ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କର କୌତୁକିଆ ସ୍ବଭାବ ଲୋକପ୍ରିୟତା ବୃଦ୍ଧି କରାଇବ। ଦୀର୍ଘ ଦିନର ସ୍ଥଗିତ ଥିବା କାମ ପୂରା ହେବ। ମାନ-ସମ୍ମାନ ବୃଦ୍ଧି ହେବ। ପରିବାରର ସବୁ ସଦସ୍ୟଙ୍କୁ ଆନନ୍ଦ ପ୍ରାପ୍ତି ହେବ। ବ୍ୟବସାୟରୁ ଧନଲାଭ ହେବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଅନ୍ୟମାନଙ୍କ ଭାବନା ପ୍ରତି ସ˚ବେଦନଶୀଳ ରହିପାରନ୍ତି। କ୍ୟାରିୟର ମାମଲାରେ ସଠିକ ବିଚାର କରିବେ। ସାମାଜିକ କାର୍ଯ୍ୟରେ ସହଭାଗିତା କରିବାର ସୁଯୋଗ ମିଳିବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।


ମିଥୁନ: ଆଗକୁ ବଢ଼ିବା ଲାଗି ନୂଆ ଅବସର ନଜରକୁ ଆସିବ। ପଇସା ସମ୍ବନ୍ଧିତ କୌଣସି ବଡ଼ ମାମଲାର ସମାଧାନ ହୋଇଯିବ। ଭାଗୀଦାରି କାରବାରରୁ ଭଲ ଫଳାଫଳ ମିଳିବ। ପରିବାର ସହିତ ହସଖୁସିରେ ସମୟ କଟିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ବିରଜା।

କର୍କଟ: ପୂଜାର୍ଚ୍ଚନାରେ ଅଧିକ ସମୟ କଟିବ। ଧର୍ମସ˚ସ୍ଥାକୁ ଦାନ ଦେବେ। ବାଣିଜ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ଲାଗି ଦିନଟି ଭଲ ରହିବ। ଚାକିରିରେ କୌଣସି ବଡ଼ ଦାୟିତ୍ବ ମିଳିପାରେ। ଜୀବନସାଥୀଙ୍କୁ ଉପହାର ଦିଅନ୍ତୁ; ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ହର ପାର୍ବତୀ।

ସି˚ହ: ଧୈର୍ଯ୍ୟ ଧରି ରହିଲେ ଆପଣଙ୍କୁ ଆରାମ ମିଳିବ। ଘରକୁ କୌଣସି ସ˚ପର୍କୀୟ ଶୁଭ ଖବର ନେଇ ଆସିବେ। ସଠିକ୍‌ ଫଇସଲା ନେବା ସହଜ ହେବ। ଅଫିସରେ ନୂଆ ଲୋକଙ୍କ ସହିତ ସଂପର୍କ ଯୋଡ଼ିବେ। ବ୍ୟବସାୟରୁ ଭଲ ଫଳାଫଳ ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ସନ୍ତୋଷୀ ମାତା।


କନ୍ୟା: ଆଜି ଆପଣ ନିଜକୁ ଊର୍ଜାଭରା ଅନୁଭବ କରିବେ। ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ, ସଫଳତା ମିଳିବ। ଗଣମାଧୢମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ବଢ଼ିଆ ରହିବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ତୁଳା: ଆପଣଙ୍କ ଦୃଷ୍ଟିକୋଣ ପ୍ରଗତିଶୀଳ ରହିବ। କାରବାର ବିସ୍ତାର ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ଅଫିସରେ ଆପଣଙ୍କ କାମକୁ ପ୍ରଶ˚ସା ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ମହାଦେବ।

ବିଛା: ଆଗକୁ ବଢ଼ିବାର ଦିନଟିଏ। କୌଣସି ବଡ଼ କ˚ପାନି‌େର ଚାକିରି ଲାଗି ପ୍ରସ୍ତାବ ମିଳିବ। ସନ୍ତାନଙ୍କ ପକ୍ଷରୁ ଆପଣଙ୍କୁ ଖୁସି ମିଳିବ। ଖେଳାଳିମାନେ ପ୍ରଦର୍ଶନ ଭଲ କରିବେ। ନାରାଜ ଥିବା ବନ୍ଧୁଙ୍କୁ ମନାଇବାରେ ସଫଳ ହେବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଭୈରବୀ।

ଧନୁ: ଦିନଟି ମହତ୍ତ୍ବପୂର୍ଣ୍ଣ ରହିବ। ଚାକିରି ବୃତ୍ତିରେ ଉନ୍ନତି ହେବ। ଆପଣଙ୍କ ଆର୍ଥିକ ପକ୍ଷ ଉତ୍ତମ ରହିପାରେ। ଭାଇଭଉଣୀଙ୍କ ସହିତ ଲାଗିରହିଥିବା ମତଭେଦ ଦୂର ହେବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଦୁର୍ଗା।

ମକର: ଦିନଟି ବ୍ୟସ୍ତତାରେ କଟିବ। କୌଣସି ମାମଲାରେ ଫଇସଲା ନେବା‌େର ଅସୁବିଧା ହୋଇପାରେ। ବ୍ୟବସାୟୀମାନେ ପୁରୁଣା କଥା ଭୁଲି ଆଗକୁ ଦେଖନ୍ତୁ। ନୂଆ ଲୋକଙ୍କ ସହିତ ସାକ୍ଷାତ ଆଲୋଚନା ହେବ। ଦାମ୍ପତ୍ୟ ଜୀବନ ଖୁସିରେ ବିତିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

କୁମ୍ଭ: ଭାବିଥିବା ଯୋଜନା ବଢ଼ିଆ ପ୍ରମାଣିତ ହେବ। ନୂଆ ରୁଚି ଅନୁଭବ କରିପାରନ୍ତି। ପରିବାରରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ପାଇଁ ଚେଷ୍ଟା କରିବେ। ପ୍ଲାଷ୍ଟିକ୍ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମହାଲକ୍ଷ୍ମୀ।

ମୀନ: ଦିନଟି ଆପଣଙ୍କ ଲାଗି ନୂଆ ସ୍ବାଗତ ନେଇ ଆସିଛି। ସାମାଜିକ କାର୍ଯ୍ୟରେ ଅ˚ଶ ଗ୍ରହଣ କରିବେ। ଧନଲାଭର ନୂଆ ରାସ୍ତା ଖୋଲିବ। ପରିବାର ସଦସ୍ୟଙ୍କ ଠାରୁ ନୂଆ ବସ୍ତ୍ର ମିଳିବ। ବୈବାହିକ ଜୀବନ ଆନନ୍ଦମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

ସମ୍ବନ୍ଧିତ ଖବର