ଜାଣନ୍ତୁ ଆଜିର ରାଶିଫଳ

ମେଷ: ମାଆଙ୍କ ସ୍ନେହ ଆପଣଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ। ନିଜକୁ ଲୋକଙ୍କ ନଜରରେ ବଢ଼ିଆ ପ୍ରମାଣିତ କରିବେ। ସରକାରୀ ଚାକିରିଆଙ୍କର ଆର୍ଥିକ ପକ୍ଷ ମଜଭୁତ ହେବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ପାଟଣେଶ୍ବରୀ।


ବୃଷ: ମନ୍ଦିର ଯାଇ ଠାକୁର ଦର୍ଶନ କରନ୍ତୁ; ଆପଣଙ୍କର ଗୋଟେ ପରେ ଗୋଟେ କାମ ପୂରା ହୋଇଯିବ। ମିତ୍ର ଆପଣଙ୍କର ପ୍ରଶ˚ସା କଲେ ସାବଧାନ ରହନ୍ତୁ। କାର୍ ଚଳାଇବା ସମୟରେ ମୋବାଇଲରେ କଥା ହୁଅନ୍ତୁ ନାହିଁ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବଗଳାମୁଖୀ।


ମିଥୁନ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଚେଷ୍ଟା କରନ୍ତୁ; ସ୍ଥଗିତ ଥିବା କାମ ପୂରା ହେବ। ଆଇନକାନୁନ ମାମଲାରେ ଆରାମ ମିଳିବ। ସାମାଜିକ ଜୀବନରେ ଆନନ୍ଦ ଉପଭୋଗ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।


କର୍କଟ: ଲକ୍ଷ୍ୟ ହାସଲ ପାଇଁ ଅଗ୍ରସର ହେବେ। ରାଜନେତା ଆପଣଙ୍କୁ ନୂଆ ଦାୟିତ୍ବ ଅର୍ପଣ କରିବେ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପାରିବାରିକ ଜୀବନରେ ଖୁସିର ମାହୋଲ ବଜାୟ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ଶ୍ରୀକୃଷ୍ଣ।

ସି˚ହ: ମାଆବାପାଙ୍କ ସ୍ନେହ ପାଇବେ। ଆପଣଙ୍କ ଉନ୍ନତି ପଥରେ ଲାଗି ରହିଥିବା ବାଧା ଦୂର ହେବ। କିଛି ଲୋକ ଆପଣଙ୍କ ରାୟ ନେବେ। ରାଜ୍ୟ ବାହାରକୁ ଯାତ୍ରାରେ ଯାଇପାରନ୍ତି। ପ୍ରିୟ ବନ୍ଧୁଙ୍କଠାରୁ ଉପହାର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।


କନ୍ୟା: ପୁରୁଷାର୍ଥ ଓ ଧାର୍ମିକ କାର୍ଯ୍ୟରେ ମନ ବଳିବ। ମାଆ ଓ ପତ୍ନୀଙ୍କ ସହଯୋଗ ପାଇବେ। ବ୍ୟବସାୟ ସମ୍ବନ୍ଧରେ ଦୂରସ୍ଥାନକୁ ଯାତ୍ରା କରିବେ। ଚାକିରିଆଙ୍କୁ ସହକର୍ମୀଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ କଟକଚଣ୍ତୀ।

ତୁଳା: ଭାଗ୍ୟ ଆପଣଙ୍କ ସହିତ ପାଦ ମିଶାଇ ଚାଲିବ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ପାଇବେ। ବିଶେଷ ଯାତ୍ରାରେ ଯାଇପାରନ୍ତି। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ବିଛା: ଆପଣଙ୍କର ବ୍ୟକ୍ତିତ୍ବ ସୂର୍ଯ୍ୟ ଭଳି ଚମକିବ। ବ୍ୟବସାୟ ଓ ଚାକିରି ସମ୍ବନ୍ଧିତ କାମ ପୂରା ହେବ। ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେବେ। ଜୀବନସାଥୀଙ୍କ ଠାରୁ ଖୁବ୍‌ ସୁନ୍ଦର ଉପହାର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

ଧନୁ: ଦିନଟି ସୁଖକାରକ ରହିବ। ଆପଣଙ୍କ କାମରେ ଲାଗି ରହିଥିବା ବାଧା ଦୂର ହେବ। ବ୍ୟବସାୟିକ ଯାତ୍ରା କ୍ୟାରିୟର ଲାଗି ଲାଭଦାୟକ ସାବ୍ୟସ୍ତ ହେବ। ଚାକିରିଆଙ୍କୁ ଅଫିସରେ ଭଲ ଖବର ମିଳିପାରେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ହର ପାର୍ବତୀ।


ମକର: ଆଜି ନୂଆ ଆହ୍ବାନର ସାମନା କରିବାକୁ ପଡ଼ିପାରେ। ଅଫିସରେ ଦିନଟି ସାମାନ୍ୟ କଷ୍ଟଦାୟକ ରହିବ। ଆମଦାନି ପାଇଁ କୌଣସି ନୂଆ ରଣନୀତି ପ୍ରସ୍ତୁତ କରିବେ। ମିତ୍ର ଓ ସଂପର୍କୀୟଙ୍କ ସହାୟତା ପାଇବେ। ଶୁଭରଙ୍ଗ: ନୀଳ। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ମନୋବଳ ଦୃଢ଼ ହେତୁ ସବୁ କାମରେ ସଫଳତା ହାସଲ କରିବେ। କାର୍ଯ୍ୟ ‌େକ୍ଷତ୍ରରେ ଆପଣଙ୍କୁ ପ୍ରସିଦ୍ଧି ଓ ପ୍ରଶ˚ସା ମିଳିବ। ଛାତ୍ରମାନେ ନିଜ କାମ ଭଲ ଭାବରେ କରିବେ। ପ୍ରେମ ସ˚ପର୍କ ନିବିଡ଼ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ମୀନ: ଆପଣଙ୍କ ନିର୍ଭୀକ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଶୁଭ। ମାନ-ସମ୍ମାନ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

ସମ୍ବନ୍ଧିତ ଖବର