ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଇଚ୍ଛା ପୂରା କରିବାର ପ୍ର୍ରୟାସ ସଫଳ ହେବ। ସରକାରୀ କାମରେ ଲାଭ ମିଳିବାର ଯୋଗ ରହିଛି। ଅଳଙ୍କାର ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭପ୍ରଦ। କାର୍ଯ୍ୟକ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଫଇସଲା ନେଇପାରନ୍ତି। ଶୁଭରଙ୍ଗ: ଲାଲ। ଆରାଧନା: ବାବା ଲିଙ୍ଗରାଜ।

 

ବୃଷ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ମହତ୍ତ୍ଵପୂର୍ଣ୍ଣ ବ୍ୟାପାରରେ ମିତ୍ରଙ୍କ ସହିତ କଥାବାର୍ତ୍ତା ହେବେ। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ଆସିବ। ପାରିବାରିକ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ପ୍ରେମରେ ସଫଳତା ପାଇବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ରାମଚଣ୍ଡୀ।

 

ମିଥୁନ: ପରିବାର ସହଯୋଗରେ ଜରୁରୀ କାମ ପୂରା ହେବ। ରାଜନୀତିରେ ସଫଳତା ପାଇବେ। କଂପ୍ୟୁଟର ଇଂଜିନିୟରଙ୍କୁ ବଡ଼ କଂପାନିରେ ଚାକିରିର ପ୍ରସ୍ତାବ ମିଳିବ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଭଦ୍ରକାଳୀ।

 

କର୍କଟ: ଆପଣଙ୍କ କାମର ପ୍ରଶଂସା ହେବ। ଅଧିକାରୀ ଖୁସି ରହିବା ହେତୁ ଆପଣଙ୍କର ଦରମା ବଢ଼ିପାରେ। ନୂଆ ବାହନ କିଣିବା ଲାଗି ଦିନଟି ଶୁଭ। ପ୍ରିୟ ବନ୍ଧୁଙ୍କ ସହିତ ନାଟକ ଦେଖିବାକୁ ଯିବେ। ଖୁସିରେ ଆପଣ ଅଧିକ ଖର୍ଚ୍ଚ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଚନ୍ଦନେଶ୍ୱର।

 

ସିଂହ: ଦିନଟି ଲାଭପ୍ରଦ ରହିବ। ଜରୁରୀ କାମ ମିତ୍ରଙ୍କ ସହଯୋଗରେ ପୂରା ହୋଇଯିବ। ଅଧିକାରୀଙ୍କ ସହିତ ତାଳମେଳ ବଜାୟ ରଖନ୍ତୁ, ଫାଇଦା ହେବ। ଅଚାନକ କୌଣସି ଖବର ମିଳିବା ହେତୁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଶୁଭରଙ୍ଗ: ଲାଲ। ଆରାଧନା: ସୂର୍ଯ୍ୟଦେବ।

 

କନ୍ୟା: ସମୟ ଆପଣଙ୍କ ପାଇଁ ଅନୁକୂଳ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ମିଳିବ। ପ୍ରିୟ ବନ୍ଧୁଙ୍କୁ ମନାଇବାରେ ସଫଳ ହେବେ। ଚାକିରିରେ ନୂଆ ପ୍ରସ୍ତାବ ମିଳିପାରେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

 

ତୁଳା: ଆପଣଙ୍କର କୌତୁକିଆ ସ୍ୱଭାବ ଲୋକପ୍ରିୟତା ବୃଦ୍ଧି କରାଇବ। ଆର୍ଥିକ ସ୍ଥିତି ମଜଭୁତ ହେବ। ବିଦେଶରେ ଶିକ୍ଷା ସମ୍ବନ୍ଧୀୟ ଋଣ ନେବା ଲାଗି ସମୟ ଶୁଭ। ଅଫିସରେ କୌଣସି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ଡକରା ପଡ଼ିବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ମଙ୍ଗଳା।

 

ବିଛା: ଆଜି ଆପଣ ସକାରାତ୍ମକ ତରଙ୍ଗରେ ପୂର୍ଣ୍ଣ ରହିବେ। ଯାତ୍ରା ସୁଖଦ ଓ ଲାଭଦାୟକ ହେବ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ସୁଯୋଗ ମିଳିବ। ପାରିବାରିକ ଜୀବନରେ ସୁଖ ଓ ଶାନ୍ତି ବୃଦ୍ଧି ହେବ। ପ୍ରେମ ସାଗରରେ ବୁଡ଼ ପକାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ୱରୀ।

 

ଧନୁ: ଦିନଟି ଆପଣଙ୍କ ଲାଗି ଅନୁକୂଳ। କାମ ଧନ୍ଦାରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ମହିଳାମାନେ ଜିନିଷପତ୍ର କିଣିବା ଲାଗି ସହରକୁ ଯିବେ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କୀଚକେଶ୍ୱରୀ।

 


ମକର: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ଆପଣଙ୍କ ମନରେ ସକାରାତ୍ମକ ବିଚାର ଆସିବ। ଆପଣଙ୍କ ପ୍ରତିଭାରୁ ଲୋକଙ୍କୁ ପ୍ରେରଣା ମିଳିବ। କୌଣସି ବିଶେଷ କାର୍ଯ୍ୟରେ ଯାତ୍ରାର ଯିବେ। ଖେଳାଳିଙ୍କ ଲାଗି ଦିନଟି ଭଲ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଗାୟତ୍ରୀ।

 

କୁମ୍ଭ: ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ପରିବାରରେ ବଡ଼ଙ୍କ ଠାରୁ ପ୍ରେମ ଓ ଆଶୀର୍ବାଦ ପାଇବେ। ଜୀବନରେ ସ୍ଥିରତା ଆସିବ। ଛୋଟ କାରବାରରେ ବି ଯଥେଷ୍ଟ ଲାଭ ମିଳିପାରେ। ବାହାର କାମରେ ଯିବା ସମୟରେ ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ତାରିଣୀ।

 

ମୀନ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଜୀବନରେ ସୁଖ ଶାନ୍ତି ଆସିବ। ପରିଯୋଜନା କାମରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଚାକିରି ପେସାରେ ଥିବା ବ୍ୟକ୍ତିଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ଶତ୍ରୁମାନେ ଦବି ରହିବେ। ପ୍ରିୟବନ୍ଧୁଙ୍କ ଠାରୁ ଉପହାର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀ ମାତା।

ସମ୍ବନ୍ଧିତ ଖବର