ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। କ୍ୟାରିୟର ମାମଲାରେ ସଠିକ୍‌ ବିଚାର କରିପାରନ୍ତି। କୌଣସି ନୂଆ ବ୍ୟକ୍ତିଙ୍କ ସହିତ ବନ୍ଧୁତା ହୋଇପାରେ। ଚାକିରିଆଙ୍କର ଉନ୍ନତି ଯୋଗ ରହିଛି। ବାହନ କିଣିବା ପାଇଁ ମନ ବଳିବ। ଶୁଭରଙ୍ଗ: ସବୁଜ। ଆରାଧନା: ମହାଦେବ।

ବୃଷ: କୌଣସି ବି କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ନୂଆ ଲୋକଙ୍କ ସହିତ ସାକ୍ଷାତ ଆଲୋଚନା ହେବ। କ୍ୟାରିୟରକୁ ନେଇ କୗଣସି ବଡ଼ ଫଇସଲା ନେଇ ପାରନ୍ତି। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।


ମିଥୁନ: ସଫଳତା ଆପଣଙ୍କୁ ଅପେକ୍ଷା କରି ରହିଛି। ଯେଉଁ କାମ ହାତକୁ ନେବେ ନିଶ୍ଚିତ ଲାଭ ପାଇବେ। ସାମାଜିକ କାର୍ଯ୍ୟରେ ଆପଣଙ୍କର ଯୋଗଦାନ ପାଇଁ ପୁରସ୍କାର ମିଳିବ। ପରିବାର ସମ୍ବନ୍ଧରେ ମହତ୍ତ୍ବପୂର୍ଣ୍ଣ ଫଇସଲା ନେଇପାରନ୍ତି। ଶୁଭରଙ୍ଗ: ମେରୁନ। ଆରାଧନା: ବାବା ଲିଙ୍ଗରାଜ।

କର୍କଟ: ସମାଜରେ ଆପଣଙ୍କ ସ୍ଥିତି ଭଲ ରହିବ। ଲୋକେ ଆପଣଙ୍କର ଗୁଣଗାନ କରିବେ। ଧନଲାଭର ନୂଆ ରାସ୍ତା ଖୋଲିବ। ଚାକିରି ସମ୍ବନ୍ଧରେ ଭଲ ଖବର ପାଇବେ। ଇ˚ଜିନିୟରି˚ ଛାତ୍ରଙ୍କର ଲେଖାପଢ଼ାରେ ମନ ଅଧିକ ଲାଗି ରହିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ବିରଜା।

ସି˚ହ: ରଚନାତ୍ମକ କାମରେ ଆପଣଙ୍କର ନାମ ହେବ। ଆର୍ଥିକ ମାମଲାରେ ଲାଭ ମିଳିବ। ଆପଣଙ୍କର ତର୍କ ଶକ୍ତି ଆଜି କାମରେ ଆସିବ। ଘର କାମରେ ମିତ୍ରଙ୍କ ସାହାଯ୍ୟ ପାଇବେ। ପ୍ରେମିକପ୍ରେମିକାଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: ଗୋଲାପି। ଆରାଧନା: ମାଆ ଅମ୍ବିକା।

କନ୍ୟା: ଆଜି ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। ସାମାଜିକ ସମାରୋହରେ ସହଭାଗିତା କରିବାର ସୁଯୋଗ ମିଳିବ। ଧନଲାଭର ଅବସର ପ୍ରାପ୍ତ ହେବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ। ଘର ପାଇଁ ଆବଶ୍ୟକ ସାମଗ୍ରୀ କିଣିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ତୁଳା: ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ। ଆପଣଙ୍କର ସୀମା ବୃଦ୍ଧି କରିବାକୁ ଉଦ୍ୟମ କରିବେ। କାରବାର ଦୃଷ୍ଟିରୁ ଦିନଟି ଲାଭପ୍ରଦ ରହିବ। ଲେଖକଙ୍କୁ ଆଜି ପୁରସ୍କାର ମିଳିପାରେ। ସନ୍ତାନଙ୍କ ଠାରୁ ସୁଖ ମିଳିବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ବାବା ଗୁପ୍ତେଶ୍ବର।

ବିଛା: ପରିବାର ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି। ଆଜି ନିଜ କାମରେ ମନ ଖୁବ୍‌ ସକାରାତ୍ମକ ରହିବ। ବ୍ୟବସାୟ ମାମଲାରେ ଆପଣଙ୍କ ନିର୍ଣ୍ଣୟ ଲାଭପ୍ରଦ ହେବ। ଛାତ୍ରଙ୍କୁ ଶୁଭ ଖବର ମିଳିବ। ଶୁଭରଙ୍ଗ: ଗୋଲାପି। ଆରାଧନା: ଶ୍ରୀକୃଷ୍ଣ।

ଧନୁ: ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଅଧିକ ଲାଗି ରହିବ। ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ। ଆପଣ କିଛି ନୂଆ କୌଶଳ ଶିକ୍ଷା ଲାଭ କରିବେ। ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ କୀଚକେଶ୍ବରୀ।

ମକର: ଆପଣଙ୍କ ରୁଟିନରେ ପରିବର୍ତ୍ତନ କରିପାରନ୍ତି। ବ୍ୟବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ପଇସା ସମ୍ବନ୍ଧୀୟ କୌଣସି ବିପଦପୂର୍ଣ୍ଣ ପଦକ୍ଷେପ ନିଅନ୍ତୁ ନାହିଁ। ଜୀବନସାଥୀଙ୍କ ଭାବନା ପ୍ରତି ଧୢାନ ଦିଅନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

କୁମ୍ଭ: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ଶତ୍ରୁମାନେ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ। କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ଅବସର ମିଳିବ। ନେତାଙ୍କ ଲାଗି ଦିନଟି ଶୁଭ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ବିରଜା।

ମୀନ: ଆଜି କୌଣସି ନୂଆ ପରିଯୋଜନା ମିଳିପାରେ। ନୂଆ ଲୋକଙ୍କ ସହିତ ସାକ୍ଷାତ ଆଲୋଚନା ହୋଇପାରେ। ସରକାରୀ ଚାକିରିଆଙ୍କର ଆର୍ଥିକ ପକ୍ଷ ମଜଭୁତ ହେବ। ପ୍ରିୟ ବନ୍ଧୁଙ୍କ ସହିତ ନାଟକ ଦେଖିବାକୁ ଯିବେ। ଶୁଭରଙ୍ଗ: ସବୁଜ। ଆରାଧନା: ପ୍ରଭୁ ଶ୍ରୀ ଜଗନ୍ନାଥ।

ସମ୍ବନ୍ଧିତ ଖବର