ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣ ଶାନ୍ତ ଓ ଚିନ୍ତା ମୁକ୍ତ ରହିବେ। ଆଜି ଆପଣଙ୍କର ଚେଷ୍ଟା ପୂରା ହେବ। ବେପାରୀଙ୍କୁ ଆୟର ନୂଆ ସ୍ରୋତ ମିଳିବ। କୌଣସି ସମାରୋହରେ ନିକଟ ସଂପର୍କିୟଙ୍କ ସହିତ ଭେଟ ହେବ। ଶୁଭରଙ୍ଗ:ମେରୁନ। ଆରାଧନା:ମାଆ ପାଟଣେଶ୍ୱରୀ।

 


ବୃଷ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଦୀର୍ଘଦିନର ମନୋକାମନା ପୂରଣ ହେବ। ନାରାଜ ଥିବା ବନ୍ଧୁଙ୍କୁ ମନାଇବାରେ ସଫଳ ହେବେ। ବ୍ୟବସାୟରେ ବଡ଼ ସଫଳତା ମିଳିପାରେ। ଶୁଭରଙ୍ଗ:ବାଦାମୀ। ଆରାଧନା:ମାଆ ଦୁର୍ଗା।

 


ମିଥୁନ: କାମରେ ଆପଣଙ୍କର ଆତ୍ମବିଶ୍ୱାସର ଝଲକ ଦେଖାଦେବ। ବ୍ୟବସାୟରେ ଆଜି ସଉଦା କରିବାରେ ସଫଳ ହେବେ। ସାମାଜିକ ଆୟୋଜନରେ ସହଯୋଗିତା କରିବେ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ। ଶୁଭରଙ୍ଗ:ଧଳା। ଆରାଧନା:ହର ପାର୍ବତୀ।

 


କର୍କଟ: ଆଜି ଆପଣ ଖୁବ୍‌ ମଜା କରିବେ ଓ ଖୁସି ରହିବେ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ନୂଆ ବ୍ୟବସାୟ ପାଇଁ ଯୋଜନା କରିବେ। ଅଚାନକ ଧନପ୍ରାପ୍ତ ହେବ। ଶୁଭରଙ୍ଗ:ଆକାଶିନୀଳ। ଆରାଧନା:ପ୍ରଭୁ ଶ୍ରୀଜଗନ୍ନାଥ।

 

ସିଂହ: ସକାରାତ୍ମ ଭାବନାରେ ରହନ୍ତୁ, କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ଅଚାନକ ଧନଲାଭ ହେବ। କଲେଜରେ ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି। ଶୁଭରଙ୍ଗ:ଧଳା। ଆରାଧନା:ମାଆ ବିରଜା।

 


କନ୍ୟା: ଆପଣଙ୍କ ଯୋଜନାକୁ ଗୁପ୍ତ ରଖନ୍ତୁ ଭଲ ହେବ। ତ୍ରୁଟିପୂର୍ଣ୍ଣ ରାୟ ଦେବା ଲୋକଙ୍କ ପ୍ରତି ସତର୍କ ରହନ୍ତୁ। ବ୍ୟବସାୟର ସଉଦା ଲାଗି ରାଜ୍ୟ ବାହାରକୁ ଯିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ:କ୍ରୀମ୍‌। ଆରାଧନା:ମହାଲକ୍ଷ୍ମୀ।

 

ତୁଳା: ଦିନଟି ଆପଣଙ୍କ ଲାଗି ଭଲ ହିିଁ ଭଲ ହେବ। ପୁରୁଣା ବନ୍ଧୁଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯିବେ। ଆୟର ନୂଆ ସାଧନ ମିଳିବ। ସରକାରୀ ଚାକିରିଆଙ୍କୁ ସୁଖ ସୁବିଧାର ବୃଦ୍ଧି ହେବ। ଶୁଭରଙ୍ଗ:ଧଳା। ଆରାଧନା:ମ୍େରେ ପଟେଣେଶ୍ୱରୀ।

 

 

ବିଛା: ପ୍ରଭୁଙ୍କ ଧ୍ୟାନରେ ମନର ସକାରାତ୍ମକ ଶକ୍ତି ସଂଚାର ହେବ। ଘର ପରିଷ୍କାର କରିବାରେ ସମୟ ଦେବେ। ମିତ୍ରଙ୍କ ସହାୟତାରେ ସ୍ଥଗିତ ଥିବା କାମ ପୂରା ହେବ। ଦାତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ:ଧୂସର। ଆରାଧନା: ଶ୍ରୀଗଣେଶ।

 


ଧନୁ: ଭାଗ୍ୟ ଉପରେ ସଂପୂର୍ଣ୍ଣ ଭରସା କରନ୍ତୁ ନାହିିଁ। ନିଜ କାର୍ଯ୍ୟରେ ଅଧିକ ପରିଶ୍ରମ କରନ୍ତୁ ସଫଳତା ପାଇବେ। ସନ୍ଧ୍ୟାରେ କୌଣସି ଶୁଭ ଖବର ମିଳିବା ହେତୁ ପରିବାରରେ ଖୁସିର ମାହୋଲ ରହିବ। ଶୁଭରଙ୍ଗ:କ୍ରୀମ୍‌। ଆରାଧନା:ସୂର୍ଯ୍ୟଦେବ।

 


ମକର: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ପ୍ରତ୍ୟକ କ୍ଷେତ୍ରରେ ବିଜୟ ହାସଲ କରିବେ। ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ବ୍ୟସ୍ତ ବହୁଳ ରହିବ। ଅଚାନକ ଧନଲାଭ ହୋଇପାରେ। ଶୁଭରଙ୍ଗ:ନୀଳ। ଆରାଧନା:ମହାଲକ୍ଷ୍ମୀ।

 

କୁମ୍ଭ: ଆଜି ଆପଣଙ୍କୁ ଦୁଃଖ ଓ ସୁଖ ଅନୁଭବ ହେବ। ମାତା ପିତାଙ୍କ ଆଶୀର୍ବାଦ ନିଅନ୍ତୁ। ଆପଣଙ୍କ ଲକ୍ଷ୍ୟ ହାସଲ କରିବା ସହଜ ହେବ। କୌଣସି ସମ୍ମାନିତ ଲୋକଙ୍କ ସହିତ ମିଶିବାର ସୁଯୋଗ ମିଳିବ। ଶୁଭରଙ୍ଗ:ଧଳା। ଆରାଧନା:ମାଆ ତାରିଣୀ।

 

ମୀନ: ଆପଣଙ୍କର ଅନ୍ତରଆତା୍ମ ପ୍ରଖର ରହିବ। ଆପଣଙ୍କ ସମ୍ମୁଖକୁ ଆସିବା ବ୍ୟକ୍ତିଙ୍କ ମନୋଭାବକୁ ଶୀଘ୍ର ବୁଝିନେବେ। ଆପଣଙ୍କର ଆତ୍ମବିଶ୍ୱାସ ଓ ସଚ୍ଚୋଟତା ପାଇଁ ଆଗକୁ ବଢ଼ିବା ସହଜ ହେବ। ଶୁଭରଙ୍ଗ:ଗୋଲାପୀ। ଆରାଧନା:ମାଆ ମଝିଘରିଆଣୀ।

ସମ୍ବନ୍ଧିତ ଖବର