ଜାଣନ୍ତୁ ଆଜିର ରାଶିଫଳ


ମେଷ: ମାନସିକ ଦୃଷ୍ଟିରୁ ଆପଣ ଅଶାନ୍ତି ମୁକ୍ତ ରହିବେ। ଯିବାକୁ ଥିବା ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ହେବ। ଅଫିସ୍‌ରେ ଆପଣଙ୍କ ପରାମର୍ଶକୁ ସମସ୍ତେ ଆଦର କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ୱରୀ।

 

ବୃଷ: ଆପଣଙ୍କ ପ୍ରୟାସ ବଢ଼ିଆ ପ୍ରମାଣିତ ହେବ। ବିଦେଶ ଯିବାର ରାସ୍ତା ଉନ୍ମୁକ୍ତ ହେବ। ବ୍ୟବସାୟରେ ଉନ୍ନତି ହେବ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ବାବା ଗୁପ୍ତେଶ୍ୱର।

 


ମିଥୁନ: ଆପଣ ନିଜ ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ। ଧୈର୍ଯ୍ୟଧରି କାମ କରନ୍ତୁ; ସଫଳ ହେବେ। ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ଧର୍ମ ସମ୍ବନ୍ଧରେ ଲୋକଙ୍କୁ ବୁଝାଇବେ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀ ମାତା।

 

କର୍କଟ: ଆପଣଙ୍କ ଊର୍ଜାର ସ୍ତର ବଢ଼ିବ। ସାମାନ୍ୟ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। କୌଣସି ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ଘରୋଇ ଜୀବନରେ ସୁଖ ଓ ସୁବିଧା ବୃଦ୍ଧି ହେବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ତାରିଣୀ।

 


ସିଂହ: ପୂଜାପାଠରେ ଅଧିକ ସମୟ ବ୍ୟୟ କରିବେ। ସ୍ତ୍ରୀ ଓ ମାଆଙ୍କ ପୂର୍ଣ୍ଣ ସହଯୋଗ ପାଇବେ। ପରିଶ୍ରମର ପୂରା ଫାଇଦା ମିଳିବ। ନ୍ୟାୟାଳୟରେ ଥିବା ବିଚାରାଧୀନ ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ବଗଳାମୁଖୀ।

 


କନ୍ୟା: ଦେବୀମାତାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ, ସମ୍ଭାବ୍ୟ ସଂକଟ ଦୂର ହେବ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ମଙ୍ଗଳା।

 

ତୁଳା: ଗ୍ରହମାନଙ୍କ ଶୁଭ ଦୃଷ୍ଟି ହେତୁ ସଫଳତାର ରାସ୍ତା ଉନ୍ମୁକ୍ତ ରହିଛି। ଆଗକୁ ଅଗ୍ରସର ହୁଅନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ରାଜନୀତିରେ ଲୋକ ସମର୍ଥନ ବୃଦ୍ଧି ଦେଖି ଖୁସି ଅନୁଭବ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

 


ବିଛା: ଆଜି ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ବ୍ୟର୍ଥ ଚିନ୍ତାରୁ ମୁକ୍ତି ପାଇବେ। ଆପଣଙ୍କ ନିଜ ପ୍ରତିଭାରୁ ବଡ଼ ଲାଭ ହେବ। ଜୀବନସାଥୀ ଓ ପରିଜନଙ୍କ ସ୍ନେହ ପ୍ରାପ୍ତ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ନାରାୟଣୀ।

 

ଧନୁ: ସ୍ୱଭାବ ଶାନ୍ତ ଓ ବ୍ୟବହାର ମିଷ୍ଟ ରହିବ। ନିକଟ ସଂପର୍କୀୟଙ୍କ ସହଯୋଗରେ ନୂଆ ଅବସର ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଟେଲି ଦୁନିଆର ଭାଗ୍ୟ ପରୀକ୍ଷା ଲାଗି ଦିନଟି ଶୁଭ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ଶ୍ରୀକୃଷ୍ଣ।

 


ମକର: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ପରିଶ୍ରମର ସକାରାତ୍ମକ ଫଳାଫଳ ମିଳିବ। ପ୍ରତିଷ୍ଠିତ ଲୋକଙ୍କ ସହିତ ସଂପର୍କ ସ୍ଥାପନ ହେବ। ନୂଆ ଘର ନିର୍ମାଣ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ନାରାୟଣୀ।

 

କୁମ୍ଭ: ଦିନଟି ଆପଣଙ୍କ ପାଇଁ ଲାଭ ଓ ଉନ୍ନତି ନେଇ ଆସିଛି। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସଂପର୍କ ବଢ଼ିବ; ଯାହାଦ୍ଵାରା ଭବିଷ୍ୟତରେ ଲାଭ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ପ୍ରଶଂସା ମିଳିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ବାବା ସାଇରାମ।

 


ମୀନ: ଦିନଟି ଆପଣଙ୍କୁ ସୁଖ ଓ ସୌଭାଗ୍ୟ ପ୍ରଦାନ କରିବ। ପୁରୁଣା ବିବାଦ ସମାପ୍ତ ହେବ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପ୍ରକଳ୍ପ ଅର୍ପଣ କରିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ମଙ୍ଗଳା।

ସମ୍ବନ୍ଧିତ ଖବର