ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ଜୀବନଶୈଳୀ ଲାଗି ଦିନଟି ବଢ଼ିଆ ରହିବ। ବ୍ୟବସାୟରେ ନୂଆ ସଉଦା କରିବାର ସୁଯୋଗ ମିଳିବ। ମହତ୍ତ୍ୱପୂର୍ଣ୍ଣ ମାମଲାରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ଆଇନ ଛାତ୍ରଙ୍କୁ ଚାକିରିର ସୁଯୋଗ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ୱରୀ।

ବୃଷ: ଦିନଟି ଆପଣଙ୍କ ଲାଗି ବହୁତ ଭଲ ରହିବ। କ୍ୟାରିୟର ସହିତ ସଂଲଗ୍ନ ନୂଆ ସୁଯୋଗ ମିଳିପାରେ। ନେତାଙ୍କ ସହିତ ସଂପର୍କ ମଜଭୁତ ହେବ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ। ଜୀବନସାଥୀଙ୍କ ସହିତ ତାଳମେଳ ବଢ଼ିଆ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଅମ୍ବିକା।

ମିଥୁନ: ଦିନଟି ଆନନ୍ଦମୟ ରହିବ। ଆପଣଙ୍କ ପ୍ରସିଦ୍ଧି ଓ ସମ୍ମାନର ପୂରା ମଜା ନିଅନ୍ତୁ। ବ୍ୟବସାୟରେ ପରିବାର ଲୋକଙ୍କ ସହଯୋଗ ମିଳିବ। ଅଚାନକ ଧନଲାଭ ହେବ। କ୍ରିକେଟ ଖେଳାଳିମାନେ ପ୍ରଦର୍ଶନ ଭଲ କରିବେ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ସମଲେଶ୍ୱରୀ।

କର୍କଟ: ଦିନଟି ଆପଣଙ୍କ ପାଇଁ ସୁଖ ଓ ଶାନ୍ତିମୟ ରହିବ। ମନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ। ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ଫଳାଫଳ ପାଇବେ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା ପ୍ରସ୍ତୁତ କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସତ୍ୟନାରାୟଣ।

 

ସିଂହ: ଦିନଟି ଆପଣଙ୍କ ଲାଗି ଭଲ ଫଳାଫଳ ନେଇ ଆସିବ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ବ୍ୟବସାୟୀଙ୍କୁ ସଉଦାରୁ ଅଚାନକ ଧନଲାଭ ହେବ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 

କନ୍ୟା: ଆର୍ଥିକ ଦୃଷ୍ଟିରୁ ଦିନଟି ବହୁତ ଭଲ ରହିବ। ବିଲ୍‌ଡରଙ୍କୁ ଅଚାନକ ଯଥେଷ୍ଟ ଲାଭ ମିଳିବ। ଅଫିସରେ ଆପଣଙ୍କ ପରାମର୍ଶକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ମହିଳାଙ୍କୁ ଘର କାମରେ ପତିଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ସବୁଜ। ଆରାଧନା: ସୂର୍ଯ୍ୟଦେବ।

ତୁଳା: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ପୁରୁଣା ଚିନ୍ତା ସମାପ୍ତ ହେବ। ପରିବାରର ସବୁ ଲୋକଙ୍କ ସହାୟତା ମିଳିବ। ଅଧ୍ୟାପିକାଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ୱରୀ।

 

 


ବିଛା: ଆପଣଙ୍କ ଉପରେ ଭରସା ରଖନ୍ତୁ ଏବଂ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। ଶତ୍ରୁ ଓ ବିରୋଧୀଙ୍କ ପ୍ରତି ସାବଧାନ ରହନ୍ତୁ। ସାମାଜିକ ସମାରୋହରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

 

ଧନୁ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ବହୁତ ଭଲ ସୁଯୋଗ ଆପଣଙ୍କୁ ଅପେକ୍ଷା କରି ରହିଛି। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ହେବ। ରାଜ୍ୟରେ ଆପଣଙ୍କୁ କୌଣସି ଉଚ୍ଚପଦ ମିଳିପାରେ। ନୂଆ ଘର କିଣିବା ଲାଗି ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

 

ମକର: ଚାକିରି ଓ ବ୍ୟବସାୟରେ ସ୍ଥିତି ଭଲ ରହିବ। କର୍ମଚାରୀଙ୍କୁ ଧନଲାଭ ହୋଇପାରେ। କୌଣସି ବଡ଼ ମାମଲାର ସମାଧାନ ହୋଇଯିବ। ପାରିବାରିକ ଜୀବନ ସୁଖମୟ ହେବ। ମହିଳାମାନେ ଜିନିଷପତ୍ର କିଣିବା ଲାଗି ସହରକୁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

 

କୁମ୍ଭ: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ପିତାଙ୍କ ଆଶୀର୍ବାଦ ଆପଣଙ୍କ ସଙ୍ଗରେ ରହିବ। ଆଜି ଆପଣଙ୍କ କାମରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ବ୍ୟବସାୟରେ ବଡ଼ ସଉଦା ହୋଇପାରେ। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ଆସିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ହର ପାର୍ବତୀ।

 


ମୀନ: ଆପଣ ଟିକେ ବିଷାଦଗ୍ରସ୍ତ ରହିବେ। ନିଜ ଉପରେ ବିଶ୍ୱାସ ରଖନ୍ତୁ। ସକାରାତ୍ମକ ଭାବନା ଘେନି କାମ କରନ୍ତୁ। ସ୍ଥଗିତ ଥିବା କାମ ବନ୍ଧୁଙ୍କ ସାହାଯ୍ୟରେ ପୂରା ହେବ। ରାଜନୈତିକ ପରିଧି ବଢ଼ିବ। ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ମହତ୍ତ୍ଵପୂର୍ଣ୍ଣ ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ସୂର୍ଯ୍ୟଦେବ।

ସମ୍ବନ୍ଧିତ ଖବର