ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଅନୁକୂଳ ରହିବ। ଆପଣଙ୍କ ଭଲ ବ୍ୟବହାର ପାଇଁ ଅଫିସ୍‌ର ଲୋ‌‌େକ ପ୍ରଭାବିତ ହେବେ। ବ୍ୟବସାୟରୁ ଅଧିକ ଲାଭ ପାଇଁ ନୂଆ କୌଶଳ ଅବଲମ୍ବନ କରିବେ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ମାଜେଣ୍ତା। ଆରାଧନା: ମାଆ ସୁରେଶ୍ବରୀ।

ବୃଷ: ଆଜି ଆପଣ ଯଥେଷ୍ଟ କାମ ପୂରା କରିବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଚାକିରି ସମ୍ବନ୍ଧିତ କୌଣସି ମନୋକାମନା ପୂରା ହେବ। ପରିବାର ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିପାରନ୍ତି। ଛାତ୍ରଙ୍କ ପାଇଁ ଦିନଟି ଖୁବ୍‌ ଭଲ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ଶ୍ରୀ ଗଣେଶ।


ମିଥୁନ: ନୂଆ ପ୍ରସ୍ତାବର ରୂପରେଖ ଦିଅନ୍ତୁ, ଭବିଷ୍ୟତରେ ଶୁଭଫଳ ପାଇବେ। ଅର୍ଥହୀନ କଥାରୁ ଦୂରେଇ ରହନ୍ତୁ। ଭୂସ˚ପତ୍ତି ମାମଲାରେ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ଭ୍ରମଣ ସମୟରେ ନିଜର ସ୍ବାସ୍ଥ୍ୟ ପ୍ରତି ଧୢାନ ଦିଅନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

କର୍କଟ: ଚାକିରିଆଙ୍କ ପାଇଁ ଦିନଟି ଭଲ। କ˚ପାନିରେ ଆପଣଙ୍କୁ କୌଣସି ସୁବିଧା ମିଳିପାରେ। ସନ୍ଧ୍ୟାରେ କୌଣସି ବନ୍ଧୁ ବା ଜୀବନସାଥୀଙ୍କ ସହିତ ସମୟ କଟାଇବେ। ଛାତ୍ରଙ୍କୁ କମ୍‌ ପରିଶ୍ରମରୁ ଯଥେଷ୍ଟ ସୁଫଳ ମିଳିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ଦୁର୍ଗା।

ସି˚ହ: ଆପଣଙ୍କର ମଧୁର ବ୍ୟବହାରରେ ନୂଆ ଲକ୍ଷ୍ୟ ହାସଲ କରିନେବେ। ଶାସନରେ ଥିବା ଲୋକଙ୍କ ସହିତ ସ˚ପର୍କ ବଢ଼ିବ। ଆର୍ଥିକ ଚିନ୍ତା ଦୂର ହେବ। ବିବାହିତ ଲୋକଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଙ୍ଗଳା।

କନ୍ୟା: ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଅଧିକ ଲାଗି ରହିବ। ବଢ଼ିଆ ଚାକିରିର ସୁଯୋଗ ଆସିପାରେ। ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ସୁଖ ପାଇବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ସରସ୍ବତୀ।

ତୁଳା: ଦିନଟି ଆପଣଙ୍କ ପାଇଁ ବଢ଼ିଆ ରହିବ। ରାଷ୍ଟ୍ରୀୟ ସ୍ତରର ନେତାଙ୍କ ସହିତ ମିଶିବାର ଅବସର ପାଇବେ। କାମ ଓ ପରିଶ୍ରମରୁ ପୂରା ଲାଭ ମିଳିବ। ଅବିବାହିତଙ୍କୁ ବିବାହର ଭଲ ପ୍ରସ୍ତାବ ମିଳିବ। ପରିବାରରେ ଖୁସିର ମାହୋଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଦେବ।

ବିଛା: ଆପଣଙ୍କ ଲାଗି ଉନ୍ନତି ଓ ଲାଭ ମିଳିବାର ଦିନଟିଏ। କାରବାରରେ ବଡ଼ ସଉଦା ହେବ। ରାଜ୍ୟରେ ଆପଣଙ୍କୁ କୌଣସି ଉଚ୍ଚପଦ ମିଳିପାରେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। ଛାତ୍ରୀଙ୍କର ଲେଖାପଢ଼ାରେ ରୁଚି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

ଧନୁ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଆପଣଙ୍କ ମନରେ ଉଙ୍କି ମାରିଥିବା ପ୍ରଶ୍ନର ସମାଧାନ ମିଳିବ। ବ୍ୟବସାୟରେ କିଛି ନୂଆ କରିବା ଲାଗି ଦିନଟି ଭଲ। ସନ୍ତାନଙ୍କ ସଫଳତାରେ ମନ ଆନନ୍ଦିତ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

ମକର: ଧାର୍ମିକ ଭାବନାରେ ଅଧିକ ସମୟ କଟିବ। ବ୍ୟବସାୟରେ ନୂଆ ସମ୍ଭାବନା ଅନ୍ବେଷଣ କରିବେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସରକାରୀ ଚାକିରିଆ ଟିକେ ଅଶାନ୍ତିରେ ରହିପାରନ୍ତି। ବନ୍ଧୁଙ୍କ ସହିତ ବସି ହାଲୁକା ଅନୁଭବ କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

କୁମ୍ଭ: ଆପଣଙ୍କ ଦିମାକରେ ନୂଆ ନୂଆ ଚିନ୍ତା ଘୂରି ବୁଲିବ। ପଇସା ମାମଲାରେ ସତର୍କ ରହନ୍ତୁ। ଅଫିସ କାମ ତରବରିଆ ଭାବେ କରନ୍ତୁ ନାହିଁ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି। ପ୍ରିୟ ବନ୍ଧୁଙ୍କ ସହିତ ମିଳନ ହେବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଦୁର୍ଗା।

ମୀନ: କମ୍‌ କଥା କହିଲେ ଲୋକଙ୍କ ନଜରରେ ଆସିବେ। ବ୍ୟବସାୟର ବିକାଶ ଉପରେ ଅଧିକ ଧୢାନ ଦେବେ। ଆଇନକାନୁନ ବିବାଦ ଆଜି ସମାପ୍ତ ହୋଇପାରେ। ପରିବାରର ବଡ଼ଙ୍କ ଠାରୁ ପ୍ରଶ˚ସା ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ସମ୍ବନ୍ଧିତ ଖବର