ଜାଣନ୍ତୁ ଆଜିର ରାଶିଫଳ

ମେଷ: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ସଙ୍ଗରେ ରହିବାର ସୁଯୋଗ ମିଳିବ। ଦାତ୍ୟ ଜୀବନରେ ମଧୁରତା ବଢ଼ିବ। ଛାତ୍ରଙ୍କୁ କୌଣସି ଶୁଭ ସୂଚନା ମିଳିବ। ଶୁଭରଙ୍ଗ:ଗୋଲାପୀ। ଆରାଧନା:ମାଆ ପାଟଣେଶ୍ବରୀ।

 

ବୃଷ: ଇଷ୍ଟଦେବୀଙ୍କୁ ସ୍ମରଣ କରନ୍ତୁ, ସ˚ମ୍ଭବ୍ୟ ସ˚କଟ ଦୂର ହେବ। ଶତ୍ରୁଙ୍କ ଷଡ଼ଯନ୍ତ୍ର ପ୍ରକଟ ହୋଇଯିବ। ବିଦେଶରୁ ବ୍ୟବସାୟ ସମ୍ବନ୍ଧିତ ଭଲ ଖବର ପାଇବେ। ଭାବିଥିବା ସବୁ କାମ ଠିକ୍‌ ଭାବରେ ହେବ। ଶୁଭରଙ୍ଗ:କଫିରଙ୍ଗ। ଆରାଧନା:ମାଆ ରାମଚଣ୍ତୀ।

 

ମିଥୁନ: ପରିବାରରେ ବଡ଼ଙ୍କ ଠାରୁ ଆଶୀର୍ବାଦ ନେଇ କାମରେ ଯାଆନ୍ତୁ ସଫଳତା ପାଇବେ। ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା:ବାବା ଆଖଣ୍ତଳମଣି।

କର୍କଟ: ନୂଆ କାମ ଆରମ୍ଭ ଓ କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ରାଜନୀତିରେ ମହତ୍ବାକା˚କ୍ଷା ପୂରା ହେବ। ବିରୋଧୀଙ୍କ ଉପରେ ବିଜୟ ପାଇବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ:ଧଳା। ଆରାଧନା:ସୂର୍ଯ୍ୟଦେବ।

ସି˚ହ: ଦୀର୍ଘଦିନରୁ ଲାଗିରହଥିବା ସମସ୍ୟାର ସମାଧାନ ହେବ। ଆୟ ବୃଦ୍ଧି ହେବ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ପ୍ରିୟବ୍ୟକ୍ତିଙ୍କ ସହିତ ମିଶିବା ପାଇଁ ଭଲ ସମୟ। ଶୁଭରଙ୍ଗ:ଲାଲ। ଆରାଧନା:ମାଆ ବଗଳାମୁଖୀ।

 


କନ୍ୟା: ଆଜି ଆପଣଙ୍କର ଊର୍ଜାର ସ୍ତର ବୃଦ୍ଧି ହେବ। କ୍ରମାଗତ ପ୍ରୟାସରେ ସଫଳତା ମିଳିବ। କଷ୍ଟରେ ଥିବା ବନ୍ଧୁଙ୍କୁ ସହାୟତା କରିବେ। ଅଚାନକ ଧନପ୍ରାପ୍ତି ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ବଜାୟ ରହିବ। ଶୁଭରଙ୍ଗ:କପିରଙ୍ଗ। ଆରାଧନା: ମାଆ ଶାରଳା।

ତୁଳା: ଉନ୍ନତି ପାଇଁ ନୂଆ ସୁଯୋଗ ମିଳିବ। ଦେବୀମାତାଙ୍କ ପ୍ରତି ଆସ୍ଥା ବଢ଼ିବ। ମହିଳାଙ୍କ ଭାଗ୍ୟ ଉଜ୍ଜ୍ବଳ ହେବ। ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିବ। ପ୍ରେମିକ ପ୍ରେମିକାଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ:ଧଳା। ଆରାଧନା:ମାଆ ସୁରେଶ୍ବରୀ।

 

ବିଛା: ସୁନ୍ଦର କଳ୍ପନାରେ ବିଭୋର ରହିବେ। ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟିବେ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ବୈବାହିକ ଜୀବନରେ ମଧୁରତା ଆସିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ:ଧୂସର। ଆରାଧନା:ମାଆ କିଚକେଶ୍ବରୀ।

 

ଧନୁ: ସମୟ ଆପଣଙ୍କ ଲାଗି ଖୁବ୍‌ ଭଲ। କାମକୁ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ ଏବ˚ ତହିିଁରେ ଲାଭ ମିଳିବ। ଶତ୍ରୁ ଆପଣଙ୍କର କିଛି କ୍ଷତି କରି ପାରିବେ ନାହିିଁ। ଜୀବନସାଥୀଙ୍କ ଠାରୁ ଖୁବ୍‌ ପ୍ରେମ ମିଳିବ। ଶୁଭରଙ୍ଗ:ଧଳା। ଆରାଧନା:ମାଆ ଦୁର୍ଗା।

 


ମକର: ଦିନଟି ଆପଣଙ୍କ ଲାଗି ଭଲ ପରିଣାମ ନେଇ ଆସିଛି। ଜୀବନସାଥୀଙ୍କ ସହିତ ଦେବୀ ମନ୍ଦିରକୁ ଦର୍ଶନ ପାଇଁ ଯାଇପାରନ୍ତି। ରହସ୍ୟ ବିଦ୍ୟା ପ୍ରତି ଆକୃଷ୍ଟ ହେବେ। ରଚାନାତ୍ମକ କାମରେ ଆପଣଙ୍କର ନାମ ହେବ। ଶୁଭରଙ୍ଗ:ସବୁଜ। ଆରାଧନା:ମାଆ ଚର୍ଚ୍ଚିକା।

କୁମ୍ଭ: ଦିନଟି ଆପଣଙ୍କ ଉଦାର ସ୍ବଭାବ ଲାଗି ପ୍ରସନ୍ନତା ନେଇ ଆସିଛି। କୌଣସି କାମର ଆପଣଙ୍କୁ ଆଶା ଠୁଁ ଅଧିକ ଲାଭ ହେବ। ଚାକିରିରେ ଉନ୍ନତି ହେବ। ବୈବାହିକ ଜୀବନରେ ମଧୁରତା ଆସିବ। ଶୁଭରଙ୍ଗ:ଘିଅରଙ୍ଗ। ଆରାଧନା:ପ୍ରଭୁ ଶ୍ରୀଜଗନ୍ନାଥ।

 

ମୀନ: ଦିନଟି ଆପଣଙ୍କ କ୍ୟାରିୟର ଲାଗି ଅଧିକ ଶୁଭ ରହିବ। ଭବିଷ୍ୟତ ସମ୍ବନ୍ଧରେ ମହତ୍ବପୂର୍ଣ୍ଣ ଫଇସଲା ନେବେ। ଅଫିସରେ ଆପଣଙ୍କ କାମରେ କତୃପକ୍ଷ ଖୁସି ହୋଇ ଉପହାର ଦେବେ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ:ବାଦାମୀ। ଆରାଧନା:ମାଆ ବିରଜା।

ସମ୍ବନ୍ଧିତ ଖବର