ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଜି ଆପଣଙ୍କର ଅଧିକତର କାମ ପୂରା ହୋଇଯିବ। ବିରୋଧୀଙ୍କୁ ପରାସ୍ତ କରିବେ। ଅଚାନକ ଧନପ୍ରାପ୍ତି ହେବ। ସନ୍ଧ୍ୟାରେ ଆପଣଙ୍କର ମାନସିକ ଅଶାନ୍ତି ବଢ଼ିପାରେ। ବିବାହିତ କଥାବାର୍ତ୍ତାରେ ସ˚ଯମ ରଖନ୍ତୁ। ଶୁଭରଙ୍ଗ: ଗୋଲାପି। ଆରାଧନା: ଶ୍ରୀ ଗଣେଶ।

ବୃଷ: ଭାଗ୍ୟର ତାରକା ଉଜ୍ଜ୍ବଳ ରହିବ। ସମାଜରେ ଆପଣଙ୍କର ସ୍ଥିତି ଭଲ ରହିବ। ବେପାର ଉଦ୍ୟୋଗରେ ଠିକ ସମୟରେ ସଠିକ ନିର୍ଣ୍ଣୟ ନେବେ। ଅଫିସରେ ଆପଣଙ୍କର ଆହୁରି ସମ୍ମାନ ବଢ଼ିବ। ପରିବାରରେ କୌଣସି ବଡ଼ ଖୁସି ଆସିପାରେ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ମିଥୁନ: ଦିମାକରେ ଲାଗି ରହିଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହୋଇଯିବ। ଲୁହା, ସିମେଣ୍ଟ ବ୍ୟବସାୟୀଙ୍କର ଉନ୍ନତି ହେବ। ଅଫିସରେ ନୂଆ ପରିଯୋଜନାରେ କାମ କରିପାରନ୍ତି। ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ। ଶୁଭରଙ୍ଗ: ମେରୁନ। ଆରାଧନା: ବାବା ଚନ୍ଦନେଶ୍ବର।

କର୍କଟ: ଦିନଟି ଆପଣଙ୍କ ପାଇଁ ବଢ଼ିଆ ରହିବ। ଯେଉଁ କାମରେ ଯିବେ ସଫଳତା ପାଇବେ। ଅଚାନକ ଧନଲାଭ ଯୋଗ ରହିଛି। ସେୟାର କିଣିବେ ବା ନୂତନ କାରବାରରେ ନିବେଶ ପାଇଁ ବିଚାର କରିବେ। ପ୍ରେମରେ ସଫଳତା ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

ସି˚ହ: ଆପଣଙ୍କର ଧୢାନ ପରିବାର ଓ ପଇସା ଦିଗକୁ ରହିବ। ଆପଣଙ୍କର ସ୍ଥଗିତ ଥିବା କାମ ପୂରା ହୋଇଯିବ। ଅନ୍ୟମାନଙ୍କ ମାମଲାରେ ଅଧିକାର ଜାହିର କରନ୍ତୁ ନାହିଁ। ମହିଳାମାନେ ଜୀବନସାଥୀଙ୍କୁ କୌଣସି ଉପହାର ଦେଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଙ୍ଗଳା।

କନ୍ୟା: ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ନିଃସ୍ବାର୍ଥ ସମାଜ ସେବାରୁ ପ୍ରତିଷ୍ଠା ପାଇବେ। ବ୍ୟବସାୟରେ ନିବେଶ ପାଇଁ ଆଜି ଦିନଟି ଉତ୍ତମ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପରିଯୋଜନା ଅର୍ପଣ କରିବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

ତୁଳା: ଆତ୍ମସମୀକ୍ଷାରେ ସମୟ ବିତିବ। ଇଷ୍ଟଦେବଙ୍କୁ ସ୍ମରଣ କରନ୍ତୁ, ସବୁ ଠିକ୍‌ ହୋଇଯିବ। ବ୍ୟବସାୟରେ ଭଲ ସଉଦା ହେବାର ସମ୍ଭାବନା। ଆର୍ଥିକ ସ୍ଥିତି ମଜଭୁତ ହେବ। ଇ˚ଜିନିୟରଙ୍କ ପାଇଁ ଦିନଟି ଲାଭପ୍ରଦ ରହିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ଶ୍ରୀକୃଷ୍ଣ।

ବିଛା: ଦିନଟି ଆପଣଙ୍କ ପାଇଁ ଉତ୍ତମ ରହିବ। ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ପାଇବେ। ସଙ୍ଗୀତ କଳା କ୍ଷେତ୍ରରେ ସଫଳତା ପାଇବେ। ବାହନ କିଣିବା ପାଇଁ ମନ ବଳିବ। ପ୍ରେମ ଓ ପ୍ରଣୟ ଦୃଷ୍ଟିରୁ ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କୀଚକେଶ୍ବରୀ।

ଧନୁ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ପ୍ରଗତି ପଥରେ ଅଗ୍ରସର ହେବେ। ବିରୋଧୀ କ୍ଷତି ପହଞ୍ଚାଇବା ଲାଗି ଅସଫଳ ପ୍ରୟାସ କରିବେ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିବ। ପ୍ରିୟବନ୍ଧୁଙ୍କ ଠାରୁ ଖୁବ୍‌ ପ୍ରେମ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ମକର: ବ୍ୟବସାୟରେ ଉନ୍ନତି ପାଇଁ ନୂଆ ରଣକୌଶଳ ପ୍ରସ୍ତୁତ କରିବେ। ମନର କଥା ମନରେ ରଖନ୍ତୁ; ବିଜୟୀ ହେବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କର ଭାଗ୍ୟ ଉଜ୍ଜ୍ବଳ ହେବ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିରଜା।

କୁମ୍ଭ: ଆଜି ଆପଣଙ୍କର ବଡ଼ରୁ ବଡ଼ କାମ ହୋଇଯିବ। ବ୍ୟବସାୟରେ ପରିବାରର ସହଯୋଗ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ନୂଆ ଚାକିରି ପାଇଁ ଭଲ ସମୟ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ବିରଜା।

ମୀନ: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ। ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ଯଥେଷ୍ଟ କାମ ମିଳିବ। ବ୍ୟବସାୟରୁ ଆଶା ଠୁଁ ଅଧିକ ଲାଭ ପାଇବେ। ସାହିତ୍ୟ ଆଦିରେ ରୁଚି ରହିବ। ପ୍ରେମ ସ˚ପର୍କ ବୃଦ୍ଧି ହେତୁ ମନ ଖୁସି ରହିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ସମ୍ବନ୍ଧିତ ଖବର