ଜାଣନ୍ତୁ ଆଜିର ରାଶିଫଳ


ମେଷ: ଆଜି କେବଳ ନିଜ କାମରେ ମନଯୋଗ ଦିଅନ୍ତୁ। ଅନ୍ୟମାନଙ୍କ ଗଣ୍ଡଗୋଳକୁ ପଶନ୍ତୁ ନାହିଁ। ଜୀବନସାଥୀଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ଆମଦାନିର ନୂଆ ରାସ୍ତା ଉନ୍ମୁକ୍ତ ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ଲିଙ୍ଗରାଜ।

 

ବୃଷ: ଚାକିରିରେ ନିଷ୍ଠାର ସହିତ କାମ କଲେ ଭଲ ଫଳାଫଳ ପାଇବେ। ପରିବାର ମାମଲାରେ ମହତ୍ତ୍ଵପୂର୍ଣ୍ଣ ଫଇସଲା ନେବେ। ବ୍ୟବସାୟରୁ ଆଶାନୁରୂପ ଫଳ ପାଇବେ। ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଧବଳେଶ୍ୱର।

 


ମିଥୁନ: ସୁଖ ସୌଭାଗ୍ୟ ବୃଦ୍ଧି ହେବ। ନୂତନ କାରବାର ଆରମ୍ଭ କରିବା ଲାଗି ଦିନଟି ଭଲ। ସଂପତ୍ତି ବିବାଦର ସମାଧାନ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପ୍ରିୟବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଙ୍ଗଳା।

 

କର୍କଟ: ଦିନଟି ବଢ଼ିଆ। ସବୁ ସମସ୍ୟାର ସମାଧାନ ହେବ। ଅଫିସ୍‌ରେ କୌଣସି ଖୁସି ଖବର ମିଳିବ। ସେୟାର ବଜାରରେ ଆଶାଠୁଁ ଅଧିକ ଲାଭ ପାଇବେ। ଖେଳାଳିଙ୍କର ପ୍ରଶଂସକ ସଂଖ୍ୟା ବୃଦ୍ଧି ହେବ। ଶୁଭରଙ୍ଗ: ନୀଳ। ଆରାଧନା: ସନ୍ତୋଷୀ ମାତା।

 


ସିଂହ: ପରିଶ୍ରମର ସକାରାତ୍ମକ ଫଳାଫଳ ମିଳିବ। ଆପଣ କିଛି ନୂଆ ଲୋକ ଓ ବିଦେଶୀଙ୍କ ସହିତ ମିଶିବେ। କଳାକାରଙ୍କୁ ଫିଲ୍ମର ପ୍ରସ୍ତାବ ମିଳିବ। ଆପଣଙ୍କ ବନ୍ଧୁ ଆପଣଙ୍କ ପ୍ରତି ଖୁସି ରହିବେ। ଉପହାର ମିଳିପାରେ। ଶୁଭରଙ୍ଗ: ମାଜେଣ୍ଡା। ଆରାଧନା: ବାବା ସାଇରାମ।

 


କନ୍ୟା: ଦିନଟି ଠିକ୍‌ଠାକ୍‌ ରହିବ। ଆପଣ ଯାହାକୁ କିଛି କହିବେ ସେ ମନା କରିପାରିବେ ନାହିଁ। ଚାକିରି ପେସାରେ ଉନ୍ନତି କରିବେ। ଜୀବନସାଥୀଙ୍କ ସହଯୋଗ ମିଳିବ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

 

ତୁଳା: ଆପଣଙ୍କର ବହୁ ଦିନର ଇଚ୍ଛା ପୂରା ହେବ। ଜୀବନସାଥୀଙ୍କ ସହଯୋଗ ମିଳିବ। ନୂଆ କାମରେ ରୁଚି ବଢ଼ିବ। ଯାତ୍ରା ଫଳପ୍ରଦ ହେବ। ଆପଣଙ୍କ ସରଳତା ଲାଗି ଆପଣଙ୍କର ଘନିଷ୍ଠ ବନ୍ଧୁ ଖୁସି ରହିବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଭଦ୍ରକାଳୀ।

 


ବିଛା: ଦୁନିଆକୁ ଜିଣି ନେବା ଲାଗି ଆପଣଙ୍କ ଭିତରେ ଉତ୍ସାହ ରହିବ। ପ୍ରତିଷ୍ଠିତ ଲୋକଙ୍କ ସହିତ ମିଶିବେ। କୌଣସି ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟ ଅତି ଶୀଘ୍ର ପୂରା କରିବେ। ଆପଣଙ୍କ ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

 

ଧନୁ: ଆପଣଙ୍କର ମନୋଭାବ ମଜାକିଆ ରହିବ। ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟିବେ। ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ। ଶାସନରେ ଥିବା ଲୋକଙ୍କ ସହିତ ସଂପର୍କ ସ୍ଥାପନ ହେବ। ପରିବାର ସହିତ ଅଧିକ ସମୟ ଖୁସିରେ କଟିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ସୁରେଶ୍ୱରୀ। ଼

 


ମକର: ବୁଦ୍ଧିମତ୍ତାରେ କାମ କରନ୍ତୁ; ସଫଳତା ଓ ଲାଭ ପାଇବେ। ପରିବାର ଲୋକଙ୍କ ସହିତ ଉତ୍ତମ ବୁଝାମଣାର ଅଭାବ ରହିବ। ରାଜନୀତିରେ ନେତୃତ୍ଵ ବଜାୟ ରଖିବା ଲାଗି ପରିଶ୍ରମ ଅଧିକ କରିବାକୁ ହେବ। ପ୍ରେମିକାଙ୍କୁ ମନର କଥା କହିବେ। ଶୁଭରଙ୍ଗ: ଲାଲ। ଆରାଧନା: ସନ୍ତୋଷୀ ମାତା।

 

କୁମ୍ଭ: ଦିନଟି ଆପଣଙ୍କ କ୍ୟାରିୟର ଲାଗି ଅଧିକ ଶୁଭ ରହିବ। କାର୍ଯ୍ୟକ୍ଷେତ୍ରରେ ଏଭଳି ଅବସର ଆସିବ ଯାହା ଦ୍ଵାରା ଆମଦାନି ବୃଦ୍ଧି ହେବ। ଚାକିରିରେ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରଶଂସା ଶୁଣିବାକୁ ମିଳିପାରେ। ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ସମଲେଶ୍ୱରୀ।

 


ମୀନ: ପୂଜାପାଠରେ ସମୟ ବିତିବ। ଗରିବଙ୍କୁ କିଛି ଦାନ କରନ୍ତୁ, ଭାଗ୍ୟ ଉଜ୍ଜ୍ଵଳ ହେବ। ଆପଣଙ୍କ ଉନ୍ନତିରେ ଆସୁଥିବା ବାଧା ଦୂର ହେବ। ରାଜ୍ୟ ବାହାରେ ଚାକିରି ମିଳିବାର ଯୋଗ ରହିଛି। ଶୁଭରଙ୍ଗ: ବାଦାମୀ। ଆରାଧନା: ହର ପାର୍ବତୀ।

ସମ୍ବନ୍ଧିତ ଖବର