ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣ ସର୍ବଦା ନିଜର ମନର କଥା ଶୁଣନ୍ତୁ। ଆର୍ଥିକ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। କୌଣସି ସରକାରୀ ଅଧିକାରୀଙ୍କ ସହଯୋଗ ମିଳିପାରେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଭଦ୍ରକାଳୀ।

 

ବୃଷ: ଆପଣଙ୍କ ମନରେ ଦୟାର ଭାବନା ବଜାୟ ରହିବ। ପାରିବାରିକ ସମସ୍ୟାରେ ଆପଣଙ୍କ ମନ୍ତବ୍ୟ ସକାରାତ୍ମକ ରହିବ। ଅଫିସରେ ଶାନ୍ତିର ବାତାବରଣ ରହିବ। ପୁରୁଣା ଅନୁଭବକୁ ପ୍ରୟୋଗ କରି କାର୍ଯ୍ୟରେ ସଫଳତା ପାଇବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଦୁର୍ଗା।

 

ମିଥୁନ: ଚାକିରିଆଙ୍କ ପାଇଁ ଦିନଟି ଭଲ ରହିବ। ବିଶେଷ କାର୍ଯ୍ୟରେ ନିଜକୁ ଯୋଗ୍ୟ ପ୍ରମାଣିତ କରିପାରିବେ। ପୁରୁଣା ରୋଗରୁ ଆରାମ ମିଳିବ। ଘରୋଇ ଜୀବନରେ ସୁଖସୁବିଧା ବଢ଼ିବ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ସକାରାତ୍ମକ ରହିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ସମଲେଶ୍ବରୀ।

କର୍କଟ: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ସରକାରୀ ଚାକିରିଆଙ୍କୁ ଲାଭ ମିଳିପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଶୁଭରଙ୍ଗ: ନୀଳ। ଆରାଧନା: ହର ପାର୍ବତୀ।


ସି˚ହ: ଲାଭ-କ୍ଷତି ହିସାବରେ ଅଧିକ ସମୟ କଟିବ। କାହାରି ସହିତ ବିବାଦ କରନ୍ତୁ ନାହିଁ। ଘରୋଇ ଚିନ୍ତା ଧୀରେ ଧୀରେ ସମାପ୍ତ ହେବ। ବ୍ୟାବସାୟିକ ଯୋଜନାରେ ବ୍ୟସ୍ତ ରହିବେ। ମହିଳାଙ୍କୁ ଆଜି ସୁନ୍ଦର ଉପହାର ମିଳିପାରେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିରଜା।

 

କନ୍ୟା: ଚାକିରିରେ ନିଷ୍ଠାର ସହିତ କାମ କଲେ ଭଲ ଫଳାଫଳ ମିଳିବ। ଯୌଥ ବ୍ୟବସାୟରୁ ଭଲ ଲାଭ ହେବ। ପରିବାରରେ ସୁଖ ଓ ସମୃଦ୍ଧି ବୃଦ୍ଧି ହେବ। ମହିଳାମାନେ ମନୋରମ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ତୁଳା: ବେପାର ବୃତ୍ତିରୁ ସନ୍ତୋଷଜନକ ଫଳ ପାଇବା ଲାଗି ଏକାଗ୍ର ଚିତ୍ତରେ କାମ କରନ୍ତୁ। ଯେତେ ମିଠା କଥା କହିବେ; ସେତେ ଲାଭ ପାଇବେ। ଆପଣ କୌଣସି ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ସୁରେଶ୍ବରୀ।

 

ବିଛା: କର୍ମକ୍ଷେତ୍ରରେ ଆପଣ ଯୋଦ୍ଧାଙ୍କ ଭଳି ରହିବେ। ଆପଣଙ୍କର କୌଣସି ସ୍ବପ୍ନ ପୂରା ହେବ। ଚାକିରିରେ କୌଣସି ବିଶେଷ ଦାୟିତ୍ବ ଗ୍ରହଣ କରିବେ। ଆମଦାନିର ନୂଆ ସୁଯୋଗ ଆସିବ। ପ୍ରେମ ଆଳାପ ପାଇଁ ଭଲ ଦିନଟିଏ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ କୀଚକେଶ୍ବରୀ।

 

ଧନୁ: ଦିନଟି ଆପଣଙ୍କ ଲାଗି ଅନୁକୂଳ। ମହତ୍ତ୍ବପୂର୍ଣ୍ଣ କଥା ଉପରେ ଲୋକମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ମିଳିବ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ଜମି ବା ଘର କିଣିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଦୁର୍ଗା।

 


ମକର: ଆପଣଙ୍କ ଭାବନା ଓ ବ୍ୟବହାର ସକାରାତ୍ମକ ରଖନ୍ତୁ। ବୁଦ୍ଧିମତ୍ତାରେ କାମ କରନ୍ତୁ; ଆପଣଙ୍କର ଫାଇଦା ହେବ। ଅଚାନକ ଧନଲାଭ ହେବ। ବାହାର କାମରେ ଗଲାବେଳେ ବାହନ ସବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

କୁମ୍ଭ: ବ୍ୟବସାୟ‌େର ଗତିବିଧି ପରିବର୍ତ୍ତନ ହେବ। ଆମଦାନିର ନୂଆ ଅବସର ମିଳିବ। ରାଜ୍ୟ ବାହାରକୁ ଯାଇପାରନ୍ତି। ପଢ଼ାଲେଖାରେ ସାଥୀଙ୍କ ସାହାଯ୍ୟ ମିଳିବ। ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ସୂର୍ଯ୍ୟଦେବ।

 

ମୀନ: ଭାଗ୍ୟର ସହଯୋଗ ପାଇବେ। ସହଯୋଗୀଙ୍କ ସହଯୋଗରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ବିଦ୍ୟୁତ୍ ଉପକରଣ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ପାରିବାରିକ ଜୀବନ ହସିଲାପୂରିଲା ଲାଗିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

ସମ୍ବନ୍ଧିତ ଖବର