ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ନୂଆ ଊର୍ଜା ସହଯୋଗୀଙ୍କୁ ପ୍ରଭାବିତ କରିବ। ସଙ୍ଗୀତକଳା କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ। ସାକ୍ଷାତକାରରେ ସଫଳତା ହାସଲ କରିବେ। ଅଚାନକ ଖୁସି ଖବର ପାଇବେ। ଆର୍ଥିକ ସ୍ଥିତି ଠିକ୍‌ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଚନ୍ଦନେଶ୍ୱର।

 

ବୃଷ: ଆଜି ଆପଣଙ୍କର ଊର୍ଜାର ସ୍ତର ବୃଦ୍ଧି ହେବ। ଅଧିକତର କାମ ପୂରା କରିବାରେ ସକ୍ଷମ ରହିବେ। ପରିବାରରେ ହସଖୁସିର ବାତାବରଣ ରହିବ। ବ୍ୟବସାୟୀଙ୍କୁ ମନମୁତାବକ ଲାଭ ମିଳିବ। ପ୍ରେମ ପ୍ରସଙ୍ଗ ପାଇଁ ଦିନଟି ଅନୁକୂଳ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଅମ୍ବିକା।

 

ମିଥୁନ: ବ୍ୟବସାୟ ଲାଗି ନୂଆ ପ୍ରସ୍ତାବ ପାଇବେ। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ। ଚାକିରିଆଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି। ଜୀବନସାଥୀଙ୍କ ଠାରୁ ଖୁସି ପାଇବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ସମଲେଶ୍ୱରୀ।

 

କର୍କଟ: ବ୍ୟବସାୟୀ ନିଜର ଯୋଜନାକୁ ଗୁପ୍ତ ରଖନ୍ତୁ। ସମୟ ଆସିଲେ ପ୍ରକଟ କରିବେ। ଅଫିସରେ ଆପଣଙ୍କ କାମ ପୂରା କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ନିଜର ଭାଷାଶୈଳୀ ପ୍ରତି ଧ୍ୟାନ ରଖନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

 

ସିଂହ: କାମ ଓ ପରିଶ୍ରମରୁ ଆପଣଙ୍କୁ ଫାଇଦା ମିଳିବ। ଲାଗି ରହିଥିବା କୌଣସି ସମସ୍ୟାର ସମାଧାନ ହେବ। ରାଜନୀତିରେ ମନୋକାମନା ପୂରଣ ହେବ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ଭଗବାନ ବିଷ୍ଣୁ।

 

କନ୍ୟା: ଆଜିର ଗ୍ରହଯୋଗ ଆପଣଙ୍କ ପାଇଁ ଅନୁକୂଳ। ଫିଲ୍ମରେ ଆପଣଙ୍କୁ ବଢ଼ିଆ ସୁଯୋଗ ମିଳିବ। ବେପାର ଉଦ୍ୟୋଗରେ ଠିକ୍‌ ସମୟରେ ଉଚିତ ନିର୍ଣ୍ଣୟ ନେବେ। ରାଜନୈତିକ ମହତ୍ତ୍ଵାକାଂକ୍ଷା ପୂରା ହେବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

 

ତୁଳା: ଆପଣ ନିଜ ଉପରେ ଭରସା ରଖନ୍ତୁ ଏବଂ ନିଜର ବୁଦ୍ଧିରେ ଆଗକୁ ବଢ଼ନ୍ତୁ। ନୂଆ ସଂପର୍କରୁ ଫାଇଦା ହେବ। ବ୍ୟବସାୟ କରିବା ଲାଗି ଯୋଜନା ପ୍ରସ୍ତୁତ କରିପାରନ୍ତି। ପ୍ରେମ ସମ୍ବନ୍ଧ ପାଇଁ ଦିନଟି ଅନୁକୂଳ ରହିବ। ଶୁଭରଙ୍ଗ: ନୀଳ। ଆରାଧନା: ସନ୍ତୋଷୀ ମାତା।

 

 


ବିଛା: କାମର ବୋଝରୁ ଆପଣ ଟିକେ ଅଶାନ୍ତିରେ ରହିବେ। ବ୍ୟବସାୟ ବୃଦ୍ଧି ପାଇଁ ଭଲ ପ୍ରସ୍ତାବ ପାଇବେ। ଅବିବାହିତ ଲୋକଙ୍କ ପ୍ରେମ ସମ୍ବନ୍ଧ ମଜଭୁତ ହେବ। ବିରୋଧୀଙ୍କ ପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଭୈରବୀ।

 

ଧନୁ: ଆପଣଙ୍କ ଭାବନା ଯଥେଷ୍ଟ ସକାରାତ୍ମକ ରହିବ। ରଚନାତ୍ମକ କାମରୁ ପ୍ରତିଫଳ ମିଳିବ। ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭଦାୟକ ରହିବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ବିବାହ ପାଇଁ ଭଲ ପ୍ରସ୍ତାବ ଆସିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଦୁର୍ଗା।

 

ମକର: ଧାର୍ମିକ ପ୍ରବୃତ୍ତି ବୃଦ୍ଧି ହେବ। ଅଧିକ ସମୟ ଉପବାସ ରହନ୍ତୁ ନାହିିଁ। ନିଜର ମିତ୍ରଙ୍କ ଠାରୁ ଖୁସି ଖବର ମିଳିବ। ବେପାରର ନୂଆ ପ୍ରସ୍ତାବରୁ ଲାଭ ମିଳିବା ଯୋଗ ରହିଛି। ପରିବାର ଓ ସମାଜରେ ଆପଣଙ୍କୁ ସମ୍ମାନ ମିଳିବ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା କପିଳାସ।

 

କୁମ୍ଭ: ନକାରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ। ସ୍ଥଗିତ ଥିବା କାମ ବନ୍ଧୁଙ୍କ ସାହାଯ୍ୟରେ ପୂରା ହେବ। ସଙ୍ଗୀତ ଶୁଣିବାକୁ ମନ କହିବ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ମହିଳାଙ୍କୁ କୌଣସି ଜିନିଷ କିଣିବାରେ ଫାଇଦା ହେବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 


ମୀନ: କ୍ୟାରିୟର ସମ୍ବନ୍ଧିତ କୌଣସି ମାମଲାର ସମାଧାନ ହେବ। ନିକଟସ୍ଥ ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା କରିବେ। ରାଜନୀତିରେ ଥିବା ବ୍ୟକ୍ତି ସମ୍ମାନିତ ହୋଇପାରନ୍ତି। ନୂଆ ଘର ନିର୍ମାଣ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ସମ୍ବନ୍ଧିତ ଖବର