ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ। ସମାଜରେ ମାନସମ୍ମାନ ପାଇବେ। ବିଳାସ ଉପକରଣ କିଣି ପାରନ୍ତି। ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ। ଛାତ୍ରଙ୍କୁ ସାଥୀଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଆପଣଙ୍କ ଆକର୍ଷକ ଶକ୍ତି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବ। ଯୋଗାଣ ବିଭାଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କର ଉନ୍ନତି ହେବ। ଅଫିସରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ। ପ୍ରିୟ ବନ୍ଧୁଙ୍କ ସହିତ ବାହାରକୁ ଭୋଜନ ପାଇଁ ଯିବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଶାରଳା।

ମିଥୁନ: ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଅଧିକ ଲାଗି ରହିବ। ଘରେ ଧାର୍ମିକ ସମାରୋହର ଆୟୋଜନ କରିପାରନ୍ତି। ଫିଲ୍ମ ଉଦ୍ୟୋଗ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି କିଛି ନୂଆ କରି ଶିକ୍ଷା ଲାଭ କରିବେ। ଛାତ୍ରଙ୍କୁ ସହପାଠୀଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ସବୁଜ। ଆରାଧନା: ମହାଦେବ।

କର୍କଟ: ସାରାଦିନ ସତର୍କ ରହିବାର ଆବଶ୍ୟକତା ରହିଛି। ପ୍ରଭୁଙ୍କୁ ସ୍ମରଣ କରନ୍ତୁ, ଆପଣଙ୍କ ସ୍ଥଗିତ ଥିବା କାମରେ କେହି ସାହାଯ୍ୟ କରିବେ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି। ଜୀବନସାଥୀଙ୍କ ଠାରୁ କିଛି ଉପହାର ମିଳିପାରେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଶାରଳା।

ସି˚ହ: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। କାରବାରରେ ନୂଆ ସଉଦା ହେବ। ମହିଳାଙ୍କୁ ଜୀବନସାଥୀଙ୍କ ଠାରୁ ସୁନ୍ଦର ଉପହାର ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କଟକଚଣ୍ତୀ।


କନ୍ୟା: ଚାକିରିଆଙ୍କ ପାଇଁ ଦିନଟି ଅନୁକୂଳ। ନୂଆ ଦାୟିତ୍ବ ଗ୍ରହଣ କରିବେ। ସହକର୍ମୀଙ୍କ ସହିତ ବୁଝାମଣା ଠିକ୍‌ ରହିବ। ଅଚାନକ ଧନପ୍ରାପ୍ତି ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ମଜଭୁତ ହେବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

ତୁଳା: ଦିନଟି ସକାରାତ୍ମକ ରହିବ। ଘରୋଇ ଚିନ୍ତା ଧୀରେ ଧୀରେ ସମାପ୍ତ ହେବ। ଉନ୍ନତି ପାଇଁ ନୂଆ ଅବସର ମିଳିବ। ବୟୋଜ୍ୟେଷ୍ଠଙ୍କୁ ସାହାଯ୍ୟ କରିବା ହେତୁ ମନ ଖୁସି ରହିବ। ଛାତ୍ରଙ୍କୁ ପରୀକ୍ଷାରେ ପରିଶ୍ରମର ଭଲ ଫଳ ମିଳିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ତାରିଣୀ।

ବିଛା: ଲକ୍ଷ୍ୟକୁ ନେଇ ଯାତ୍ରା ପୂରା କରିବା‌େର ସଫଳ ହେବେ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଚାକିରିରେ ପଦୋନ୍ନତି ମିଳିବା ହେତୁ ଆର୍ଥିକ ସ୍ଥିତି ସୁଧୁରୁିବ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ମହାଦେବ।

ଧନୁ: ଆପଣଙ୍କ କାମର ପ୍ରଦର୍ଶନ ଲାଗି ଦିନଟିଏ। ଅଫିସରେ ଆପଣଙ୍କ କାମକୁ ନେଇ କର୍ତ୍ତୃପକ୍ଷ ଖୁସି ହେବେ। ନୂଆ ବ୍ୟବସାୟରେ ଅର୍ଥ ନିବେଶ ଲାଭପ୍ରଦ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ମକର: ଆପଣଙ୍କର କିଛି ଆଶା ପୂରା ହେବାର ଯୋଗ ରହିଛି। ଲୋକଙ୍କ ବିଶ୍ବାସ ଆପଣଙ୍କ ଉପରେ ରହିବ। ମହତ୍ତ୍ବପୂର୍ଣ୍ଣ ବ୍ୟାପାରର ସମାଧାନ ବାହାର କରିନେବେ। ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଅମ୍ବିକା।

କୁମ୍ଭ: ଦିନଟି ଆପଣଙ୍କ ଲାଗି ଅନୁକୂଳ; ଯାହା ବି ଆରମ୍ଭ କରିବେ ଅଳ୍ପ ସମୟରେ ପୂରା କରିବେ। ଆର୍ଥିକ ସ୍ଥିତି ବଢ଼ିଆ ରହିବ। ବ୍ୟବସାୟରେ ବଡ଼ ସଫଳତା ମିଳିପାରେ। ବୈବାହିକ ଜୀବନ ଆନନ୍ଦମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ମୀନ: ବ୍ୟବସାୟିକ କାର୍ଯ୍ୟ ଲାଗି ଭଲ ଦିନଟିଏ। ଆର୍ଥିକ ମାମଲାରୁ ଲାଭ ମିଳିବ। ରଚନାତ୍ମକ କାମରେ ଆପଣଙ୍କର ନାମ ହେବ। ପାରିବାରିକ ଦାୟିତ୍ବ ଆପଣଙ୍କୁ ଅର୍ପଣ କରାଯାଇପାରେ। ସନ୍ଧ୍ୟାରେ ସାଙ୍ଗଙ୍କ ସହ ହସଖୁସିରେ ସମୟ କଟିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଶାରଳା।

ସମ୍ବନ୍ଧିତ ଖବର