ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଇଚ୍ଛା ପୂରା କରିବାର ପ୍ରୟାସ ସଫଳ ହେବ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ। ଜୀବନସାଥୀଙ୍କ ସହିତ ସହରକୁ ଜିନିଷ କିଣିବାକୁ ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।


ବୃଷ: କିଛି ନା କିଛି ନୂଆ କରିବାକୁ ଚେଷ୍ଟା କରନ୍ତୁ। ପଇସା ମାମଲାରେ ଚିନ୍ତା ସମାପ୍ତି ହେବ। ଅଚାନକ ଖୁସି ଖବର ମିଳିବ। ଅଫିସରେ ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। ପରିବାର ସହିତ ବୁଲି ଯିବାର ଅବସର ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।


ମିଥୁନ: ଆଜି ଦିନଟି ଭଲ ଫଳାଫଳ ନେଇ ଆସିବ। ନୂଆ କାମ ଆରମ୍ଭ ସମ୍ବନ୍ଧରେ ବିଚାର କରିପାରନ୍ତି। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ। ନୂଆ ଘର ବା ଜମି କିଣିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମହାଦେବ।


କର୍କଟ: ଆପଣଙ୍କର ଊର୍ଜାର ସ୍ତର ବୃଦ୍ଧି ହେବ। କୌଣସି ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ ହୋଇପାରେ। ଧନଲାଭର ନୂଆ ଅବସର ପ୍ରାପ୍ତ ହେବ। ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

ସି˚ହ: କାରବାର ସମ୍ବନ୍ଧରେ ପ୍ରିୟବନ୍ଧୁଙ୍କ ପରାମର୍ଶ ନିଅନ୍ତୁ; ଲାଭ ହେବ। ସରକାରୀ ଚାକିରିଆଙ୍କୁ ସହଯୋଗୀଙ୍କ ସାହାଯ୍ୟ ମିଳିବ। ସନ୍ତାନଙ୍କ ପକ୍ଷରୁ ସୁଖଦ ସମାଚାର ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଅମ୍ବିକା।


କନ୍ୟା: ଆଜି ଆପଣଙ୍କର ଉନ୍ନତି ହେତୁ ପରିବାରରେ ଖୁସିର ମାହୋଲ ରହିବ। କାର୍ଯ୍ୟ କ୍ଷେତ୍ରରେ କୌଣସି ବ୍ୟକ୍ତି ବନ୍ଧୁତାର ହାତ ବଢ଼ାଇବେ। ଔଷଧ ବ୍ୟବସାୟୀଙ୍କୁ ଫାଇଦା ହେବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ତୁଳା: ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ। ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ସୁରେଶ୍ବରୀ।

ବିଛା: ଆଜି ଆପଣ ପ୍ରେମ ହିଁ ପ୍ରେମ ବାଣ୍ଟିବେ। ସମୟ ଆପଣଙ୍କୁ ଅବଶ୍ୟ ସାଥ ଦେବ। ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନଯୋଗ ଦେବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ଧନୁ: ଦିନଟି ଆପଣଙ୍କ ଲାଗି ସୁବର୍ଣ୍ଣ ମୁହୂର୍ତ୍ତ ନେଇ ଆସିଛି। ଭବିଷ୍ୟତକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଭଲ ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଦୁର୍ଗା।


ମକର: ପୂଜାର୍ଚ୍ଚନାରେ ସମୟ ବିତିବ। ଆପଣଙ୍କ ଦିମାକରେ କୌଣସି ନୂଆ ବିଚାର ଘୂରି ବୁଲିବ। ଆପଣଙ୍କ ସଂସ୍ପର୍ଶରେ ଆସୁଥିବା ଲୋକେ ପ୍ରଭାବିତ ହେବେ। ନୂଆ ଘର କିଣିବା ଲାଗି ବିଭିନ୍ନ ଯୋଜନା ଉପରେ ଅନୁଧୢାନ କରିବେ। ଶୁଭରଙ୍ଗ: ସବୁଜ। ଆରାଧନା: ସୂର୍ଯ୍ୟଦେବ।

କୁମ୍ଭ: ଆଜି ଆପଣ ଧୈର୍ଯ୍ୟ ଧରି କାମ କରିବାର ଆବଶ୍ୟକତା ରହିଛି। ପାରିବାରିକ ସମସ୍ୟାକୁ ନେଇ ଜୀବନସାଥୀଙ୍କ ସହିତ ଚର୍ଚ୍ଚା କରନ୍ତୁ; ସମାଧାନ ହୋଇପାରେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତ ରହନ୍ତୁ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ସମଲେଶ୍ବରୀ।

ମୀନ: ସୌଭାଗ୍ୟ ପ୍ରାପ୍ତିର ଦିନଟିଏ। ଆପଣଙ୍କ ପ୍ରତିଦ୍ବନ୍ଦୀ ଶାନ୍ତ ରହିବେ। ଗଣମାଧୢମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ବାଦାମୀ।

ସମ୍ବନ୍ଧିତ ଖବର