ଜାଣନ୍ତୁ ଆଜିର ରାଶିଫଳ

ମେଷ: ଯଥେଷ୍ଟ ରୋମାଣ୍ଟିକ ମନୋଭାବରେ ରହିବେ। ଅଭିନୟ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଅଫିସ୍‌ରୁ ଘରକୁ ଫେରିବା ସମୟରେ ବନ୍ଧୁଙ୍କ ସହିତ ମତଭେଦ ହେବ। ବିଦ୍ୟାର୍ଥୀଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ସୁରେଶ୍ବରୀ।

ବୃଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଭବିଷ୍ୟତ ସମ୍ବନ୍ଧରେ ମହତ୍ତ୍ବପୂର୍ଣ୍ଣ ଫଇସଲା ନେବେ। ସିନିୟରଙ୍କ ସହଯୋଗରେ ଆପଣଙ୍କର କିଛି ଆଶା ପୂରା ହେବ। ଆପଣଙ୍କ ପ୍ରତିଷ୍ଠା ବଢ଼ିବ ଓ ଉପହାର ମିଳିପାରେ। ଲେଖାପଢ଼ାରେ ରୁଚି ବଢ଼ିବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଭୈରବୀ।


ମିଥୁନ: ନୂଆ କାର୍ଯ୍ୟକୁ ନେଇ ଯୋଜନା ପ୍ରସ୍ତୁତ କରିବେ। ପରିବାର‌େର ବନ୍ଧୁଙ୍କ ଠାରୁ ସାହାଯ୍ୟ ମିଳିବ। ଓକିଲଙ୍କ ପାଇଁ ଦିନଟି ଲାଭଦାୟକ ରହିବ। ସମସ୍ୟାର ସମାଧାନ ସହଜରେ ହେବ। ଛାତ୍ରଙ୍କୁ ଶୁଭ ଖବର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଙ୍ଗଳା।


କର୍କଟ: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଧର୍ମ ଚର୍ଚ୍ଚାରେ ଅ˚ଶ ଗ୍ରହଣ କରିବେ। ବେପାରୀଙ୍କୁ ଅଚାନକ ଧନଲାଭ ହେବ। ଲେଖକଙ୍କୁ ପୁରସ୍କାର ମିଳିପାରେ। ଜମିରେ ନିବେଶ ପାଇଁ ଦିନଟି ଭଲ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମହାଦେବ।

ସି˚ହ: ଆଜି ଆପଣ ନିଜକୁ ଊର୍ଜାଭରା ଅନୁଭବ କରିବେ। ନୂଆ କାର୍ଯ୍ୟ ଆରମ୍ଭ କରିବା ଲାଗି ଯୋଜନା କରିପାରନ୍ତି। କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ କଟକଚଣ୍ତୀ।


କନ୍ୟା: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ। ନିଜର ଅକ୍ଳାନ୍ତ ପରିଶ୍ରମ ବଳରେ କଠିନ କାମକୁ ସହଜ କରିନେବେ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳମିଳାପ ବଢ଼ିବ। ବେପାରରେ ଅଟକିଥିବା ପଇସା ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

ତୁଳା: ସୁଖ ଓ ସୌଭାଗ୍ୟ ବୃଦ୍ଧି ହେବ। ଚାକିରି ପେସାଧାରୀ ବ୍ୟକ୍ତିଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ସ୍ଥଗିତ ଥିବା କାମ ତତ୍‌କ୍ଷଣାତ୍‌ ପୂରା ହୋଇଯିବ। ସଙ୍ଗୀତ ଛାତ୍ରଙ୍କ ଲାଗି ଦିନଟି ଶୁଭ। ଜୀବନସାଥୀଙ୍କ ବ୍ୟବହାର ପ୍ରେମଭରା ରହିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ପାଟଣେଶ୍ବରୀ।

ବିଛା: ମନ ପ୍ରଫୁଲ୍ଲ ରହିବ। କିଛି ନୂଆ କରିବା ଲାଗି ଚିନ୍ତା କରିବେ। ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ପୁସ୍ତକ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ରହିବ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ବୁଢ଼ୀ ଠାକୁରାଣୀ।


ଧନୁ: ଭାବିଚିନ୍ତି ବଡ଼ ଫଇସଲାକୁ ଅନ୍ତିମ ରୂପ ଦିଅନ୍ତୁ। ଆର୍ଥିକ ସ୍ଥିତି ଦୁର୍ବଳ ହେବାରୁ ଜରୁରୀ କାମ ସ୍ଥଗିତ ହେବ। କୁତର୍କରୁ ନିବୃତ୍ତ ରହନ୍ତୁ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି। ପ୍ରେମିକପ୍ରେମିକାଙ୍କ ଲାଗି ଭଲ ଦିନଟିଏ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଦୁର୍ଗା।

ମକର: ନୂଆ କାର୍ଯ୍ୟ ଆରମ୍ଭ କରିବା ଲାଗି ଦିନଟି ଶୁଭ। ଆର୍ଥିକ ସ୍ଥିତି ମଜଭୁତ ହେବ। ଉଚ୍ଚ ଅଧିକାରୀଙ୍କ ଆଗରେ ଆପଣଙ୍କ କଥା ରଖନ୍ତୁ, ସକାରାତ୍ମକ ଫଳ ମିଳିବ। ଭୂସ˚ପତ୍ତି ମାମଲାର ବଡ଼ ଫଇସଲା ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

କୁମ୍ଭ: ବ୍ୟବସାୟ ଓ ଚାକିରିରେ ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ଆପଣଙ୍କର ପଦ ପ୍ରତିଷ୍ଠା ବଢ଼ିପାରେ। କଳାକାରଙ୍କ ଲାଗି ଦିନଟି ଅନୁକୂଳ। ଆପଣଙ୍କ ପ୍ରତିଭାରୁ ଲୋକଙ୍କୁ ପ୍ରେରଣା ମିଳିବ। ଜୀବନସାଥୀଙ୍କ ଠାରୁ ସୁନ୍ଦର ଉପହାର ପାଇବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଶାରଳା।

ମୀନ: ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। କାର୍ଯ୍ୟାଳୟରେ ଅନ୍ୟମାନଙ୍କ ସହିତ ତାଳମେଳ ବଢ଼ିଆ ରହିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ପ୍ରେମ ସମ୍ବନ୍ଧ ଭଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

ସମ୍ବନ୍ଧିତ ଖବର