ଜାଣନ୍ତୁ ଆଜିର ରାଶିଫଳ


ମେଷ: ମନ ଅଶାନ୍ତି ମୁକ୍ତ ରହିବ। ଆପଣଙ୍କ ଉନ୍ନତିରେ ଆସୁଥିବା ବାଧା ଦୂର ହେବ। କୌଣସି ବଡ଼ କଂପାନିରେ ଚାକିରିର ପ୍ରସ୍ତାବ ପାଇବେ। ନୂଆ ବାହନ ଓ ଭୂସଂପତ୍ତି କିଣିବା ଲାଗି ଦିନଟି ଭଲ। ଶୁଭରଙ୍ଗ: ଧୂସର। ଆରାଧନା: ବାବା ହରିଶଙ୍କର।

 

ବୃଷ: ଦୀର୍ଘ ଦିନରୁ ଲାଗିରହିଥିବା ବିବାଦର ସମାଧାନ ହେବ। କାମ ପ୍ରତି ଆପଣଙ୍କର ଉତ୍ସାହ ବୃଦ୍ଧି ହେବ। ରାଜନୀତିରେ ଉଚ୍ଚପଦ ପ୍ରାପ୍ତ ହୋଇପାରେ। ଜୀବନସାଥୀଙ୍କ ଠାରୁ ଢେର୍‌ସାରା ପ୍ରେମ ପାଇବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ସୁରେଶ୍ୱରୀ।

 


ମିଥୁନ: ଦିନଟି ମହତ୍ତ୍ଵପୂର୍ଣ୍ଣ ରହିବ। ବ୍ୟବସାୟରେ ଚୁକ୍ତିପତ୍ର ସ୍ୱାକ୍ଷର କରିବେ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହିତ ଆପଣଙ୍କ ଜୀବନ ଆନନ୍ଦମୟ ହେବ। ଛାତ୍ରଛାତ୍ରୀମାନେ ପରିଶ୍ରମରୁ ସୁଫଳ ପାଇବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସନ୍ତୋଷୀ ମାତା।

 

କର୍କଟ: ଶରୀର ସୁସ୍ଥ ଓ ମନ ଖୁସି ରହିବ। ଯାହା ବି କାମ କରିବେ, ସଫଳ ହେବେ। ନେତା ଓ ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ଠିକ୍‌ ରହିବ। ପରିବାରରେ ଏକତା ଓ ପ୍ରେମ ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଚନ୍ଦନେଶ୍ୱର।

 


ସିଂହ: ସକାରାତ୍ମକ ଚିନ୍ତାରେ ରହନ୍ତୁ। କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରି ପାରିବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଅଚାନକ ଖୁସି ଖବର ମିଳିବ। ବିଦେଶ ଯିବା ପାଇଁ ସୁଯୋଗ ଆସିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ତାରିଣୀ।

 


କନ୍ୟା: ଆଜି ଆପଣ ନେତାଙ୍କ ଭଳି ରହିବେ। କୌଣସି କାମରୁ ବଡ଼ ଫାଇଦା ହେବ। ପରିଜନଙ୍କ ସହିତ ଖୁସିରେ ସମୟ କଟିବ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ପ୍ରେମରେ ସଫଳତା ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

 

ତୁଳା: ଗରମ ମିଜାଜ ଆପଣଙ୍କୁ ଲାଭ ଦେବ। ଅଫିସ୍‌ରେ କୌଣସି କଥାକୁ ନେଇ ଲାଗି ରହିଥିବା ବିଶୃଙ୍ଖଳାକୁ ଠିକ୍‌ କରିବେ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଶାରଳା।

 


ବିଛା: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ଭାଇଭଉଣୀଙ୍କ ସହିତ ବୁଝାମଣା ଠିକ୍‌ ରହିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିବ। ନୂଆ ବାହନ ଓ ଜମି କିଣିବା ଲାଗି ଦିନଟି ଶୁଭ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଭୈରବୀ।

 

ଧନୁ: ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ଅଚାନକ ଢେର୍‌ସାରା ଧନ ପାଇବେ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଛାତ୍ରଙ୍କୁ ସହପାଠୀଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ଶ୍ରୀ ଗଣେଶ।

 


ମକର: ପରିବାର ସହିତ ଅଧିକ ସମୟ କଟାଇବେ। ବିଦେଶରେ ଚାକିରି ଲାଗି ପ୍ରୟାସ କରି ଆସୁଥିବା ବ୍ୟକ୍ତିଙ୍କୁ ଶୁଭ ସଂକେତ ମିଳିପାରେ। ପ୍ରିୟବନ୍ଧୁଙ୍କ ସହିତ ସିନେମା ଦେଖିବାକୁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ୱରୀ।

 

କୁମ୍ଭ: ପୁରୁଣା କଥା ଭୁଲି କିଛି ନୂଆ କାମ କରିବେ। ସହକର୍ମୀଙ୍କ ମାଧ୍ୟମରେ ଲାଭ ମିଳିବ। ପରିବାରରେ କୌଣସି ସଦସ୍ୟଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ତାରିଣୀ।

 


ମୀନ: ଆପଣଙ୍କ ଦୃଷ୍ଟିକୋଣ ପ୍ରଗତିଶୀଳ ରହିବ। ବ୍ୟବସାୟରେ ମହତ୍ତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବେ। ମିତ୍ରଙ୍କ ସହଯୋଗ ପାଇବେ। ଟେଲି ଦୁନିଆରେ ଭାଗ୍ୟ ପରୀକ୍ଷା ପାଇଁ ଶୁଭ ଦିନଟିଏ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଦୁର୍ଗା।

ସମ୍ବନ୍ଧିତ ଖବର