ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଆପଣ ଯାହାଙ୍କୁ କିଛି କାମ ପାଇଁ କହିବେ, ସେ ମନା କରିବେ ନାହିଁ। ଅଫିସ କାମ ସହଜରେ ନିର୍ବାହ କରିବେ। ଦାମ୍ପତ୍ୟ ଜୀବନ ପ୍ରେମପୂର୍ଣ୍ଣ ରହିବ। ବାହନ କିଣିବା ଲାଗି ମନ ବଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

 

ବୃଷ: ଅନ୍ତରଙ୍ଗ ବନ୍ଧୁଙ୍କୁ ମନର କଥା କହିବା ପାଇଁ ଦିନଟି ଭଲ। କାର୍ଯ୍ୟ କ୍ଷେତ୍ରରେ ଭଲ ଢଙ୍ଗରେ କାମ କରିବେ। ଅଚାନକ ଧନଲାଭ ହେବ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ବଜାୟ ରହିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଦୁର୍ଗା।

 


ମିଥୁନ: ଭାଗ୍ୟର ସହଯୋଗ ପାଇବେ। ବ୍ୟବସାୟରେ ନୂଆ କାମ ଆରମ୍ଭ କରନ୍ତୁ; ସଫଳତା ମିଳିବ। ଆପଣଙ୍କ ବ୍ୟବହାର ସମସ୍ତଙ୍କୁ ଭଲ ଲାଗିବ। ପାରିବାରିକ ଜୀବନରେ ସୁଖ ସୁବିଧା ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଗୁପ୍ତେଶ୍ବର।

କର୍କଟ: ଆପଣଙ୍କ ମନରେ ସକାରାତ୍ମକ ଊର୍ଜା ସ˚ଚାର ହେବ। ଦୂରସ୍ଥାନକୁ ଯାତ୍ରାରେ ଯିବେ। ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ। ପୂର୍ବରୁ କୌଣସି ସ୍ଥଗିତ ଥିବା କାର୍ଯ୍ୟର ସମାଧାନ ହେବ। ଜୀବନସାଥୀଙ୍କ ଠାରୁ ସୁନ୍ଦର ଉପହାର ପାଇବେ। ଶୁଭରଙ୍ଗ: ନୀଳ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସି˚ହ: ଜରୁରୀ କାମ ପୂରା କରିବାରେ ବାଧା ଆସିପାରେ। ଆପଣ ନିଜ ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ। ରାଜନୀତିରେ ନେତୃତ୍ବ ବଜାୟ ରଖିବା ଲାଗି ପରିଶ୍ରମ ଅଧିକ କରିବାକୁ ହେବ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

 


କନ୍ୟା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ରାଜ୍ୟରେ ଆପଣଙ୍କୁ କୌଣସି ଉଚ୍ଚପଦ ମିଳିପାରେ। କାରବାର ବୃଦ୍ଧି ଲାଗି ଦିନଟି ଶୁଭ। ଅଫିସରେ ଆପଣଙ୍କ ବ୍ୟବହାରରେ ସମସ୍ତେ ଖୁସି ରହିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ତୁଳା: ମନରେ ଧାର୍ମିକ ଭାବନା ଉଦୟ ହେବ। ବାପା-ମାଆଙ୍କ ସେବା କରନ୍ତୁ; ଭଲ ଫଳ ପାଇବେ। ଆପଣଙ୍କ କ˚ପାନିକୁ ବଡ଼ ସୁଯୋଗ ମିଳିବ; ଯାହା କି ଭବିଷ୍ୟତରେ ଲାଭପ୍ରଦ ହେବ। ଛାତ୍ରଙ୍କୁ ଶୁଭ ଖବର ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ବାବା ଚନ୍ଦନେଶ୍ବର।

 

ବିଛା: ମାତା-ପିତାଙ୍କ ସହିତ କୌଣସି ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। କୋର୍ଟ କଚେରି ମାମଲାରେ ସଫଳତା ମିଳିବ। ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ। ଛାତ୍ରଙ୍କୁ ସହପାଠୀଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: କୀଚକେଶ୍ବରୀ।

 


ଧନୁ: ଆଜି ବହୁତ ଲୋକ ଆପଣଙ୍କ କାମର ଦୋଷ ତ୍ରୁଟି ବାହାର କରିପାରନ୍ତି। ପଇସା ସମ୍ବନ୍ଧୀୟ କୌଣସି ବିପଦପୂର୍ଣ୍ଣ ପଦକ୍ଷେପ ନିଅନ୍ତୁ ନାହିଁ। ପାରିବାରିକ ମାମଲାରେ କିଛି ଅସୁବିଧା ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

 

ମକର: ନିଜର ସୌଭାଗ୍ୟବଶତଃ ଲକ୍ଷ୍ୟସ୍ଥଳରେ ପହଞ୍ଚିବା‌େର କୌଣସି ଅସୁବିଧା ହେବନାହିଁ। ବ୍ୟବସାୟରେ ସହକର୍ମୀଙ୍କ ମାଧୢମରେ ଲାଭ ମିଳିବ। ପତିପତ୍ନୀଙ୍କ ମଧୢରେ ଉତ୍ତମ ବୁଝାମଣା ରହିବ। ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ହାସଲ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

କୁମ୍ଭ: ଆଜି ଆପଣ ଖୁବ୍‌ ଊର୍ଜାବାନ ଅନୁଭବ କରିବେ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରି ପାରିବେ ନାହିଁ। ଅଫିସରେ ନୂଆ ଦାୟିତ୍ବକୁ ଭଲ ଭାବେ ନିର୍ବାହ କରିବେ। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

 

ମୀନ: ଦିନଟି ଆପଣଙ୍କ ଲାଗି ଲାଭପ୍ରଦ ରହିବ। କୌଣସି ମହତ୍ତ୍ବପୂର୍ଣ୍ଣ ସମସ୍ୟାର ସମାଧାନ କରିନେବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। ସନ୍ଧ୍ୟା ସୁଦ୍ଧା ଘରକୁ କୌଣସି ବନ୍ଧୁ ଆସି ପାରନ୍ତି। ଜୀବନସାଥୀଙ୍କ ଠାରୁ ଭଲ ଉପହାର ପାଇବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ତାରିଣୀ।

ସମ୍ବନ୍ଧିତ ଖବର