ଜାଣନ୍ତୁ ଆଜିର ରାଶିଫଳ

ମେଷ: ପ୍ରଭୁଙ୍କୁ ଦର୍ଶନ କରନ୍ତୁ; ଆପଣଙ୍କର ମନୋକାମନା ପୂରା ହେବ। ନୂଆ କାମ ନୂଆ କୌଶଳରେ କରିବାକୁ ଚେଷ୍ଟା କରିବେ। ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ। ଛାତ୍ରଙ୍କୁ କ୍ୟାରିୟର ଗଢ଼ିବା ଲାଗି ଅନୁଭବୀଙ୍କ ପରାମର୍ଶ ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଭଦ୍ରକାଳୀ।

 


ବୃଷ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ବ୍ୟବସାୟରେ ନୂଆ ଉପାୟ ଗ୍ରହଣ କରନ୍ତୁ; ଲାଭ ହେବ। ବିଦେଶରେ ଚାକିରି ଲାଗି ପ୍ରୟାସ କରି ଆସୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବଗଳାମୁଖୀ।

 


ମିଥୁନ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଯୋଜନାକୁ ଆଗକୁ ବଢ଼ାଇବା ଲାଗି ଭାବିବେ। ନାରାଜ ଥିବା ବନ୍ଧୁଙ୍କୁ ମନାଇବାରେ ସଫଳ ହେବେ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ତାରିଣୀ।

 


କର୍କଟ: ନେତୃତ୍ବ ନେବାର କ୍ଷମତା ରଙ୍ଗ ଆଣିବ। ନୂଆ ମାନଦଣ୍ତ ସ୍ଥାପନ କରିବେ। କୌଣସି କାମରୁ ଆପଣଙ୍କୁ ଆଶାରୁ ଅଧିକ ଧନଲାଭ ହେବ। ସନ୍ତାନଙ୍କ କ୍ୟାରିୟର ସମ୍ବନ୍ଧରେ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 

ସି˚ହ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। କୌଣସି ଜରୁରୀ କାମ ପୂରା କରିବା ଲାଗି ଯୋଜନା କରିବେ। ଚାକିରିଆଙ୍କୁ ବିଶେଷ ସଫଳତା ହାସଲ ହେବ। ବିଦ୍ୟାର୍ଥୀମାନେ ଶୁଭ ଖବର ପାଇବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଦୁର୍ଗା।

 

କନ୍ୟା: ଦିନଟି ଆପଣଙ୍କ ଲାଗି ଖାସ୍‌ ରହିବ। ଯେଉଁ କାମ ହାତକୁ ନେବେ ପୂରା ମନରେ କରିବେ। ଭୂସ˚ପତ୍ତି ମାମଲାର ବଡ଼ ଫଇସଲା ହୋଇପାରେ। ଭାଗୀଦାରି କାରବାରରୁ ଯଥେଷ୍ଟ ଲାଭ ମିଳିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

 

ତୁଳା: ଆଜି ଆପଣ ନୂଆ ବିଚାରରେ ପରିପୂର୍ଣ୍ଣ ହୋଇପାରନ୍ତି। ଚାକିରିରେ ବଡ଼ ସଫଳତା ମିଳିବା ଯୋଗ ରହିଛି। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ମହିଳାମାନେ ଖୁସିର ସହିତ ଜିନିଷ କିଣିବେ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ପାଟଣେଶ୍ବରୀ।

 

 

ବିଛା: ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। କିଛି ଲୋକ ଆପଣଙ୍କ ରାୟ ନେବେ। ବ୍ୟବସାୟରେ ଆଗକୁ ବଢ଼ିବା ଲାଗି ନୂଆ ସୁଯୋଗ ମିଳିବ। ମହିଳାଙ୍କୁ ଆଜି ସୁନ୍ଦର ଉପହାର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

 

ଧନୁ: ଦିନଟି ଆପଣଙ୍କ ଲାଗି ଦୁଃଖ ଓ ସୁଖ ଭରା ରହିବ। କାର୍ଯ୍ୟ କ୍ଷେତ୍ରରେ କିଛି ପରିବର୍ତ୍ତନ ଆଣିବା ଲାଗି ଭାବି ପାରନ୍ତି। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ଆହୁରି ବଢ଼ିଆ ହେବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ସୂର୍ଯ୍ୟଦେବ।

 


ମକର: ଆଜି କିଛି ଜରୁରୀ କାମରେ ବାଧା ଉତ୍ପନ୍ନ ହୋଇପାରେ। ଇଷ୍ଟଦେବଙ୍କୁ ସ୍ମରଣ କରନ୍ତୁ; ସହଜରେ ମନୋକାମନା ପୂରା ହେବ। ଭ୍ରମଣ ସୁଖ ରହିଛି। ମହିଳାଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

 

କୁମ୍ଭ: ଦିନଟି ଆପଣଙ୍କ ପାଇଁ ଖୁସିର ସନ୍ଦେଶ ନେଇ ଆସିଛି। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ମଜଭୁତ ହେବ। ଅଧିକାରୀବର୍ଗ ଆପଣଙ୍କ କଥା ଉପରେ ଧୢାନ ଦେବେ। ରାଜନୀତିରେ ସଫଳତା ପାଇବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ସନ୍ତୋଷୀ ମାତା।

 

ମୀନ: ଧର୍ମକର୍ମ କରନ୍ତୁ; ଲାଭ ମିଳିବ। କୌଣସି ଶୁଭ ସୂଚନା ମିଳିବା ହେତୁ ଖୁସି ରହିବେ। ଅଫିସ କାମରେ ଆପଣଙ୍କର ପ୍ରଶ˚ସା ହେବ। ଛାତ୍ରୀଙ୍କୁ ପଢ଼ିବା, ଲେଖିବା ଓ ପ୍ରତିଯୋଗିତାରେ ସଫଳତା ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ହର ପାର୍ବତୀ।

ସମ୍ବନ୍ଧିତ ଖବର