ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଜି ଆପଣ ଦ୍ଵିଧାରେ ରହିବେ। ମନ କିଛି କହିବ ଆଉ ହୃଦୟ କିଛି କହିବ। ରହସ୍ୟ ବିଦ୍ୟା ଶିକ୍ଷା ଲାଗି ରୁଚି ବଢ଼ିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆପଣଙ୍କ ଠାରୁ ବଡ଼ଙ୍କ ସେବା କରନ୍ତୁ, ସଫଳତାର ରାସ୍ତା ଉନ୍ମୁକ୍ତ ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ।

 

ବୃଷ: ଯୋଜନାକୁ ଗୁପ୍ତ ରଖନ୍ତୁ, ସଫଳତା ନିଶ୍ଚୟ ମିଳିବ। ଅଫିସ୍‌ରେ ସହକର୍ମୀଙ୍କ ଉପରେ ନାରାଜ ହୁଅନ୍ତୁନାହିଁ। ପାରିବାରିକ ମାମଲାରେ ବଡ଼ ଫଇସଲା ନେଇପାରନ୍ତି। ଭୂସଂପତ୍ତି କାରବାରରେ ନିବେଶ ଲାଭଦାୟକ ରହିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଦୁର୍ଗା।

 

ମିଥୁନ: ଅତ୍ୟଧିକ ଆତ୍ମବିଶ୍ୱାସରୁ ନିଜ କାମରେ ସଫଳତା ପାଇବେ। ସଉଦାରୁ ଯଥେଷ୍ଟ ଲାଭ ହେବ। ଚାକିରିଆଙ୍କ ପାଇଁ ଦିନଟି ଭଲ। ଅଧିକାରୀଙ୍କ ଠାରୁ ବଡ଼ ଦାୟିତ୍ଵ ମିଳିବା ଯୋଗ ରହିଛି। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ୱରୀ।

 


କର୍କଟ: ଦିନଟି ଆପଣଙ୍କ ଲାଗି ଅନୁକୂଳ। କାମ ସହଜରେ ପୂରା କରିନେବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଜୀବନସାଥୀଙ୍କ ବ୍ୟବହାରରେ ଆପଣଙ୍କୁ ଖୁସି ମିଳିବ। ନ୍ୟାୟିକ ମାମଲାରେ ଆରାମ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

 

ସିଂହ: ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ। କାମ କରିବା ଗତିରେ ଯଥେଷ୍ଟ ଉତ୍ସାହ ରହିବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ନୂଆ ଘର କିଣିବା ବା ନୂଆ ଘର ନିର୍ମାଣ ପାଇଁ ଯୋଜନା କରିବେ। ମହିଳାଙ୍କର ସାମାଜିକ ଗତିବିଧିରେ ସମ୍ମାନ ବୃଦ୍ଧି ହେବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଅମ୍ବିକା।

 

କନ୍ୟା: ପରିଶ୍ରମୀ ଲୋକଙ୍କୁ ନିଜ ପରିଶ୍ରମର ମିଠାଫଳ ମିଳିବ। କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ଶ୍ରୀ ଗଣେଶ।

 

 ତୁଳା: ବ୍ୟବସାୟୀଙ୍କୁ ଆଜି ପରିଶ୍ରମର ପୂରା ଫଳ ମିଳିବ। ପ୍ରଚୁର ମାତ୍ରାରେ ଧନାଗମ ହେବ। ଅଫିସ୍‌ରେ କୌଣସି ନୂଆ ପରିଯୋଜନା ମିଳିପାରେ। ପରିବାରର କୌଣସି ସଦସ୍ୟଙ୍କ ଠାରୁ ଖୁସି ଖବର ପାଇବେ। ସୁଖପୂର୍ଣ୍ଣ ଭ୍ରମଣ ଯୋଗ ରହିଛି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ୱରୀ।

 

 

ବିଛା: ଭଲ ଫଳାଫଳ ମିଳିବାର ଯୋଗ ରହିଛି। ଏକାଗ୍ରତାର ସହିତ କାମ କରନ୍ତୁ, ଉନ୍ନତି ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ଭଲ ହେବ। ମହିଳାମାନେ ପରିଧାନ ଓ ଅଳଙ୍କାର କିଣିବା ଲାଗି ଉତ୍ସୁକ ହେବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ମାଣିକେଶ୍ୱରୀ।

 

ଧନୁ: ଖୁସ୍‌ ମିଜାଜରେ ରହିବେ। କୌଣସି ଅଶାନ୍ତି ଆପଣଙ୍କ ପାଖକୁ ଆସିବ ନାହିିଁ। ଅଫିସରେ ଅନ୍ୟମାନଙ୍କ ସମ୍ମୁଖରେ ନିଜର ମତ ରଖିବାରେ ସକ୍ଷମ ହେବେ। ବ୍ୟବସାୟୀଙ୍କୁ ଆଜି ବିଶେଷ ଫାଇଦା ହେବ। ବୈବାହିକ ଜୀବନ ମଜଭୁତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

 

ମକର: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ଲୋକ ଆପଣଙ୍କ କଥାକୁ ଧ୍ୟାନରେ ଶୁଣିବେ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ସାମାଜିକ ସମାରୋହରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ବାବା ଚନ୍ଦନେଶ୍ୱର।

 


କୁମ୍ଭ: ଆପଣଙ୍କ ସ୍ୱଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଚାକିରିଆଙ୍କୁ ପାରିତୋଷିକ ମିଳିପାରେ। ଓକିଲଙ୍କ ପାଇଁ ଦିନଟି ଭଲ ରହିବ। ଖେଳାଳିଙ୍କ ପ୍ରଦର୍ଶନ ବଢ଼ିଆ ରହିବ। ଅବିବାହିତାଙ୍କୁ ବିବାହର ଭଲ ପ୍ରସ୍ତାବ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

 

ମୀନ: ଆପଣଙ୍କର ସବୁ ପ୍ରୟାସ ସଫଳ ହେବ। ଆପଣଙ୍କ ବ୍ୟବହାର ଦେଖି ଶତ୍ରୁ ବି ବନ୍ଧୁ ହୋଇଯିବେ। ବେକାରଙ୍କୁ ରୋଜଗାରର ଅବସର ମିଳିବ। ଦାମ୍ପତ୍ୟ ଜୀବନରେ ସୁଖ, ଶାନ୍ତି ଆସିବ। ଛାତ୍ରଙ୍କ ପାଇଁ ଦିନଟି ଭଲ ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ସନ୍ତୋଷୀ ମାତା।

ସମ୍ବନ୍ଧିତ ଖବର