ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। କୌଣସି ମାମଲାରେ ବଡ଼ଙ୍କ ସାହାଯ୍ୟ ମିଳିବ। ମାନସିକ ଶାନ୍ତି ଅନୁଭବ କରିବେ। ଚାକିରିରେ ସଫଳତା ମିଳିବା ଯୋଗ ରହିଛି। ବିଲ୍‌ଡରଙ୍କୁ ଅଚାନକ ଯଥେଷ୍ଟ ଲାଭ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ବରୀ।

ବୃଷ: ଦିନଟି ବ୍ୟସ୍ତତାରେ କଟିବ। ପାରିବାରିକ ଓ ସାମାଜିକ ଜୀବନରେ ତାଳମେଳ ରଖନ୍ତୁ। ଭାବପ୍ରବଣ ହୋଇ କୌଣସି ଫଇସଲା ନିଅନ୍ତୁ ନାହିଁ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ। ଛାତ୍ରଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ କୀଚକେଶ୍ବରୀ।


ମିଥୁନ: ଦିନଟି ଖୁସିଭରା ରହିବ। ନୂଆ ବ୍ୟବସାୟ ପାଇଁ ନୂଆ ଯୋଜନା କରିବେ। ଯିବାକୁ ଥିବା ଯାତ୍ରା ଆପଣଙ୍କ ଲାଗି କଲ୍ୟାଣକାରୀ ହେବ। ରାଜନୀତିରେ ଥିବା ବ୍ୟକ୍ତି ବିଶେଷଙ୍କୁ ମାନସମ୍ମାନ ମିଳିବ। ପରିବାରରେ ମଧୁରତା ବଢ଼ିବା ସହିତ ବିଶ୍ବାସ ବି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

କର୍କଟ: ସକାରାତ୍ମକ ଭାବନାରେ ରହିଲେ ହିଁ କଷ୍ଟ ମନେ ହେଉଥିବା କାମ ସହଜରେ କରିପାରିବେ। କାରବାରରେ କିଛି ଏଭଳି କଥା ଆସିବ ଯାହା ଭବିଷ୍ୟତରେ ଲାଭଦାୟୀ ହେବ। ବେକାରଙ୍କୁ ରୋଜଗାର ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ସମଲେଶ୍ବରୀ।

ସି˚ହ: ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଲାଗି ରହିବ। ଛୋଟ ଧରଣର କିଛି କାମ କରିବେ ଯାହା ଭବିଷ୍ୟତରେ ଯଥେଷ୍ଟ ଲାଭ ଦେବ। ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ମିଳିବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

କନ୍ୟା: ପୁରୁଣା କଥାକୁ ନେଇ ଆପଣଙ୍କ ମନ ବିଚଳିତ ହୋଇପାରେ। ବିତ୍ତୀୟ ମାମଲାରେ ସାବଧାନତାର ସହ କାମ କରନ୍ତୁ। ଅଫିସରେ ସହକର୍ମୀଙ୍କ ସହିତ ବିତର୍କ କରନ୍ତୁ ନାହିଁ। ଜୀବନସାଥୀଙ୍କ ଠାରୁ ଖୁବ୍‌ ସୁନ୍ଦର ଉପହାର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

ତୁଳା: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଆପଣଙ୍କ ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ। କାମ ଧନ୍ଦା ମାମଲାରେ ପରିସ୍ଥିତି ଭଲ ରହିବ। ନୂଆ ବନ୍ଧୁ ଭାବେ କାହାରିଙ୍କୁ ଗ୍ରହଣ କରିପାରନ୍ତି। ଛାତ୍ରଙ୍କ ଲାଗି ଦିନଟି ଉତ୍କୃଷ୍ଟ ରହିବ। ଶୁଭରଙ୍ଗ: ନୀଳ। ଆରାଧନା: ମହାଲକ୍ଷ୍ମୀ।

ବିଛା: ଆପଣଙ୍କ ଚାରିପାଖରେ ମଧୁର ବାତାବରଣ ରହିବ। ପଡ଼ୋଶୀଙ୍କ ଠାରୁ ଭଲ ଖବର ପାଇବେ। ନୂଆ ଦାୟିତ୍ବ ନେବାରେ ସ˚କୋଚ କରନ୍ତୁ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ସୂର୍ଯ୍ୟଦେବ।

ଧନୁ: ଆପଣଙ୍କ ଲାଗି ଦିନଟି ଉତ୍ତମ ରହିବ। ପୁରୁଣା ଚିନ୍ତା ଦୂର ହେବ। ରାଜନୀତିରେ ସକ୍ରିୟତା ବଢ଼ିପାରେ। ବିରୋଧୀଙ୍କ ସହିତ ଦୃଢ଼ ମୁକାବିଲା କରିବେ। ବ୍ୟବସାୟରେ ଧନଲାଭ ହେବ। ସନ୍ଧ୍ୟାରେ ପିଲାମାନଙ୍କ ସହିତ ହସ ଖୁସିରେ ସମୟ କଟିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଆଖଣ୍ତଳମଣି।

ମକର: ଆପଣ ନିଜର କାମକୁ ଠିକ୍‌ ଭାବେ ନିର୍ବାହ କରିବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ବ୍ୟବସାୟର ନୂଆ ପ୍ରସ୍ତାବରୁ ଲାଭ ମିଳିବା ଯୋଗ ରହିଛି। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ଶ୍ରୀ ଗଣେଶ।

କୁମ୍ଭ: ସଫଳତା ପାଇବା ଦିଗରେ ଅଗ୍ରସର ହେବେ। ନୂଆ ଦାୟିତ୍ବ ମିଳିପାରେ। ସହଯୋଗୀଙ୍କ ସହଯୋଗରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଆମଦାନିରେ ଅଚାନକ ବୃଦ୍ଧି ହେବ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଦୁର୍ଗା।

ମୀନ: କାମ କରିବା ଗତିରେ ଯଥେଷ୍ଟ ଉତ୍ସାହ ରହିବ। ବ୍ୟବସାୟ ସମ୍ବନ୍ଧିତ ଜରୁରୀ ଫଇସଲା ନେବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ରାଜନୀତିରେ ଉଚ୍ଚପଦ ପ୍ରାପ୍ତ ହୋଇପାରେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଶାରଳା।

ସମ୍ବନ୍ଧିତ ଖବର