ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଜି ଆପଣ ନିଜ ଉପରେ ଗର୍ବ ଅନୁଭବ କରିବେ। ଚାକିରିଆଙ୍କୁ ବିଶେଷ ସଫଳତା ହାସଲ ହେବ। ପଇସା ରୋଜଗାର ପାଇଁ ଦିମାକରେ ନୂଆ ବିଚାର ଆସିବ। ସନ୍ତାନଙ୍କ ଉନ୍ନତିରେ ମନ ପ୍ରସନ୍ନ ରହିବ। ଶୁଭରଙ୍ଗ:କ୍ରୀମ୍‌। ଆରାଧନା:ବାବା ଆଖଣ୍ଡଳମଣି।

 

ବୃଷ: କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ହେବ। ଧନଲାଭର ଯୋଗ ରହିଛି। ବିବାହିତ ଜୀବନସାଥୀଙ୍କ କଥା ମାନି ନେଲେ ସମ୍ବନ୍ଧରେ ମଧୁରତା ଆସିବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ:ଧଳା। ଆରାଧନା:ମାଆ ବିରଜା।

 


ମିଥୁନ: ଆପଣଙ୍କ ମନୋଭାବ ଭଲ ରହିବ। ଜୀବନସାଥୀଙ୍କୁ ମନର କଥା କହିବେ। ବେପାର ଶୁଭାରମ୍ଭ କରିବା ପାଇଁ ଦିନଟି ଉତ୍ତମ। ଚାକିରିରେ ନିଜର ଦାୟିତ୍ଵକୁ ସୁରୁଖୁରରେ ତୁଲାଇବେ। ଶୁଭରଙ୍ଗ:ଗୋଲାପୀ। ଆରାଧନା:ମାଆ ମାଣିକେଶ୍ୱରୀ।

 


କର୍କଟ: ଆପଣଙ୍କ ଭାଗ୍ୟର ତାରକା ଉଜ୍ଜ୍ଵଳ ରହିବ। ଆପଣଙ୍କ ଉନ୍ନତି ପଥରେ ଲାଗି ରହିଥିବା ବାଧା ଦୂର ହେବ। ଆୟ ବୃଦ୍ଧିର ଯୋଗ ରହିଛି। ସନ୍ତାନଙ୍କ ପକ୍ଷରୁ ଶୁଭ ଖବର ମିଳିବ। ଛାତଛାତ୍ରୀମାନେ ମନ ଲଗାଇ ପଢ଼ନ୍ତୁ। ଶୁଭରଙ୍ଗ:ଧଳା। ଆରାଧନା: ବାବା କପିଳାସ।

 


ସିଂହ: ଆପଣ କଣ ପାଇଛନ୍ତି କଣ ହରାଇଛନ୍ତି ଆଜି ସେହି ଚିନ୍ତାରେ ଅଧିକ ସମୟ କଟିବ। ରଚନାତ୍ମକ କାମରେ ଧ୍ୟାନ ଦିଅନ୍ତୁ ଲାଭ ହେବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ଆହୁରି ବଢ଼ିଆ ହେବ। ଶୁଭରଙ୍ଗ:ବାଦାମୀ। ଆରାଧନା:ମହାଲକ୍ଷ୍ମୀ।

 


କନ୍ୟା: ଭାଗ୍ୟର ସହଯୋଗ ପାଇବେ। ଦୀର୍ଘଦିନରୁ ଅଟକିଥିବା କାମ ସଂପୂର୍ଣ୍ଣ ହେବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଶୁଭରଙ୍ଗ:କଫିରଙ୍ଗ। ଆରାଧନା:ମାଆ ଶାରଳା।

 

ତୁଳା: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ମିତ୍ରଙ୍କ ପରାମର୍ଶ କାମରେ ଆସିବ। ଆପଣଙ୍କ କାର୍ଯ୍ୟଶୈଳୀରେ କତୃପକ୍ଷ ପ୍ରଭାବିତ ହେବେ। ବ୍ୟବସାୟରେ ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ। ଶୁଭରଙ୍ଗ:ଧଳା। ଆରାଧନା:ମାଆ ବିମଳା।

 

 

ବିଛା: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ସାଧୁସନ୍ଥଙ୍କ ସହିତ ସଂପର୍କ ବଢ଼ିବ। ଆପଣଙ୍କ ଇଚ୍ଛା ପୂରା କରିବାରେ ସଫଳ ହେବେ। ବେପାରରେ ଆଶା ଠୁଁ ଅଧିକ ଲାଭ ପାଇବେ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ଶୁଭରଙ୍ଗ:ସବୁଜ। ଆରାଧନା: ଶ୍ରୀକୃଷ୍ଣ।

 

ଧନୁ: ଆପଣଙ୍କ ଆଖପାଖରେ ମଧୁର ବାତାବରଣ ରହିବ। ପଡ଼ୋଶିଙ୍କ ଠାରୁ ଭଲ ଖବର ପାଇବେ। ଆଜି କିଛି କାମରେ ଭଲ ପ୍ରଗତି କରିବେ। ସ୍ୱାସ୍ଥ୍ୟ ଠିକ୍‌ ରଖିବା ଲାଗି ପ୍ରତିଦିନ ପ୍ରାତଃ ଭ୍ରମଣ କରନ୍ତୁ। ଶୁଭରଙ୍ଗ:ଘିଅରଙ୍ଗ। ଆରାଧନା:ଶ୍ରୀଗଣେଶ।

 

ମକର: ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ସିନିୟର ଅଧିକାରୀଙ୍କ ସହିତ ମତଭେଦ ହୋଇପାରେ। ମହତ୍ଵପୂର୍ଣ୍ଣ ମାମଲାରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ଶୁଭରଙ୍ଗ:ଧଳା। ଆରାଧନା:ବାବା ଚନ୍ଦନେଶ୍ୱର।

 


କୁମ୍ଭ: ଆଜି ଊର୍ଜାରେ ପରିପୂର୍ଣ୍ଣ ରହିବେ। ଆପଣ ନିଜର କାମକୁ ଠିକ୍‌ ଭାବେ ନିର୍ବାହ କରିବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପାରିବାରିକ ଅଶାନ୍ତି ସମାଧାନ ହୋଇଯିବ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ। ଶୁଭରଙ୍ଗ:ଧଳା। ଆରାଧନା: ମାଆ ସମଲେଶ୍ୱରୀ।

 

ମୀନ: ଦିନଟି ଆପଣଙ୍କ ଲାଗି ଭଲ ମୁହୂର୍ତ୍ତ ନେଇ ଆସିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ଘରକୁ ବନ୍ଧୁ ଆସିବା ଯିବା ଲାଗି ରହିବ। ସନ୍ତାନଙ୍କ କ୍ୟାରିୟର ସମ୍ବନ୍ଧରେ ମହତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବେ। ଶୁଭରଙ୍ଗ:ଲାଲ। ଆରାଧନା:ମାଆ ମଙ୍ଗଳା।

ସମ୍ବନ୍ଧିତ ଖବର