ଜାଣନ୍ତୁ ଆଜିର ରାଶିଫଳ

ମେଷ: ବଡ଼ ଅଧିକାରୀଙ୍କର ସହଯୋଗ ମିଳିବ। କାମ ଲାଗି ରାଜ୍ୟ ବାହାରକୁ ଯିବାକୁ ପଡ଼ିପାରେ। ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଶୁଭରଙ୍ଗ: ମେରୁନ। ଆରାଧନା: ବାବା ଗୁପ୍ତେଶ୍ୱର।

ବୃଷ: ଆପଣଙ୍କର ଚଞ୍ଚଳ ସ୍ୱଭାବ ଲାଗି ମନ ଅଶାନ୍ତ ହୋଇପାରେ। କାହାରି ସହିତ କଥାବାର୍ତ୍ତା କରିବା ସମୟରେ ଭାବିଚିନ୍ତି କଥା କୁହନ୍ତୁ। ବ୍ୟବସାୟରେ ନୂଆ ସୁଯୋଗ ମିଳିବ। ଜରୁରୀ କାମର ସମାଧାନ ଲାଗି ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

ମିଥୁନ: ଦିନଟି ସବୁ ଦୃଷ୍ଟିରୁ ଭଲ। ସୌଭାଗ୍ୟବଶତଃ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ। ଜୀବନରେ ସୁଖ ଶାନ୍ତି ଆସିବ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିବ। ବିବାହିତ ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ତାରିଣୀ।

କର୍କଟ: ଆପଣଙ୍କ ଭିତରେ ନୂଆ ଊର୍ଜା ସଂଚାର ହେବ। ବ୍ୟବସାୟ ବୃତ୍ତି କାର୍ଯ୍ୟରେ ଦୂରସ୍ଥାନକୁ ଯାଇପାରନ୍ତି। ବେକାରଙ୍କୁ ରୋଜଗାର ମିଳିବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ନୃତ୍ୟ ସଙ୍ଗୀତରେ ରୁଚି ବଢ଼ିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ବାବା ଲିଙ୍ଗରାଜ।

 

ସିଂହ: ଆଜି ଆପଣଙ୍କ ସମ୍ମୁଖକୁ ନୂଆ ସୁଯୋଗ ଆସିବ। ଭାବିଥିବା ସବୁ କାମ ପୂରା ହୋଇଯିବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। କମ୍ପ୍ୟୁଟର ଇଂଜିନିୟରଙ୍କୁ ବଡ଼ କଂପାନିରେ ଚାକିରିର ପ୍ରସ୍ତାବ ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବିରଜା।

 

କନ୍ୟା: ଆପଣଙ୍କ କାମର ପ୍ରଦର୍ଶନ ଲାଗି ଦିନଟିଏ। ଆପଣଙ୍କ ସାମାଜିକ କାମଧନ୍ଦାରେ ଲୋକେ ପ୍ରଭାବିତ ହେବେ। ଚାକିରିରେ ବିଶେଷ ଦାୟିତ୍ଵ ଗ୍ରହଣ କରିବେ। ପରିବାରରେ ଖୁସିର ମାହୋଲ୍‌ ରହିବ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

ତୁଳା: ସାରା ଦିନ ନୂଆ ଊର୍ଜାରେ ଭରି ରହିବେ। ଭାଗୀଦାରିଙ୍କ ସଙ୍ଗରେ ରହି କାମ କରିବାରେ ସକ୍ଷମ ହେବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।


ବିଛା: ଆପଣ ନିଜ ବ୍ୟବହାରରେ ଲୋକଙ୍କ ହୃଦୟ ଜିଣିବେ। ନୂଆ ପରିଯୋଜନାରେ କାମର ଶୁଭାରମ୍ଭ କରିବେ। ବ୍ୟବସାୟରେ ଅଚାନକ ଧନଲାଭ ହୋଇପାରେ। ବନ୍ଧୁଙ୍କ ସହିତ ସିନେମା ଦେଖିବା ଲାଗି ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

 

ଧନୁ: ଆଜି ଆପଣଙ୍କୁ ପରିଶ୍ରମର ସୁଫଳ ମିଳିବ। ଅଫିସ୍‌ରେ ଗୁରୁତ୍ଵପୂର୍ଣ୍ଣ ଫଇସଲା ନେଇ ପାରନ୍ତି। ଘରୋଇ ଜିନିଷପତ୍ର କିଣିବାରେ ଅଧିକ ପଇସା ଖର୍ଚ୍ଚ ହୋଇପାରେ। ପ୍ରେମ ଜୀବନ ଖୁବ୍‌ ରୋଚକ ଓ ଆନନ୍ଦମୟ ରହିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ସୁରେଶ୍ୱରୀ।

 

ମକର: ଅନ୍ୟମାନଙ୍କ ସହିତ ମହତ୍ତ୍ୱପୂର୍ଣ୍ଣ କଥା ଆଲୋଚନା କରନ୍ତୁ ନାହିଁ। ଆୟ ତୁଳନାରେ ବ୍ୟୟର ମାତ୍ରା ଅଧିକ ହେବ। ବିଳାସ ଉପକରଣ କିଣି ପାରନ୍ତି। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

 

କୁମ୍ଭ: ନିଜ ଲକ୍ଷ୍ୟ ପୂରା କରିବା ଦିଶାରେ କାମ କରିବେ। କାର୍ଯ୍ୟକ୍ଷେତ୍ରରେ ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ। ବ୍ୟବସାୟରେ ଉନ୍ନତି ଲାଗି ନୂଆ ସୁଯୋଗ ମିଳିବ। ପରିବାରରେ ଆପଣଙ୍କର ପ୍ରାଧାନ୍ୟ ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

 


ମୀନ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ରହିବ। ଅଫିସରେ ଆପଣଙ୍କ କାମକୁ ଠିକ୍‌ ଦିଶା ଦେବେ। ଫୁଟବଲ ଖେଳାଳିମାନେ ବଢ଼ିଆ ପ୍ରଦର୍ଶନ କରିବେ। ସନ୍ଧ୍ୟାରେ ପରିବାର ସହିତ ହସଖୁସିରେ ସମୟ କଟିବ। ଶୁଭରଙ୍ଗ: ଲାଲ। ଆରାଧନା: ବାବା ଚନ୍ଦନେଶ୍ୱର।

ସମ୍ବନ୍ଧିତ ଖବର